କିଡ୍ନୀ ବିକି କିଣିଥିଲେ ଆଇଫୋନ୍, କିନ୍ତୁ ଏବେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ
ଗତ ଅକ୍ଟୋବର ମାସରେ ଆପଲ୍ କମ୍ପାନି ତାର ଆଇଫୋନ୍ ସିରିଜ୍ର ଘୋଷଣା କରିଛି। ଏହି ଘୋଷଣା ପରେ ଇଣ୍ଟରନେଟ୍ରେ କିଛି ମେମ୍ସ ଭାଇରାଲ ହୋଇଥିଲା। ଯେଉଁଥିରେ କିଡ୍ନୀ ବିକି ଆଇଫୋନ୍ କିଣିବାର ମେମ୍ସ ଅଧିକ ଭାଇରାଲ୍ ହୋଇଥିଲା।
କିନ୍ତୁ ଆପଣ ଜାଣିଛନ୍ତି କି? ଏହା ସତ ଯେ ଜଣେ ବ୍ୟକ୍ତି ୯ ବର୍ଷ ତଳେ ଏମିତି ଏକ କାରନାମା କରିଥିଲେ। ଯାହା ପାଇଁ ଆଜି ସେ ପସ୍ତାଉଛନ୍ତି। ତେଣୁ ଆପଣ ଏହିଭଳି କିଛି କାର୍ଯ୍ୟ କରନ୍ତୁ ନାହିଁ, ଯେଉଁଥିରେ କି ଆପଣ ପରବର୍ତ୍ତୀ ସମୟରେ ଅନୁତାପ କରିବେ।
ଚୀନ୍ର ଜଣେ ବ୍ୟକ୍ତି ୨୫ ବର୍ଷୀୟ ୱାଙ୍ଗ୍ ସାଂଗୁନ୍ ଆଇଫୋନ୍ ପ୍ରେମରେ ଏମିତି ପଡ଼ିଯାଇଥିଲେ ଯେ ନିଜର କିଡ୍ନୀ ବିକି ସେ ଏହାକୁ କିଣିଥିଲେ। ଯାହାର ପରିଣାମ ଆଜି ସେ ଭୋଗୁଛନ୍ତି।
୨୦୧୧ ମସିହାରେ ଚୀନ୍ର ଅନ୍ହୁଇ ପ୍ରାନ୍ତରେ ରହୁଥିବା ୧୭ ବର୍ଷୀୟ ସାଂଗୁନ୍ ଆଇଫୋନ୍ କିଣିବା ପାଇଁ ନିଜ କିଡ୍ନୀକୁ ୩ ହଜାର ୨୭୩ ଡଲାରରେ ବିକ୍ରି କରିଦେଇଥିଲେ। ସେତେବେଳେ ସେ କହିଥିଲେ କି ମୋର ଦୁଇଟି କିଡ୍ନୀ ଥାଇ କଣ ହେବ, ଗୋଟିଏ ହିଁ ଯଥେଷ୍ଟ। ଏହି ଖବର ଗୋଟିଏ ବର୍ଷ ପୁରୁଣା କିନ୍ତୁ ୯ ବର୍ଷ ପରେ ସାଂଗୁନ୍ଙ୍କ ଅବସ୍ଥା ଖରାପ ରିହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।
ସେ ଆପଲ୍ର ଉତ୍ପାଦ କିଣିବା ପାଇଁ ବହୁତ ଉତ୍ସାହିତ ଥିଲେ। ତେଣୁ ସେ ଶରୀରର ଅଂଶ କିଣୁଥିବା ଏକ ଅନ୍ଲାଇନ୍ ବ୍ଲାକ୍ ମାର୍କେଟ୍ର ଏଜେଣ୍ଟ୍ଙ୍କ ସହ କଥା ହୋଇଥିଲେ ଏବଂ ସେ କହିଥିଲେ ଯେ ତାଙ୍କୁ ୩ ହଜାର ଡଲାର ଦେବେ। ଏହା ପରେ ସେ ସଙ୍ଗେସଙ୍ଗେ ରାଜି ହୋଇଯାଇଥିଲେ। ତେଣୁ ସେ ହୁନାନ୍ ପ୍ରାନ୍ତର ଏକ ମେଡିକାଲ୍ରେ ଅବୈଧ ସର୍ଜରୀ କରି ତାଙ୍କ ଡାହାଣ କିଡ୍ନୀକୁ ବିକିଦେଇଥିଲେ।
ରିପୋର୍ଟ ଅନୁସାରେ କିଛି ମାସ ଭିତରେ ଅନୌପଚାରିକ ଅପରେଶନ୍ କାରଣରୁ ତାଙ୍କୁ ସଂକ୍ରମଣ ହୋଇଯାଇଥିଲା। ତେଣୁ ତାଙ୍କ ଅବସ୍ଥା ବିଗିଡ଼ିଯାଇଥିଲା। ଏବେ ସେ ଗୋଟିଏ କିଡ୍ନୀଥିବା କାରଣରୁ ବେହୋସ୍ ହୋଇଯାଉଛନ୍ତି ଏବଂ ତାଙ୍କର ନିୟମିତ ଡାଏଲିସିସ୍ର ଆବଶ୍ୟକତା ପଡ଼ୁଛି।