ପଶୁ ବି ମାନୁଛି ନୂଆ ଟ୍ରାଫିକ୍‌ ନିୟମ; ଭିଡିଓ ଶେୟାର୍‌ କଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍‌ ନିୟମ ହେଲା ପରେ କେବଳ ମଣିଷ ନୁହେଁ ପଶୁମାନେ ବି ଟ୍ରାଫିକ୍‌ ନିୟମ ମାନୁଛନ୍ତି। ରାସ୍ତାରେ ଡ୍ରାଇଭିଂ କଲାବେଳେ ଟ୍ରାଫିକ୍‌ ସିଗ୍‌ନାଲ୍ ଦେଖି ମଣିଷ ସହିତ ପଶୁ ବି ଅଟକି ଯାଉଛି। ସିଗ୍‌ନାଲ୍‌ କୋହଳ ହେଲା ପରେ ଯାଇ ଯାଉଛି। ଏମିତି ଏକ ଭିଡିଓ ନିଜ ଟ୍ୱିଟର୍‌ରେ ଶେୟାର କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଯେଉଁଥିରେ ଗୋଟେ ଗାଈ ଗାଡ଼ିଘୋଡ଼ା ସହିତ ଲୋକଙ୍କ ମଝିରେ ଟ୍ରାଫିକ୍ ନିୟମ ମାନି ସୀମାରେଖା ଏପଟେ ଛିଡ଼ା ହୋଇଛି।

ମାତ୍ର ୯ ସେକେଣ୍ଡରେ ଏହି ଭିଡିଓ ଶେୟାର୍‌ କରି ପ୍ରୀତି ଲେଖିଛନ୍ତି, “ଟ୍ରାଫିକ୍‌ ନିୟମ କେମିତି ପାଳନ କରାଯାଏ ଏହାକୁ(ଗାଈ) ଦେଖି ଶିଖ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଲୋକମାନଙ୍କ କଥା ଛାଡ଼ନ୍ତୁ, ଆମ ପଶୁମାନେ ବି ଟ୍ରାଫିକ୍‌ ନିୟମ ମାନୁଛନ୍ତି। ମୋତେ ବିଶ୍ୱାସ ନ କରି ଭିଡିଓ ଦେଖନ୍ତୁ।” ଏପରି ଲେଖି ସେ ଟ୍ୱିଟ୍‌ରେ ଏହି ଭିଡିଓ ପୋଷ୍ଟ କରିଛନ୍ତି।

ଏହି ଟ୍ୱିଟର୍‌ରେ ଏହି ଭିଡିଓ ଅପ୍‌ଲୋଡ୍ ହେବା ପରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓ କୁ  ୫୦ ହଜାର ଲୋକ ଦେଖିସାରିଲେଣି ଓ ୬ ହଜାର ଲୋକ ଲାଇକ୍‌ କଲେଣି। ଏଥିସହିତ ନେଟିଜେନ୍ସମାନେ(ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ) ମଧ୍ୟ ଏହାକୁ ପ୍ରବଳମାତ୍ରାରେ ଶେୟାର୍‌ କରୁଛନ୍ତି।

ଆହୁରି ପଢ଼ନ୍ତୁ

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

୧୫ ମିନିଟ୍‌ରୁ ଅଧିକ ସମୟ ଟଏଲେଟ୍‌ରେ ରହିଲେ ବାଜିବ ଆଲାର୍ମ

You might also like