ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କଲେ ମୁସଲମାନ

ମୁମ୍ୱାଇ: ଦେଶରେ କରୋନା ଭାଇରସ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇର ବାନ୍ଦ୍ରା ସହରର ଗରିବ ନଗରରେ ଲୋକମାନେ ଏକ ମହାନ କାର୍ଯ୍ୟ କରିଛନ୍ତି। ଏକ ମୁସଲମାନ ବସ୍ତିରେ ଜଣେ ହିନ୍ଦୁ ବୃଦ୍ଧାଙ୍କ ମୃତ୍ୟୁ ପରେ ପଡୋଶୀ ମୁସଲମାନମାନେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଶବଦାହ କରିବା ପାଇଁ ଶ୍ମଶାନକୁ ନେଇଥିଲେ।

ମାନବିକତାର ଏହି ଉଦାହରଣ ଦେଖିବାକୁ ମିଳିଛି ବାନ୍ଦ୍ରା ଷ୍ଟେସନ ନିକଟରେ ଥିବା ଗରିବ ନଗର ବସ୍ତିରେ। ମୃତ ବୃଦ୍ଧାଙ୍କର ନାଁ ପ୍ରେମଚାନ୍ଦ। ଗତ ଏପ୍ରିଲ ୩ତାରିଖରେ ୬୮ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ। ତଙ୍କର ଏକ ପୁଅ(ମୋହନ) ଅଛି କିନ୍ତୁ ସେ ରୀତିନୀତି ବିଷୟରେ କିଛି ଜାଣିନଥିଲା ଏବଂ ଅନ୍ୟ ଭାଇ ଭଉଣୀମାନେ ମୁମ୍ବାଇ ବାହାରେ ଲକ୍‌ଡାଉନ୍‌ ପାଇଁ ଫସି ରହିଛନ୍ତି। ଯେଉଁଠାରୁ ସେମାନେ ଆସିପାରିବା ସମ୍ଭବ ହୋଇନଥିଲା।

ମୋହନ କହିଛନ୍ତି ଯେ ଆମେ ପିଲାଦିନରୁ ଏହି ଗରିବ ନଗର ବସ୍ତିରେ ରହିଛୁ। ମୁଁ ରୀତିନୀତି ବିଷୟରେ କିଛି ଜାଣି ନ ଥିଲି ଏବଂ ଲକ୍‌ଡାଉନ୍‌ ପାଇଁ ମୋର ଅନ୍ୟ ଭାଇ ଭଉଣୀମାନେ ଆସିପାରିବେ ନାହିଁ। ପଡୋଶୀ ମୁସଲମାନ ପରିବାର ଲୋକମାନେ ମିଳିମିଶି ବାପାଙ୍କର ଅନ୍ତିମ ସଂସ୍କାର କରିଥିଲେ।

ପ୍ରେମଚାନ୍ଦଙ୍କ ଅନ୍ତିମ ସଂସ୍କାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅବୁ ବଶର କହିଛନ୍ତି ଯେ ଆମେ ସମସ୍ତେ ତାଙ୍କୁ ପିଲାଦିନରୁ ପ୍ରେମ ଚାଚା କହି ଡାକୁଥିଲୁ। ପ୍ରଥମେ ଯେତେବେଳେ ପ୍ରେମ ଚାଚାଙ୍କର ଦେହ ଖରାପ ହେଲା ଆମେ ସମସ୍ତେ ମିଶି ବିଭିନ୍ନ ବିଏମସି ଡାକ୍ତରଖାନାକୁ ନେଇଥିଲୁ। କିନ୍ତୁ କରୋନା ନିୟମାବଳୀ ହେତୁ ସମସ୍ତ ବିଏମସି ଡାକ୍ତରଖାନା ଚିକିତ୍ସା କରିବାକୁ ମନା କରିଦେଇଥିଲେ। ଏହାପରେ ପ୍ରେମ ଚାଚାଙ୍କର ମୃତ୍ୟୁ ହୋଇଥିଲା।

ଗରିବ ନଗରରେ ଗୋଟିଏ କିମ୍ବା ଦୁଇଟି ହିନ୍ଦୁ ପରିବାର ଅଛନ୍ତି । ଲକ୍‌ଡାଉନ୍‌ କାରଣରୁ ବହାରୁ କେହି ଆସିପାରୁନଥିଲେ।  ତା’ପରେ ବସ୍ତିର ସମସ୍ତ ମୁସଲମାନ ଭାଇମାନେ ଏକାଠି ହୋଇ ପ୍ରେମ ଚାଚାଙ୍କର ଅନ୍ତିମ ସଂସ୍କାର କରିଥିଲୁ।

ଆମେମାନେ ମଧ୍ୟ ହିନ୍ଦୁ ରୀତିନୀତି ବିଷୟରେ ଜାଣିନଥିଲୁ। ନିକଟରେ ରହୁଥିବା ଶେଖର ନାମକ ଜଣେ ବ୍ୟକ୍ତିଙ୍କୁ ପଚାରିଥିଲୁ। ଶେଖରଙ୍କ କହିବା ଅନୁଯାୟୀ ଆମେ ମଧ୍ୟ ସେହିପରି ଭାବେ ପ୍ରେମ ଚାଚାଙ୍କର ଅନ୍ତିମ ସଂସ୍କାରକୁ ସମ୍ପନ୍ନ କରିଥିଲୁ।

କରୋନା ଭାଇରସରୁ ରକ୍ଷା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ନଗର ବସ୍ତିର ମୁସଲମାନମାନେ ସାମାଜିକ ଏକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।​​

You might also like