ଏହି ମେଡିକାଲରେ ଝିଅ ଜନ୍ମ ହେଲେ ଦେବାକୁ ପଡ଼ିବ ନାହିଁ କୌଣସି ଶୁଳ୍କ

ଝିଅ ଜନ୍ମ ହେଲେ ମାଗଣା ଚିକିତ୍ସା

ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲର ବଡ଼ ଘୋଷଣା

ଝିଅ ଜନ୍ମ ହେଲେ ମାଗଣା ଚିକିତ୍ସା

ଦେବାକୁ ପଡ଼ିବ ନାହିଁ ଟଙ୍କାଟିଏ ବି ଶୁଳ୍କ

ରାୟପୁର: ଡାକ୍ତରଖାନା କର୍ତ୍ତୃପକ୍ଷ ଦେଖାଇଲେ ମହାନତା। ଏମିତି କିଛି ଘୋଷଣା କଲେ ଯାହାକୁ ନେଇ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲ ପକ୍ଷରୁ ବିଶେଷ ଘୋଷଣା କରାଯାଇଛି। କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁସାରେ, ଯଦି କୌଣସି ଦମ୍ପତ୍ତିଙ୍କର ସେହି ମେଡ଼ିକାଲରେ ଝିଅ ଜନ୍ମ ହୁଏ ତେବେ ସମ୍ପୃକ୍ତ ମାତା-ପିତାଙ୍କ ଠାରୁ ଟଙ୍କାଟିଏ ବି ନେବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ।

ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲର ବଡ଼ ଘୋଷଣା। ମେଡ଼ିକାଲରେ କନ୍ୟା ସନ୍ତାନ ଜନ୍ମ ହେଲେ ଦେବାକୁ ପଡ଼ିବ ନାହିଁ କୌଣସି ଶୁଳ୍କ। ଏହି ବିଶେଷ ଘୋଷଣାର ଲାଭ ଆପଣମାନେ ସମସ୍ତେ ପାଇପାରିବେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ବିଶେଷ ସୁବିଧା ଆସନ୍ତା ଫେବୃଆରୀ ମାସ ୧୫ ତାରିଖରୁ ଲାଗୁ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଦିନ ମେଡ଼ିକାଲକୁ ୧୨ ବର୍ଷ ପୂରୁଛି। ତେଣୁ ୧୨ ବର୍ଷ ପୂର୍ତ୍ତି ଅବସରରେ ମେଡ଼ିକାଲ ପକ୍ଷରୁ ଏମିତି ଘୋଷଣା କରାଯାଇଥିବା ଜଣାଯାଇଛି।

ମେଡ଼ିକାଲର ଏପରି ଘୋଷଣାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି। କେବଳ ସାଧାରଣ ଲୋକ ନୁହଁନ୍ତି ବରଂ IAS ଅବନୀଶ ଶରଣ ମଧ୍ୟ ଏହାକୁ ବେଶ ପ୍ରଶଂସା କରିଛନ୍ତି। ଟ୍ୱିଟ କରି ଅବନୀଶ ଲେଖିଛନ୍ତି ଯେ,  ‘ଯଦି ରାୟପୁରର’ ବାଲାଜୀ ହସପିଟାଲ’ରେ ଝିଅଟିଏ ଜନ୍ମ ହୁଏ, ତେବେ ଡାକ୍ତରଖାନା ଚିକିତ୍ସା’ ପାଇଁ ସମ୍ପୃକ୍ତ ସନ୍ତାନର ପରିବାରଲୋକଙ୍କ ଠାରୁ ଟଙ୍କାଟିଏ ବି ନେବ ନାହିଁ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଶିକ୍ଷଣୀୟ ପଦକ୍ଷେପ । ଡାକ୍ତରଖାନା ସହିତ ଜଡିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ ଟ୍ୱିଟ୍ କରିଛନ୍ତି।

ଏହି ଟ୍ୱିଟକୁ ଫେବୃଆରି ୮ତାରିଖ ରାତିରେ ପୋଷ୍ଟ କରାଯାଇଥିଲା। ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲାଇକ୍ କରାଯାଇଛି। ଏହା ସହିତ ପ୍ରାୟ ହଜାର ରି-ଟ୍ୱିଟ୍ କରାଯାଇଛି।

ମୋଟ ଉପରେ କହିବାକୁ ଗଲେ, ‘ବେଟି ବଚାଓ ବେଟି ବଢ଼ାଓ’ର ସଂକଳ୍ପକୁ ଏହି ମେଡ଼ିକାଲ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀତା କରୁଛି। କାରଣ ଦେଶରେ ଯେଉଁ ପରି ଭାବରେ କନ୍ୟା ଭ୍ରୁଣ ହତ୍ୟା ମାମଲା ବଢିବାରେ ଲାଗିଛି ଆଉ ସେହି ସମୟରେ ଗୋଟିଏ ମେଡ଼ିକାଲ ପକ୍ଷରୁ ଏପରି ଘୋଷଣା କରାଯାଇଥିବାରୁ ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରୁଛନ୍ତି। କେହି କେହି କହୁଛନ୍ତି ଯଦି ଦେଶର ପ୍ରତ୍ୟେକ ଜିଲ୍ଲାରେ ଏପରି ଗୋଟିଏ ଗୋଟିଏ ମେଡ଼ିକାଲ ଖୋଲନ୍ତା ତେବେ କନ୍ୟା ସନ୍ତାନର ଭ୍ରୁତ୍ୟାଣ ହର ମାତ୍ରା କମିପାରିବ।

You might also like