ଭଉଣୀର ଲୋକପ୍ରିୟତା ସହି ପାରୁନାହାନ୍ତି କ୍ରୁର ଶାସକ, ଅଚାନକ କ୍ଷମତା ଅପସାରଣ କଲେ କିମ୍ ଜୋଙ୍ଗ ଉନ୍
ଭାଇ ପାଇଁ ବିପଦ ସାଜୁଛନ୍ତି କି ଭଉଣୀ ?
ଉତ୍ତର କୋରିଆ : ଭଉଣୀକୁ ସହିପାରୁ ନାହାନ୍ତି ଅବିଶ୍ୱାସୀ କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍ । ଘର, ପରିବାର ଲୋକ, ବିଶ୍ୱସ୍ତ ଲୋକ କାହା ଉପରେ ଭରସା ନାହିଁ। ସରକାରଙ୍କ ପ୍ରତି ବିଶ୍ଵସ୍ଥ ରହିବା ଓ କୌଣସି କଥାର ବିରୋଧ ନ କରିବା ତାଙ୍କ ଶାସନର ମୂଳ ମନ୍ତ୍ର । ସର୍ତ୍ତ ନ ମାନିଲେ ମୃତ୍ୟୁ ଦଣ୍ଡ ସୁନିଶ୍ଚିତ । କ୍ଷମତା ଲୋଭରେ ସେ ସମ୍ପୂର୍ଣ୍ଣ ଅନ୍ଧ। ଏକଛତ୍ରବାସୀ ଶାସକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କେହି ସାହସ କରିପାରନ୍ତି ନାହିଁ। ଏହି କ୍ରମରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ନିଜ ଉଭଣୀଙ୍କୁ ବି ଛାଡ଼ିନାହାନ୍ତି ।
ଭାଇ ପାଇଁ ବିପଦ ସାଜୁଛନ୍ତି କି ଭଉଣୀ ? କିମ୍ ଜୋଙ୍ଗ ଉନଙ୍କ ଅସୁସ୍ଥତା କାରଣରୁ ତାଙ୍କ ସ୍ଥାନରେ ଦେଶ ସମ୍ଭାଳୁଥିଲେ ଭଉଣୀ କିମ୍ ୟୋ ଜଙ୍ଗ । ତାଙ୍କ ଅନୁପସ୍ଥିତିରେ ଦେଶର ପ୍ରଗତିକୁ ଗୁରୁତ୍ୱ ଦେଉଦେଉଥିବାରୁ ଆଉ ଭଉଣୀଙ୍କୁ ବିଶ୍ୱାସ କରୁନାହାନ୍ତି। ଧୀରେ ଧୀରେ ଭଉଣୀର ଲୋକପ୍ରିୟତା ବଢ଼ୁଥିବା ଦେଖି ଶାସନରେ ତାଙ୍କ ଗୁରୁତ୍ୱ ହ୍ରାସ ପାଇଁ ଅନେକ ଗୁରୁଦାୟିତ୍ୱ ତାଙ୍କ ଠାରୁ କାଢ଼ି ନେଇଛନ୍ତି ।
ଗତ ବର୍ଷ କିମ ୟୋ ଜୋଙ୍ଗ ପୋଲିତ ବ୍ୟୁରୋର ବିକଳ୍ପ ସଦସ୍ୟ ଚୟନ ହୋଇଥିଲେ । ପୋଲିତ ବୁରୋ ଉତ୍ତର କୋରିଆର ଏକ ଶକ୍ତିଶାଳୀ ରାଜନୈତିକ ସଂସ୍ଥା । ସରକାରଙ୍କ ପରିଚାଳନାରେ ଏହାର ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଚଳିତ ବର୍ଷ ଶାସକ ଦଳ ପୂର୍ଣ୍ଣ ସଦସ୍ୟ ହେବା ପାଇଁ ଆଶା ବାନ୍ଧିଥିଲେ । କିନ୍ତୁ ଗତ ମଙ୍ଗଳବାର ଦିନ ବୈଠକ ଶେଷ ହୋଇଥିଲେ ସୁଦ୍ଧା କିମ ଜୋଙ୍ଗଙ୍କ ଭଉଣୀ ଉପସ୍ଥିତ ନଥିଲେ । କେବଳ ଏତିକି ନୁହେଁ ଭଉଣୀ କିମ୍ ୟୋ ଜଙ୍ଗଙ୍କୁ ପ୍ରଭାବଶାଳୀ କମିଟିରୁ ବାଦ ଦଆଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହାପୂର୍ବରୁ ଜୋଙ୍ଗଙ୍କ ସ୍ୱର୍ଗତ ପିତା ଏବଂ ଜେଜେବାପା ଏହି ପଦବୀରେ ରହିଥିଲେ ।