୨୦ ହଜାରରୁ କମ୍‌ ମୂଲ୍ୟରେ ମିଳିବ ଏହି ଜବରଦସ୍ତ ଟୁ-ହ୍ୱିଲର

ନୂଆଦିଲ୍ଲୀ: ମାତ୍ର ୨୯୯ ଟଙ୍କାର ଫିଚର ଫୋନ୍‌, ୩,୯୯୯ ଟଙ୍କାର LED ଟିଭି ଲଞ୍ଚ୍ କରିଥିବା କମ୍ପାନୀ Detel ଏବେ ଇଲେକ୍ଟ୍ରିକ ଟୁ-ହ୍ୱିଲର କ୍ଷେତ୍ରରେ ଜବରଦସ୍ତ ଧମାକା କରିଛି। ଡିଟେଲ ମାତ୍ର ୧୯,୯୯୯ ଟଙ୍କାରେ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର ଟୁ-ହ୍ୱିଲର ଲଞ୍ଚ କରିଛି। ଯାହାର ନାଁ ରହିଛି Detel Easy ।

ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ଏଭଳି ଆଶ୍ଚର୍ଯ୍ୟକର ପ୍ରଡକ୍ଟ ଆଣିବାରେ ଡିଟେଲ୍‌ କମ୍ପାନୀ ବେଶ୍‌ ଚର୍ଚ୍ଚିତ। Detel Easy ଟୁ-ହ୍ୱିଲର ପର୍ଲ ହ୍ୱାଇଟ, ମେଟାଲିକ ରେଡ୍ ଓ ଜେଟ୍ ବ୍ଲାକ୍‌ରେ କଲରରେ ଉପଲବ୍ଧ ଅଛି। ତେବେ ଟୁ-ହ୍ୱିଲର ଦାମ୍‌ ସହିତ ଜିଏସ୍‌ଟି ସାମିଲ୍ ନାହିଁ।

detel electric two wheeler: 20 हजार से कम में आया ...

ଏବେ ଆସନ୍ତୁ ଜାଣିବା ଏହି Detel Easy ଟୁ-ହ୍ୱିଲର ବିଶେଷତ୍ୱ

Detel Easy ଟୁ-ହ୍ୱିଲର ସମ୍ପୂର୍ଣ୍ଣ ଚାର୍ଜ ହେବା ମାତ୍ରେ ଏହା ୬୦ କିମି ପର୍ଯ୍ୟନ୍ତ ଯାଇପାରିବ। ଏହାର ଟପ୍‌ ସ୍ପିଡ୍‌ ଘଣ୍ଟାପ୍ରତି ୨୫ କିମି ରହିଛି। ସବୁଠାରୁ ଭଲ କଥା ହେଉଛି Detel Easy ଟୁ-ହ୍ୱିଲର ଚାଳକଙ୍କୁ ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌ ନେବାକୁ ପଡ଼ିବ ନାହିଁ। ଏଥିରେ ପଲ୍ୟୁସନ ସାର୍ଟିଫିକେଟ୍‌ର ବି ଆବଶ୍ୟକତା ନାହିଁ। ଗାଡ଼ିର ବାଲାନ୍ସ ପାଇଁ ଏହାର ବ୍ୟାଟେରୀକୁ ଟୁ-ହ୍ୱିଲର ଫ୍ଲୋର୍‌ରେ ଖଞ୍ଜାଯାଇଛି।

ଫୁଲ ଚାର୍ଜ ହେବାକୁ ଲାଗିଥାଏ ୮ ଘଣ୍ଟା

Detel Easy ଟୁ-ହ୍ୱିଲରକୁ ଫୁଲ୍ ଚାର୍ଜ ହେବାକୁ ୮ ଘଣ୍ଟା ସମୟ ଲାଗିଥାଏ ବୋଲି କମ୍ପାନୀ କହିଛି। ବିନା ବ୍ୟାଟେରୀରେ ଏହାର ଓଜନ ୫୬ କିଲୋଗ୍ରାମ ରହିଛି। ଏହି ଟୁ-ହ୍ୱିଲରରେ 48V, 12Ahର ଲିଥିୟମ ବ୍ୟାଟେରୀ ଦିଆଯାଇଛି। ଏହାର ମୋଟର ପାୱାର 250W ରହିଛି।

detel electric two wheeler: 20 हजार से कम में आया ...

ବ୍ୟାଟେରୀ ପାଇଁ କମ୍ପାନୀ ୩ ବର୍ଷର ୱାରେଣ୍ଟି ଦେଉଥିବା ବେଳେ ମୋଟର, କଣ୍ଟ୍ରୋଲର ଓ ଚାର୍ଜର ଉପରେ ଗୋଟିଏ ବର୍ଷର ୱାରେଣ୍ଟି ରହିଛି। କେବଳ ସେତିକି ନୁହେଁ, ପ୍ରତ୍ୟେକ ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ସହିତ କମ୍ପାନୀ ହେଲ୍‌ମେଟ୍‌ ବି ଫ୍ରିରେ ଦେଉଛି। ଏହି ଟୁ-ହ୍ୱିଲରରେ ଦୁଇଜଣ ବସି ପାରିବାର ସୁବିଧା ରହିଛି।

 

ଆହୁରି ପଢ଼ନ୍ତୁ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

You might also like