ସବୁବେଳେ ମନେ ରହିବେ ଏହି ଦୁଇ କରୋନା ଯୋଦ୍ଧା…

ଭୋପାଲ: କରୋନା ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧ ହେଉଛି ଧୈର୍ଯ୍ୟ ଏବଂ କର୍ତ୍ତବ୍ୟର ଅଗ୍ନିପରୀକ୍ଷା।  ଏହି ବିପଦ ସମୟରେ କିଛି ଲୋକ ଅଛନ୍ତି ଯାହାଙ୍କର ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଏମିତି ଦୁଇଜଣ କରୋନା ଯୋଦ୍ଧା ହେଉଛନ୍ତି ଦୀପକ ପାଟିଲ ଓ ପ୍ରଗତି। ଏ ଦୁହିଁଙ୍କ ତ୍ୟାଗ ଓ ସେବାକୁ ସାରା ଦେଶ ମନେ ରଖିବ।

ଭୋପାଳର ପୋଲିସ କଣ୍ଟ୍ରୋଲ ରୁମରେ ଡ୍ୟୁଟି କରୁଥିବା ଦୀପକ ପାଟିଲଙ୍କ ଗୋଡ ଭାଙ୍ଗି ଯାଇଛି। ତଥାପି ସେ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଡ୍ୟୁଟି କରୁଛନ୍ତି। ଭୋପାଳରେ ୫୦୦ ରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୫୦ ଜଣ ପୋଲିସ କର୍ମୀ ଓ ସେମାନଙ୍କ ସମ୍ପକୀୟ ଥିବା ଜଣାପଡିଛି।

ଖବର ଅନୁଯାୟୀ, ଦୀପକ ସେହି କଣ୍ଟ୍ରୋଲ ରୁମ୍‌ରୁ, ସହରରେ ନିୟୋଜିତ ହେଉଥିବା ପୋଲିସ ଟିମ୍‌ର ଆବଶ୍ୟକତାକୁ ପୂରଣ କରିବା ଓ ସେମାନଙ୍କର ମନୋବଳ ବଜାୟ ରଖିବା ସହିତ ସେମାନଙ୍କର ସୁବିଧା ଅସୁବିଧାରେ ଛିଡା ହେଉଛନ୍ତି।    ଦୀପକ କହିଛନ୍ତି, ‘ଗୋଡ ଭାଙ୍ଗିବା କାରଣରୁ ଶରୀରକୁ କଷ୍ଟ ହେଉଛି କିନ୍ତୁ ଡ୍ୟୁଟି କରିବା ବି ଜରୁରୀ । ଆମର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି, ଆମମାନଙ୍କର ମନୋବଳକୁ ବୃଦ୍ଧି କରୁଛନ୍ତି। ଗୋଡ ଭାଙ୍ଗିଥିଲେ ବି ମୁଁ ଏହି ବିପଦ ସମୟରେ ଡ୍ୟୁଟି କରିବି ବୋଲି ଦୀପକ କହିଛନ୍ତି।

ଆଉ ଜଣେ କରୋନା ଯୋଦ୍ଧାଙ୍କ ନାଁ ପ୍ରଗତି । ସେ ଭୋପାଳର ନୟାପୁରା ସବ୍ ଷ୍ଟେସନରେ ବିଦ୍ୟୁତ ଟେଷ୍ଟିଙ୍ଗ୍‌ ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଗତିଙ୍କର ଏକ ୭ମାସର ଶିଶୁ ମଧ୍ୟ ରହିଛି। ସେ ଶିଶୁଟିକୁ ନେଇ ସବୁଦିନ ଡ୍ୟୁଟି ଯାଇଥାନ୍ତି। କରୋନା ସମୟରେ କୌଣସି ଲୋକମାନେ ଯେପରି ଅନ୍ଧାରରେ ନରହିବେ, ସେନେଇ ସବ୍‌ ଷ୍ଟେସନ୍‌ ଆଖପାଖରେ ଥିବା କଲୋନୀକୁ ବିଦ୍ୟୁତ୍‌ ଯୋଗାଇଥାନ୍ତି। ପ୍ରଗତି ମେସିନଗୁଡିକୁ ଠିକ୍‌ ସେ ଚେକ୍‌ କରି କୌଣସି ଜାଗାରେ ତ୍ରୁଟି ଅଛିକି ନାହିଁ ସୂଚନା ଦେଇଥାନ୍ତି।

ପ୍ରଗତି କହିଛନ୍ତି, ‘ମୁଁ ମୋ ପିଲାକୁ ଡ୍ୟୁଟି ସମୟରେ ଆଣିବାକୁ ପଡିଥାଏ। କାରଣ କରୋନା ଯୋଗୁ ଘରେ କେହି ରୁହନ୍ତି ନାହିଁ। ପୁଣି ମୁଁ ଡ୍ୟୁଟି ମଧ୍ୟ ଛାଡି ପାରିବି ନାହିଁ। କାରଣ ଗତ ମାସରେ ମୋର ମାତୃତ୍ୱକାଳୀନ ଛୁଟି ସମାପ୍ତ ହୋଇଛି। କରୋନାରେ ଲୋକମାନେ ଘରେ ରହିବା ସମୟରେ ଅନ୍ଧାରରେ ନ ରୁହନ୍ତୁ, ସେନେଇ ମତେ ପ୍ରତିଦିନ ସକାଳ ୮ଟାରୁ ୪ଟା କାମ କରିବାକୁ ପଡିଥାଏ। ସବ୍‌-ଷ୍ଟେସନ ଭିତରେ କାମ କରିବା ସମୟରେ ପିଲାକୁ ଅନ୍ୟଜଣେ କର୍ମଚାରୀ ରଖିଥାନ୍ତି। ବିଦ୍ୟୁତ୍‌ ଉପକରଣରୁ ପିଲାକୁ ସବୁବେଳେ ଦୂରେଇ ରଖିଥାଏ।

 

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like