କେମିତି ଓ କେବେ ଲେଖାଯାଇଥିଲା ଦେଶର ସମ୍ବିଧାନ?

ସମ୍ବିଧାନ ହେଉଛି ଏକ ପବିତ୍ର ଗ୍ରନ୍ଥ

ନୂଆଦିଲ୍ଲୀ: ଦେଶର ସମ୍ବିଧାନ ଆଇନର ଦସ୍ତାବିଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ଭିତ୍ତିକରି କେନ୍ଦ୍ର ଓ ରାଜ୍ୟ ସରକର ଶାସନ କରନ୍ତି। ଏହା ସରକାର କାର୍ଯ୍ୟପାଳିକା ଓ ନ୍ୟାୟପାଳିକା, ବିଧାନସଭା ସହ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କକୁ ନିର୍ଣ୍ଣୟ କରେ। ଆମେ ଏଠାରେ କହିରଖୁଛୁ ଯେ, ଦେଶର ସ୍ୱାଧିନତା ପରେ ଯେଉଁ ସମ୍ବିଧାନ ପ୍ରଣୟନ ହୋଇଛି ତାହା ଅନେକ ଦେଶର ସମ୍ବିଧାନରୁ ଉଦ୍ଧୃତ ହୋଇଥିବା ଜଣାଯାଏ। କହିବାକୁ ଗଲେ, ବ୍ରିଟେନ, ଆୟରଲାଣ୍ଡ, ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଋଷିଆ, ଫ୍ରାନ୍ସ, ଜର୍ମାନୀ ଓ ଜାପାନ ପରି ଦେଶର ସମ୍ବିଧାନ ସହ ଭାରତୀୟ ସମ୍ବିଧାନର ଅନେକ ସମାନତା ମଧ୍ୟ ଦେଖାଯାଏ।

ଦେଶର ସମ୍ବିଧାନର ବିଷୟବସ୍ତୁ ଅତୁଳନୀୟ। ଯଦି ଆମେ ଅନ୍ୟ ଦେଶର ଆଇନ କାନୁନ ସମ୍ପର୍କରେ ଜାଣିବା ତେବେ ତାହାଠାରୁ ଯଥେଷ୍ଟ ଓ ଅଧିକ ଉତ୍ତମ ଭାରତର ସମ୍ବିଧାନ। କିନ୍ତୁ ନଜର ରହିଛି ଦେଶର ସମ୍ବିଧାନକୁ ଅନେକ ସମାଲୋଚନା କରନ୍ତି କିଏ ଏହାକୁ ବ୍ୟାଗ ତ ଆଉ କିଏ କେବଳ ଦସ୍ତାବିଜ ବୋଲି କୁହେ କିନ୍ତୁ ପ୍ରକୃତରେ ଏହାକୁ ଯିଏ ବୁଝିଛି ଏହା କେତେ ପବିତ୍ର ସିଏ ନିଜେ ହିଁ ଜାଣିପାରିବ।

ଭାରତର ସମ୍ବିଧାନ ବୈଶିଷ୍ଟ, ଇତିହାସ ଓ ଭୌଗୋଳିକ କାରଣରୁ ମଧ୍ୟ ଭିନ୍ନତା ଓ ସ୍ୱତନ୍ତ୍ରତା ବାରି ହୁଏ। ପ୍ରଣୟତା ଡ ଆମ୍ବେଦର କହିଥିଲେ ଯେ, ଦେଶର ସମ୍ବିଧାନ ଭାରତର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବାର କଥା କୁହେ। ହୁଏତ ଏହାକୁ କିଏ ସମାଲୋଚନା କରିପାରେ ବା ଭୁଲ କହିପାରେ। କିନ୍ତୁ ଏଥିରେ କାହାକୁ ଅଧିକ କିମ୍ବା କମ ଗୁରୁତ୍ୱ ଦିଆଯାଇନାହିଁ। ଅର୍ଥାତ୍ ଦେଶର ସମ୍ବିଧାନ ସମସ୍ତଙ୍କ ପାଇଁ ସମାନ। କୌଣସି ନିର୍ଧିଷ୍ଟ ବ୍ୟକ୍ତି କିମ୍ବା ଚିନ୍ତାଧାରାକୁ ନେଇ ଏହାକୁ ଲେଖାଯାଇନାହିଁ।

ଦେଶର ସମ୍ବିଧାନରେ ଦେଶ କେମିତି ଚାଲୁଛି ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଭାରତ ସରକାରଙ୍କ ଅଧିନିୟମ, ଫେଡେରାଲ ସ୍କିମ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ, ନ୍ୟାୟପାଳିକା, ଜନସେବା ଆୟୋଗ, ଜରୁରୀ କାଳୀନ ବ୍ୟବସ୍ଥା, ବିଧାନସଭା ଓ ଲୋକସଭା ପ୍ରଣାଳୀ, କ୍ୟାବିନେଟ୍ ବ୍ୟବସ୍ଥା ସହ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଯାଇଛି।

କିନ୍ତୁ ଯଦି ଆମେ ଭାରତ ସହ ଅନ୍ୟ ଦେଶ ସହ ତୁଳନା କରିବା ତେବେ ନିଶ୍ଚିତ ଭାବରେ ଆମ ଦେଶର ସମ୍ବିଧାନ ସ୍ୱତନ୍ତ୍ରତା ବଜାୟ ରଖିବ। କାରଣ ବିଶ୍ୱର ଅନେକ ଦେଶର ସମ୍ବିଧାନର ଆଇନ କାନୁନକୁ ଆଧାର କରି ଭାରତର ସମ୍ବିଧାନ ଲେଖାଯାଇଛି।

You might also like