ୟୁଟ୍ୟୁବ୍‌ ସେନସେସନ ପାଲଟିଛନ୍ତି ଓଡ଼ିଆ ପୁଅ ବିଶ୍ୱ ମହାନ୍ତି

ଦେଶ ବାହାରେ ରହୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ମନ ଜିଣୁଛି ଏ ଗୀତ

ଚାନ୍ଦବାଲି (ବାସୁଦେବ ଦାସ):  ଦିଲ୍ଲୀର ପେହେଲି ପେହେଲି ଯୁବାନ୍ ମ୍ୟୁଜିକ୍ ଷ୍ଟୁଡିଓର କାନ୍ଥ ଅତିକ୍ରମ କରି ଶହ ଶହ ପ୍ରବାସୀ ଓଡିଆଙ୍କ ହୃଦୟରେ ସ୍ଥାନ ପାଇଛି ଏହି ସୁମଧୁର ଆଓ୍ୱାଜ୍। ପପ୍ ସଙ୍ଗ ‘ଡାକେରେ ଜନମ ମାଟି’ ଗୀତ ଗାଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୁହ୍ଲି ଗାଁର ଓଡିଆ ପୁଅ ବିଶୁ ମହାନ୍ତି ଏବେ ପାଲଟିଛନ୍ତି ୟୁଟ୍ୟୁବ ସେନସେସେସନ୍। ତାଙ୍କ କଣ୍ଠର ଯାଦୁରେ ବିମୋହିତ ହୋଇଛନ୍ତି ଶହ ଶହ ପ୍ରବାସୀ ଓଡିଆ।

ଆନ୍ତର୍ଜାତୀୟ ଫୋକ୍ ସିଙ୍ଗର କବିସ୍ ସେଠୀଙ୍କ ଯୁବାନ୍ ପ୍ରୋଜେକ୍ଟ ଭାରତର ବଛାବଛା ମାତ୍ର ୧୦ଟି ଗୀତକୁ ଆନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ସେଥିରେ ସ୍ଥାନ ପାଇଛି ଓଡିଶାର ଯୁବ ସମାଜସେବୀ ବିଶ୍ୱ ମହାନ୍ତିଙ୍କ ଗୀତ ଡାକେରେ ଜନମ ମାଟି । ଗାଁ ମାଟିର କଥା କହୁଥିବା ଏହି ଗୀତଟି ପ୍ରତି  ଓଡିଆଙ୍କ ପାଇଁ ପ୍ରେରଣା ବୋଲି ଚର୍ଚ୍ଚା ହେଉଛି।

ପ୍ରଥମେ ରାଜନୀତି ଓ ପରେ ସମାଜସେବୀ ଭାବେ ଲୋକପ୍ରିୟତା ପାଇଥିବା ବିଶୁ ମହାନ୍ତି ଏବେ ସିଙ୍ଗର ହୋଇ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସରପଞ୍ଚ ଭାବେ ବିଶ୍ୱଙ୍କ କାର୍ଯ୍ୟକାଳ ମଧ୍ୟରେ ବାଲି ଗାଁ ପଂଚାୟତ ଏକ ନମ୍ବର ପଂଚାୟତ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରଷ୍କୃତ ହୋଇଥିଲା। ଏହାସହ ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ହୋଇ ଲୋକଙ୍କ ସେବା କରିଆସୁଛନ୍ତି ବିଶ୍ୱ। ତେବେ ଗୀତ ମାଧ୍ୟମରେ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ହେଉଛି ତାଙ୍କର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ପରିବାରଲୋକଙ୍କ ପ୍ରେରଣା ଥିବା କହିଛନ୍ତି ବିଶ୍ୱ।

ଦେଖନ୍ତୁ ଭିଡ଼ିଓ –

ଆହୁରି ପଢ଼ନ୍ତୁ

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

You might also like