ଜୀବନର ଶେଷ ନିଶ୍ୱାସ ଯାଏ ହସାଉଥିବି, ମରିଗଲେ ଲୋକ କହିବେ…

କଟକ(ବିଶ୍ୱଜିତ୍‌ ଆଚାର୍ଯ୍ୟ): ସମୟ ବଦଳିବା ସହିତ ବଦଳିଛି କମେଡି ଟ୍ରେଣ୍ଡ। ଆଗରୁ ଲୋକଙ୍କୁ ହସେଇବା ପାଇଁ ବଡ ପରଦା ନହେଲେ ଷ୍ଟେଜ୍‌ର ଆବଶ୍ୟକ ହେଉଥିଲା। ଏବେ କିନ୍ତୁ ସୋଶାଲ୍‌ ମିଡିଆର ବ୍ୟବହାର କରି ଲୋକମାନେ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରୁଛନ୍ତି। ଏଇ ଯେମିତି କଟକ ଚହଟା ଅଞ୍ଚଳର ଇତିକା ପ୍ରିୟଦର୍ଶିନୀ ପତି। ଇତିକା ସୋଶାଲ୍‌ ମିଡିଆରେ କମେଡି ଭିଡିଓ ପେଷ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି।

ଇତିକା ନିଆରା ଶୈଳୀରେ କଥା ହୋଇ ସୋଶାଲ୍‌ ମିଡିଆରେ ଭିଡ଼ିଓ ଶେଆର କରନ୍ତି। ଯାହାକୁ ଦେଖି ପିଲାଠୁ ଆରମ୍ଭ କରି  ବୟସ୍କ ପର୍ଯ୍ୟନ୍ତ ସମସ୍ତେ ହସୁଛନ୍ତି।

ତେବେ ଇତିକାଙ୍କ କହିବା ଅନୁଯାୟୀ, ଥରେ ତାଙ୍କର ଜଣେ ସାଙ୍ଗ ଦୁଃଖରେ ଥିଲା। ସେ ତାକୁ ହସେଇବା ପାଇଁ ଗୋଟେ କମେଡି ଭିଡିଓ ପଠେଇଥିଲେ। ତାଙ୍କ ସାଙ୍ଗ ସେହି ଭିଡିଓ ଦେଖି ସେଦିନ ରାତିରେ ଧୁମ୍‌ ହସିଥିଲା ଏବଂ କାହିଁକି ଡିପ୍ରେସନ୍‌ରେ ରହିଥିଲେ ସେକଥା ଭୁଲିଯାଇଥିଲେ। ତା ପରେ ଇତିକାଙ୍କର କିଛି ସାଙ୍ଗ ତାଙ୍କୁ ସେହି କମେଡି ଭିଡ଼ିଓ ମାଗିଥିଲେ। ତାପରେ ଇତିକା ସେହି ଭିଡିଓକୁ ତାଙ୍କ ଭଉଣୀ ଏବଂ ଭିଣୋଇଙ୍କୁ ପଠାଇଥିଲେ। ତାଙ୍କ ଭିଣୋଇ ସୋଶାଲ୍‌ ମିଡିଆରେ ସେହି ଭିଡ଼ିଓକୁ ଶେଆର କରିବା ପରେ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଲା। ତାପରେ ଲୋକମାନେ ତାଙ୍କୁ ଏମିତି ଭିଡ଼ିଓ ପ୍ରସ୍ତୁତ କରିଥିବାରୁ ଧନ୍ୟବାଦ ଦେଇଥିଲେ।

ଇତିକା ଆହୁରି କହିଛନ୍ତି, ଜୀବନର ଶେଷ ନିଶ୍ୱାସ ଯାଏ ଲୋକଙ୍କୁ ହସାଇବି ବୋଲି ଲକ୍ଷ୍ୟ ରଖିଛି। ଲୋକଙ୍କୁ ଏତେ ଖୁସି କରେଇବି ଯେ , ମୁଁ ମରିଗଲା ପରେ ଲୋକେ ନିଶ୍ଚିତ କହିବେ, ଜଣେ ଝିଅ ଥିଲା ଯେ ଲୋକଙ୍କୁ ହସଉଥିଲା ଆଜି ସେ ଚାଲିଗଲା।

 

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like