ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁରରେ ଏକ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି। ସେଠାରେ କ୍ଷୀର ପିଉଥିବା ଏକ ମାସର ଶିଶୁ କରୋନା ବିରୋଧରେ ଲଢ଼ି ଯୁଦ୍ଧରେ ଜିତିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଶିଶୁ କେବଳ ମା’ର କ୍ଷୀର ପିଇ କୋଭିଡ -୧୯ କୁ ପରାସ୍ତ କରିଛି। ଡାକ୍ତରମାନେ ମା’କ୍ଷୀରକୁ କରୋନା ବିରୁଦ୍ଧରେ ଅସ୍ତ୍ର କରିଥିଲେ।

एक माह के बच्चे ने कोरोना को हराया, मां का दूध ऐसे बना हथियार

ଖବର ଅନୁଯାୟୀ, ପର୍ଯ୍ୟଟନ ସହର ଖଜୁରାହୋର କୋଭିଡ ସେଣ୍ଟରରେ କିଛି ଦିନ ପୂର୍ବରୁ ଏକ ମାସର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ସେଠାକର ଜଣେ ଡାକ୍ଟର ଗଣମାଧ୍ୟମକୁ କହିଥିଲେ ଯେ ଜୁଲାଇ ୨୦ ରୁ ୨୨ ମଧ୍ୟରେ ପରିବାର ଏକ ମାସର ଶିଶୁ ସହିତ ଦିଲ୍ଲୀରୁ ଖଜୁରାହୋକୁ ଆସିଥିଲେ।

एक माह के बच्चे ने कोरोना को हराया, मां का दूध ऐसे बना हथियार

ଏକ ମାସ ପୂର୍ବରୁ ଶିଶୁର ମା’ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ସୁସ୍ଥ ହୋଇଥିଲେ। ଖଜୁରାହୋକୁ ଆସିବା ପରେ ପୁର୍ନବାର ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ ପାଇଁ ନମୂନା ନିଆଯାଇଥିଲା। ପରେ ଶିଶୁଟି କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା।

एक माह के बच्चे ने कोरोना को हराया, मां का दूध ऐसे बना हथियार

ଏହାପରେ ମା’ ଓ ଶିଶୁ ଦୁହିଁଙ୍କୁ ଖଜୁରାହୋ କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା। ଫଳରେ ସେଠାରେ ଶିଶୁର ମା’ଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। କିନ୍ତୁ ଶିଶୁକୁ କେବଳ ମା’କ୍ଷୀର ହିଁ ପିଇବାକୁ ଦିଆଯାଉଥିଲା। ଡାକ୍ତରଙ୍କ ତତ୍ତ୍ୱ ବଧାନରେ ଶିଶୁର ନିରନ୍ତର ଯତ୍ନ ନିଆଯାଉଥିଲା।

ଗତ ଗୁରୁବାର ଦିନ ଶିଶୁର ରିପୋର୍ଟ ନେଗେଟିଭ ଆସିଛି। ଯଦିଓ ଶିଶୁଟିକୁ କୋଭିଡ କେୟାର ସେଣ୍ଟର ଖଜୁରାହୋରୁ ଡିସଚାର୍ଜ କରାଯାଇଥିଲା କିନ୍ତୁ ଏବେ ବି ଶିଶୁଟି ଡାକ୍ତରଙ୍କ ଦାୟିତ୍ୱରେ  ରହିଛି।

ଖଜୁରାହୋ କୋଭିଡ ସେଣ୍ଟରର ଦାୟିତ୍ୱରେ ଥିବା ଡକ୍ଟରଙ୍କ କହିବା ଅନୁଯାୟୀ, ପିଲାଟିକୁ ତାଙ୍କ ମା’ଙ୍କ ସହିତ କୋଭିଡ ସେଣ୍ଟରରେ ରଖା ଯାଇଥିଲା।  ମା’ଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ପିଲାଟି କେବଳ ମା’ର କ୍ଷୀର ପିଉଥିଲେ। ଏବେ ଶିଶୁର ରିପୋର୍ଟ ନିଗେଟିଭ ଆସିଛି। ସେ କହିଛନ୍ତି ଯେ ଶିଶୁଟି କୋଭିଡ କେୟାର ସେଣ୍ଟର ଖଜୁରାହୋରୁ ଡିସଚାର୍ଜ ହୋଇଛି, କିନ୍ତୁ ଶିଶୁଟି ତାଙ୍କ ଦାୟିତ୍ୱରେ ରହିଛି। ତାଙ୍କୁ ଶୀଘ୍ର ଘରକୁ ପଠାଯିବ ବୋଲି କହିଛିନ୍ତି।

ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ କରି ଲେଖିଛନ୍ତି,‘ ଏହି ଦୁନିଆରେ ମା’ଙ୍କ ମମତା ଠୁ ବଡ଼ ଜିନିଷ ଆଉ କିଛି ନାହିଁ। ଖଜୁରାହୋରେ, ଏକ ନବଜାତ ଶିଶୁ କେବଳ ମା’ର କ୍ଷୀର ପିଇ କୋଭିଡ -୧୯ କୁ ପରାସ୍ତ କରିଛି। କୋଭିଡ ସେଣ୍ଟରର ଦାୟିତ୍ୱରେ ଥିବା ଡକ୍ଟର ଓ ସମସ୍ତ ଷ୍ଟାପ୍‌ଙ୍କୁ ଅଭିନନ୍ଦନ। କାରଣ ଏହି ଶିଶୁର ସଠିକ୍‌ ଭାବେ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ ଓ ଶିଶୁକୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରିଥିଲେ।’

 

 

You might also like