ଅସରପା ଟାଣୁଛି ସିଗାରେଟ୍ ! ଭିଡିଓ ଭାଇରାଲ
ୱାଶିଂଟନ୍: ସୋଶାଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡିଓ ଭାଇରାଲ ହେଉଛି। ଏବେ ଏକ ଅସରପାର ଭିଡିଓକୁ ନେଇ ଚର୍ଚ୍ଚା। ଅସରପାର ଏମିତି କିଛି କାରନାମା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅସରପାର ଏଭଳି କାରନାମାକୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଗୋଟିଏ ପ୍ରଶ୍ନ, ଅସରପା ଏମିତି କେମିତି କରିପାରିବ ! ଆମେରିକାର ନ୍ୟୁୟର୍କରେ ଏହି ଅଜବ ଘଟଣା ଘଟିଛି।
ନ୍ୟୁୟର୍କ ସହରର ସଡ଼କରେ ଜଳନ୍ତା ସିଗାରେଟ୍ ସହ ଏକ ଅସରପାକୁ ଦେଖିବାକୁ ମିଳିଛି। ଯାହା ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଭିଡିଓକୁ ନେଇ ଟ୍ୱିଟର୍ ୟୁଜର୍ସ ମଧ୍ୟ ଏହାର ମଜାକ ଉଡ଼ାଇଛନ୍ତି। ଅସରପା ସିଗାରେଟ୍ ଟାଣିବାକୁ ଯାଉଛି ବୋଲି ଜଣେ ୟୁଜର୍ସ କହିଛନ୍ତି।
Tired: pizza rat
Wired: cigarette cockroach pic.twitter.com/HPxBLkWstX— Tom Kretchmar (@tkretchmar) October 18, 2019
ଏହାପୂର୍ବରୁ ନ୍ୟୁୟର୍କର ସଡ଼କରେ ଏକ ମୂଷା ପିଜାର କିଛି ଖଣ୍ଡ ନେଇକି ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।