୬ ଫୁଟ ନୁହେଁ, ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ କରୋନା ଭାଇରସ୍
ନୂଆଦିଲ୍ଲୀ:କରୋନା ଭାଇରସଠାରୁ ଦୂରେଇ ରହିବାର ସବୁଠାରୁ ନିରାପଦ ଉପାୟ ହେଲା ସାମାଜିକ ଦୂରତା। ତେଣୁ ପରସ୍ପରଠାରୁ ୬ ଫୁଟ ଦୂରତାରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଉଥିଲେ । ହେଲେ ଏବେ ଆଉ ଏକ ଗବେଷଣାରୁ ଜଣାପଡ଼ିଛି ୬ ଫୁଟ ଦୂରତା ବି ସୁରକ୍ଷିତ ନୁହେଁ। କାରଣ କାଶିବା, ଛିଙ୍କିବା କିମ୍ବା ନିଃଶ୍ୱାସରେ ବାହାରୁଥିବା ଡ୍ରପ୍ଲେଟ୍ ସହ ଘାତକ କରୋନା ଭାଇରସ ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପି ପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ଆମେରିକାର ସେଣ୍ଟା ବାରବରା ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆର ଗବେଷକମାନେ କହିଛନ୍ତି, ଏହି ନଭେଲ କରୋନା ଭାଇରସ ଅନୁକୂଳ ପରିସ୍ଥିତିରେ ତିନି ଗୁଣ ଦୂର ପର୍ଯ୍ୟନ୍ତ ବ୍ୟାପି ପାରେ। ପ୍ରଥମେ ଏକ ଗବେଷଣାରୁ ଜଣାଯାଇଥିଲା, କାଶିବା, ଛିଙ୍କିବା ଦ୍ୱାରା୪୦ ହଜାର ପର୍ଯ୍ୟନ୍ତ ଡ୍ରପଲେଟ୍ ବାହାରି ପାରେ। ଏହି ଭାଇରସ ପ୍ରତି ସେକେଣ୍ଡରେ ୧୦୦ ମିଟରରୁ ଅଧିକ ପର୍ଯ୍ୟନ୍ତ ଯାଇପାରେ।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଅଧିକ ଓଜନର ଡ୍ରପଲେଟ ଗୁରୁତ୍ୱାକର୍ଷଣ ଯୋଗୁ ଆଖପାଖରେ ତଳେ ବସିଯାଏ। ହେଲେ ହାଲ୍କା ଡ୍ରପଲେଟ ଦ୍ରୁତ ଗତିରେ ପବନରେ ବାଷ୍ପିଭୂତ ହେବା ସହ ଏୟାରସୋଲ ପାର୍ଟିକ୍ଲି ସୃଷ୍ଟି କରିଥାଏ। ଯାହା ଭାଇସର ସହ ଘଣ୍ଟାଘଣ୍ଟା ଧରି ବାୟୁରେ ରହିପାରେ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କମ ତାପମାତ୍ରା ଏବଂ ଅଧିକ ହ୍ୟୁମିଡିଟରେ ଏହା ପ୍ରସାରିତ ହୋଇଥାଏ।
ତେଣୁ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ପକ୍ଷରୁ କରୋନାଠାରୁ ବଞ୍ଚିବା ପାଇଁ ୬ ଫୁଟରୁ ଅଧିକ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ସବୁବେଳେ ଏତିକି ଦୂରତାରେ ରହିଲେ ବି ଆପଣ ସୁରକ୍ଷିତ ରହିପାରିବେ ନାହିଁ। କାରଣ ଥଣ୍ଡା ପାଗ ଏବଂ ଅଧିକ ହ୍ୟୁମିଡିଟରେ ଡ୍ରପଲେଟ ୬ ମିଟର ଅର୍ଥାତ୍ ୧୯.୭ ଫୁଟ ଦୂର ବାଟ ଯାଇପାରେ।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଉତ୍ତର ହେମିସ୍ପିୟରରେ ଗରମ ପାଗରେ ବି ଏହି ମହାମାରୀ କମିବାର ସମ୍ଭାବନା ଦେଖାଯାଉ ନାହିଁ। କାରଣ ଏହି ଭାଗରେ ଏୟାରସୋଲ ଟ୍ରାନ୍ସମିଶନ ସବୁଠାରୁ ଅଧିକ ରହିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଗରମ ଏବଂ ଶୁଖିଲା ପାଗ ଯୋଗୁ ଡ୍ରପଲେଟ୍ ସହଜରେ ବାଷ୍ପ ହୋଇ ଏୟାରସୋଲ ପାଟିକିଲ୍ ତିଆରି କରେ ଯାହା ବହୁ ଦୂର ପର୍ଯ୍ୟନ୍ତ ସଂକ୍ରମଣକୁ ପ୍ରସାରତି କରିପାରେ।
ତେଣୁ ବୈଜ୍ଞାନିକମାନେ ଫେସ୍ ମାସ୍କ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଫେସ୍ ମାସ୍କ ପିନ୍ଧିବା ଦ୍ୱାରା ଏୟାରସୋଲ ପାର୍ଟିକିଲ୍ର ଟ୍ରାନ୍ସମିଶନଠାକୁ କମ୍ କରାଯାଇ ପାରିବ । ଏଥିସହିତ ସଂକ୍ରମଣକୁ ମଧ୍ୟ ରୋକିହେବ ବୋଲି ସେମାନେ କହିଛନ୍ତି ।