• translate
Abinash Pati

କରୋନା ଭାଇରସ୍ ମହାମାରୀକୁ ରୋକିବା ପାଇଁ  ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ନଗଦ ଟଙ୍କା କାରବାର ନକରି ଡିଜିଟାଲ୍ ପେମେଣ୍ଟ କରିବାକୁ ପରାମର୍ଶ ଦେଇଥିଲା। ଆରବିଆଇର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ୍ କହିଥିଲେ ନଗଦ କାରବାର ପାଇଁ ଆପଣଙ୍କୁ ଭିଡ଼ ଜାଗାକୁ ଯାଇପାରନ୍ତି। ଫଳରୋ କରୋନା ସଂକ୍ରମଣ ଆଶଂକା ଦେଖାଦେଇପାରେ। ଆଉ ବର୍ତ୍ତମାନ ପରିସ୍ଥିତିରେ ଏଥିରୁ ବର୍ତ୍ତିବା ଦରକାର।

ତେବେ ଆରବିଆଇ ପୂର୍ବରୁ ସିଏଆଇଟି (ଅଖିଳ ଭାରତୀୟ ବ୍ୟାପାରୀ ପରିଷଦ ସଂଘ) ମଧ୍ୟ ନଗଦ ଟଙ୍କା କାରବାର ଉପରେ ଚିନ୍ତା ପ୍ରକଟ କରିଥିଲା। ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୀଣ ଖଣ୍ଡେଲୱାଲ୍ ମଧ୍ୟ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ କହିଥିଲେ, କାଗଜରେ ତିଆରି ହୋଇଥିବା ନୋଟ୍ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାରେ ସହାୟକ ହୋଇପାରେ। ଏଥିସହିତ କାଗଜରେ ଟଙ୍କା ନ କରି ସିନ୍ଥେଟିକ ପଲିମର ବ୍ୟବହାର କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ। ଫଳରେ ଏଥିରେ ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇପାରିବ।

ସୋସିଆଲ୍ ମିଡିଆରେ ମଧ୍ୟ ଏନେଇ ଅନେକ ଚର୍ଚ୍ଚା ହେଉଛି। ଲୋକମାନେ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ଶେୟାର କରୁଛନ୍ତି। ଯେଉଁଥିରେ ନୋଟ୍ ଜରିଆରେ କରୋନା ବ୍ୟାପିବାର ରିପୋର୍ଟମାନ ପ୍ରକାଶ ପାଉଛି।

ଚୀନ ସରକାରୀ ମିଡିଆରେ ମଧ୍ୟ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ କୋଭିଡ୍-19ରେ ଚୀନରେ ମୃତ୍ୟୁ ସଂଖ୍ୟା ୧୫୦୦ରୁ ଅଧିକ ହୋଇଯାଇଥିଲା। ସେତେବେଳେ ଚୀନର ସବୁ ବ୍ୟାଙ୍କ କରୋନା ସଂକ୍ରମିତ ନୋଟ୍ ମାର୍କେଟରୁ ଉଠେଇ ନେଇ ଏଗୁଡ଼ିକୁ ବିଶୋଧନ କରି ଜୀବାଣୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଚୀନ ସରକାରୀ ଗଣମଧ୍ୟାମ ରିପୋର୍ଟ ପ୍ରକାଶ କରିଥିଲା।

ତେବେ କୋଭିଡ୍-19 ଭୂତାଣୁ କଥା ବିଚାର କଲେ କୋରନା ପରିବାରରେ ଏହା ଏକ ନୂଆ ଭୂତାଣୁ। ଯାହା ସ୍ୱାଶକ୍ରୀୟ ଜନିତ ସମସ୍ୟା ସୃଷ୍ଟି କରେ। ନିକଟରେ ହୋଇଥିବା କରୋନା ସମ୍ପର୍କିତ ସମସ୍ତ ସର୍ଭେରେ ନୋଟ୍ କିମ୍ବା ମୁଦ୍ରାରେ କୋଭିଡ୍-19 ବ୍ୟାପିବା ନେଇ କୋଣସ ତଥ୍ୟ ପ୍ରକାଶ ପାଇ ନାହିଁ।

ବୈଜ୍ଞାନିକଙ୍କ କହିବା କଥା ହେଲା, ଡ୍ରପଲେଟ୍ ବା ଛିଙ୍କିବା ଓ କାଶିବା ଦ୍ୱାରା ବାହାରୁଥିବା ସୁ୍ଖ୍ମ ବୁନ୍ଦା ନାକ ଓ କାନ ଦେଇ ମଣିଷ ଶରୀର ଭିତରକୁ ପ୍ରବେଶ କରିଥାଏ। ତେବେ ଯଦି କୌଣସି ସଂକ୍ରମିତ ବ୍ୟକ୍ତି ନୋଟ୍ କିମ୍ବା ମୁଦ୍ରା ହାତରେ ଧରିଥାନ୍ତି ଆଉ ଜଣେ ସୁସ୍ଥ ବ୍ୟକ୍ତି ସେହି ନୋଟ୍ କିମ୍ବା ମୁଦ୍ରା ବା ବିଲ୍ ଆଦି କାଗଜ ନିର୍ମତି ବସ୍ତୁ ଧରିଥାନ୍ତି ତେବେ ଏହା ବିପଦ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ ମଧ୍ୟ କିଛି ଏଭଳି ପରାମର୍ଶ ଦେଇଛି।

ତେବେ ଚୀନ ଓ ଦକ୍ଷିଣ କୋରିଆରେ କାଗଜ ନୋଟର ବିଶୋଧନ ଆରମ୍ଭ ହେବା ପରେ ନୋଟରେ କରୋନା ସଂକ୍ରମିତ ହେବା ନେଇ ପ୍ରଶ୍ନ ଉଠିଥିଲା। ଯାହାର ଜବାବରେ 2003ରେ ବ୍ୟାପିଥିବା ସାର୍ସ ମହାମାରୀର ବିଷୟରେ ହୋଇଥିବା ସର୍ଭେ ରିପୋର୍ଟର ତଥ୍ୟ ଦିଆଇଯାଇଥିଲା।
ସେତେବେଳେ ଆମେରିକାରେ ହୋଇଥିବା ସର୍ଭେରେ କୁହାଯାଇଥିଲା ଯେ ସାର୍ସ କରୋନା ଭାଇରସ୍ କାଗଜକୁ 72 ଘଣ୍ଟା ଓ କପଡ଼ାକୁ 96 ଘଣ୍ଟା ପର୍ଯ୍ୟନ୍ତ ସଂକ୍ରମିତ କରି ରଖିପାରିବ। ଏବେ ହୋଇଥିବା ଏକ ସର୍ଭେରେ ସାର୍ସ ଓ କୋଭିଡ୍-19 ଭାଇରସ ମଧ୍ୟରେ ସଂରଚାନାତ୍ମକ ସାମଞ୍ଜସ୍ୟ ଥିବାରୁ ନୋଟରେ କରୋନା ବ୍ୟାପିବା ଆଶଙ୍କା ରହିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ଯଦି ଆପଣ ନଗଦ ଟଙ୍କା କାରବାର କରୁଛନ୍ତି, ତେବେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ମାନନ୍ତୁ। ନୋଟ୍ ଧରିବା ପରେ ମୁହଁ, ନାକ କିମ୍ବା ଆଖିରେ ହାତ ମାରନ୍ତୁ ନାହିଁ। ହାତକୁ ଭଲକରି ସାବୁନରେ ଧୁଅନ୍ତୁ। ହାତକୁ ସାନିଟାଇଜିଂ କରନ୍ତୁ। ଏପରି କରିବା ଦ୍ୱାରା କରୋନା ସଂକ୍ରମଣରୁ ରକ୍ଷା ପାଇହେବ।

Other Stories