ପ୍ରଫେସର ଚାକିରି ଛାଡ଼ିଦେଲେ, ମାଛ ବିକିଲେ

ନୂଆଦିଲ୍ଲୀ: କଲେଜର ଜଣେ ପ୍ରଫେସର ଚାକିରି ଛାଡ଼ି ମାଛ ବିକିବ ? ଏମିତି କିଏ କରିପାରେ ? ହେଲେ ଏମିତି କରିଛନ୍ତି ତାମିଲନାଡୁର ଜଣେ ଯୁବକ। ଯୁବକଙ୍କର ଏପରି ନିଷ୍ପତ୍ତି ଶୁଣିଲେମନେ ପଡେ ଶାହରୁଖ ଖାଁଙ୍କର ‘ରଇସ’ ଫିଲ୍ମର ସେଇ ଡାଇଲଗ୍‌- ‘କୋଇ ଧନ୍ଦା ଛୋଟା ନହିଁ ହୋତା, ଧନ୍ଦେ ସେ ବଡା କୋଇ ଧର୍ମ ନହିଁ ହୋତା ।’  ୨୭ ବର୍ଷୀୟ ଏଇ ଯୁବକଙ୍କ ମତରେ ସବୁ କାମର ସ୍ୱତନ୍ତ୍ର ମହତ୍ୱ ରହିଛି। ସବୁକାମକୁ ସମ୍ମାନ ଦେବା ଉଚିତ୍‌। ।

ତାମିଲନାଡୁର କରୁର ଅଞ୍ଚଳର ବାସିନ୍ଦା ମୋହନ କୁମାର । ସେ ଫିଶ କୋଲ୍ଡ ଷ୍ଟୋରେଜ୍‌ ବିଜିନେସ ପାଇଁ ତାଙ୍କ ପ୍ରଫେସର ଚାକିରି ଛାଡ଼ି ଦେଇଛନ୍ତି । ମୋହନ କୁମାରଙ୍କ ପାରିବାରିକ ବ୍ୟବସାୟ ଅଛି । ତାଙ୍କ ବାପା-ମା’ ପଲାନିବେଲ ଏବଂ ସେଲଭାରାନୀଙ୍କର ଗାନ୍ଧୀଗ୍ରାମରେ ଫିଶ ପ୍ରାଏ ଦୋକାନ ଅଛି । ମୋହନ ମେକାନିକାଲ ଇଞ୍ଜିନିୟରିଂ ପାସ କରିବା ପରେ ଏକ ପ୍ରାଇଭେଟ କଲେଜରେ ପ୍ରଫେସର ଥିଲେ । ହେଲେ ତାଙ୍କର ପାରିବାରିକ ବ୍ୟବସାୟ ପ୍ରତି ଖୁବ୍‌ ଆଗ୍ରହ ଥିଲା ।

କଲଜରେ ପଢିଲାବେଳେ ମୋହନଙ୍କର ଦୋକାନ ପ୍ରତି ବହୁତ ଆଗ୍ରହ ଥିଲା । କଲେଜରୁ ଫେରି ସେ ଦୋକାନରେ ବାପା ମା’ଙ୍କୁ ସାହାଯ୍ୟ କରୁଥିଲେ । ହେଲେ ବାପା-ମା’ ମୋହନଙ୍କର ଏପରି କାମରେ ଖୁସି ନ ଥିଲେ । ସେ ଚାହୁଁଥିିଲେ ମୋହନ ବହୁତ ବଡ ମଣିଷ ହେବେ । ବଡ ଚାକିରି କରିବେ । ପୁଅ ଯେ ତାଙ୍କର ଦୋକାନ ବୁଝାସୁଝା କରିବ ଏକଥା ବାପା-ମା’ ଚାହୁଁ ନ ଥିଲେ ।
ଯାହା ବି ହେଉ, ଏବେ ମୋହନ ଏବେ ନିଜ କାମରେ ବେଶ୍‌ ସନ୍ତୁଷ୍ଟ ।

ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ ସେ କହିଛନ୍ତି, ଲୋକେ ଯେତେବେଳେ ଜାଣିଲେ ମୁଁ ପ୍ରଫେସର ଚାକିରି ଛାଡ଼ି ମାଛ ଦୋକାନ କଥା ବୁଝୁଛି ସମସ୍ତେ ମୋତେ ପାଗଳ ବୋଲି କହିଲେ । ହେଲେ ମୋତେ ପ୍ରଫେସର ଜବ୍‌ଠାରୁ ଏଇ ଦୋକାନରେ କାମ କରିବାକୁ ବହୁତ ଭଲ ଲାଗୁଛି ।
ଏହି ଦୋକାନ ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି କହନ୍ତି ମୋହନ । ପରିବାର ଲୋକଙ୍କ ସମର୍ଥନ ନ ଥିବାରୁ ପ୍ରଥମେ ପ୍ରଥମେ ବ୍ୟବସାୟ ସମ୍ଭାଳିବାକୁ ତାଙ୍କୁ ବହୁତ୍‌ କଷ୍ଟ ହୋଇଥିଲା । ଯାହା ହେଉ, ଏବେ ମୋହନ ସହରର ଛୋଟ ବଡ ହୋଟେଲକୁ ଦୈନିକ ୧ରୁ ୨ ଟନ ମାଛ ଓ ମାଂସ ଯୋଗାଉଛନ୍ତି । ଏଥିରୁ ତାଙ୍କର ମାସିକ ୧ ଲକ୍ଷ ଟଙ୍କା ରୋଜଗାର ହେଉଛି। ଏବେ ତାଙ୍କର ରୋଜଗାର ଓ ପ୍ରତିଷ୍ଠା ଦେଖି ପରିବାର ଲୋକ ବି ବହୁତ ଖୁସି ।

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like