କରୋନାର ନୂଆ ରୂପ: ଖାଲି ଫୁସ୍‌ଫୁସକୁ ନଷ୍ଟ କରୁନି, ରକ୍ତପ୍ରବାହାକୁ ବି ପ୍ରଭାବିତ କରୁଛି

ନୂଆଦିଲ୍ଲୀ: କରୋନା ଭାଇରସ ଆମର ଫୁସ୍‌ଫୁସ୍‌କୁ ସଂକ୍ରମିତ ହୋଇ ଏହାକୁ ନଷ୍ଟ କରି ଦେଉଛି । ଯାହା ଫଳରେ ରୋଗୀ ଶ୍ବାସକ୍ରିୟା ଜନିତ ଯନ୍ତ୍ରଣା ଭୋଗିବା ସହ ମୃତ୍ୟୁ ମୁଖରେ ପଡ଼ୁଛି । କରୋନାକୁ ନେଇ ଏମିତିକିଛି ଧାରଣା ଆମର ଥିଲା । ହେଲେ ଏବେ କରୋନା ଭାଇରସ୍‌ ଏକ ନୂଆ ତଥା ଭୟଙ୍କର ରୂପ ଦେଖିବାକୁ ମିଳିଛି । ଶରୀରରେ ରକ୍ତପ୍ରବାହକୁ ପ୍ରଭାବିତ କରୁଛି କରୋନା । ଏହା ଭୟଙ୍କର ଭାବେ ରକ୍ତକୁ ଜମାଟ ବାନ୍ଧି ଦେଉଛି । ଏହାକୁ ତୁରନ୍ତ ବନ୍ଦ କରିବା ଦରକାର ଯଦ୍ବାରା ଶରୀରର ବିଭିନ୍ନ ଅଙ୍ଗକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଏକ ଅନୁସନ୍ଧାନରୁ ଜଣାଯାଇଛ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ ୧୪ରୁ ୨୮ ପ୍ରତିଶତ ରୋଗୀଙ୍କର ରକ୍ତ ଜମାଟ ବାନ୍ଧିବା ଜଣାଯାଇଛି । ଏହାକୁ ଡିପ୍‌ ଭେନ ଥ୍ରୋମ୍ବୋସିସ୍‌ ବା ଊଠଞ କୁହାଯାଏ । ସେତିକି ନୁହେଁ, ଏହି ସମୟ ମଧ୍ୟରେ ୨ରୁ ୫ ପ୍ରତିଶତ ରୋଗୀଙ୍କ ପାଖରେ ଶିରା ଥ୍ରୋମ୍ବୋସିସ୍‌ ଥିବା ଜଣାଯାଇଥିଲା ।

ବିିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ସଂକ୍ରମଣ ଫୁସଫୁସ୍‌ ସହ କୋଶିକାକୁ ମଧ୍ୟ ପ୍ରଭାବିତ କରୁଛି । ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଡା.ଅମ୍ବରୀଶ ସାତ୍ତ୍‌:ିକ କହିଛନ୍ତି, ପ୍ରାୟ ପ୍ରତି ସପ୍ତାହରେ ଆମେ ଏପରି ମାମଲା ଦେଖିବାକୁ ପାଉଛୁ । ବିଶେଷକରି ଗତ ସପ୍ତାହରେ ୪ରୁ ୫ ଟି ମାମଲା ଏପରି ଦେଖିଲୁଣି । ଚଳିତ ସପ୍ତାହରେ ପ୍ରତିଦିନ ଏପରି ମାମଲା ସାମ୍ନାକୁ ଆସୁଛି ।

ଦକ୍ଷିଣ-ପଶ୍ଚିମ ଦ୍ବାରିକାର ଆକାଶ ହେଲ୍‌ଥ କେୟାରର ହୃଦ୍‌ରୋଗ ବିଶେଷଜ୍ଞ ଡା.ଅମରୀଶ କୁମାର କହିଛନ୍ତି,କୋଭିଡ ସଂକ୍ରମିତ ରୋଗୀଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁଥିବା ଦେଖିବାକୁ ମିଳୁଛି । ବିଶେଷକରି ଯେଉଁମାନେ ଟାଇପ୍‌-୨ ଡାଇବେଟିସ ଆକ୍ରାନ୍ତ, ସେମାନଙ୍କଠାରେ ଅଧିକ ଦେଖିବାକୁ ମିଳିଛି ।ତେବେ ଏହାର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନାହିଁ ।

ତେବେ ଡାକ୍ତରଙ୍କ କହିବା ଅନୁଯାୟୀ, ଡିବିଟି ଏକ ଗମ୍ଭୀର ରୋଗ ସ୍ଥିତି । ଏହା କାରଣରୁ ଆମ ନାଡିରେ ରକ୍ତ ଜମାଟ ବାନ୍ଧି ଯାଏ । ତେଣୁ ଏଥିପ୍ରତି ଆମେ ଅଧିକ ସଚେତନ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ସୂଚନାଥାଉ କି, ଦେଶରେ କୋଭିଡ ସଂକ୍ରମଣ ହାର ବଢିବା ସହ ମୃତୁ ହାର ମଧ୍ୟ ବଢି ଚାଲିଛି । ଆଜି ବି ୪ର୍ଥ ଦିନରେ ଦେଶରେ ସଂକ୍ରମଣ ହାର ୪ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪ ଲକ୍ଷ ୧ ହଜାର ୨୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି । ଆଜି ଦେଶରେ ୪୧୯୧ ଜଣଙ୍କର ମୃତ୍ୟୁ ଘଟିଛି ଯାହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ବୋଲି ସ୍‌:ାସ୍ଥ୍ୟ ବିଭାଗ କହିଛି ।

କରୋନାର ନୂଆ ତଥା ଭୟଙ୍କର ରୂପ ସାମ୍ନାକୁ ଆସିଲା । କେବଳ ଫୁସ୍‌ଫୁସ ନୁହେଁ, ରକ୍ତ ଜମାଟ ବାନ୍ଧି ଦେଉଛି

You might also like