ବିନା ଡକ୍ୟୁମେଣ୍ଟସ୍‌ରେ ଏମିତି ବଦଳାନ୍ତୁ ଆଧାର କାର୍ଡରେ ନାମ, ଠିକଣା

ନୂଆଦିଲ୍ଲୀ: ଆଧାର କାର୍ଡରେ ନାମ, ଠିକଣା, ଓ ଜନ୍ମ ତାରିଖ ବଦଳାଇବା ପାଇଁ ସଠିକ୍‌ ବା ଭାଲିଡ୍‌(ବୈଧ) ଡକ୍ୟୁମେଣ୍ଟସ୍‌ର ଆବଶ୍ୟକତା ପଡ଼ିଥାଏ। ହେଲେ ଏହି ଡକ୍ୟୁମେଣ୍ଟସ୍‌ ଆପଣଙ୍କ ପାଖରେ ନାହିଁ ଓ ଏଥିପାଇଁ ଆପଣ ଚିନ୍ତିତ ଅଛନ୍ତି କି ? ତା’ହେଲେ ଏଣିକି ଆଉ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଭାଲିଡ୍‌ ଡକ୍ୟୁମେଣ୍ଟସ୍‌ ନ ଥିଲେ ମଧ୍ୟ ଆପଣ ଆଧାର କାର୍ଡରେ ଜରୁରୀ ତଥ୍ୟ ଅପଡେଟ୍‌ କରିପାରିବେ। ଏହି ପ୍ରକ୍ରିୟାକୁ ସହଜ କରିବା ଲାଗି UIDAI ଆଧାର କାର୍ଡକୁ ନେଇ ଏକ ଷ୍ଟାଣ୍ଡାର୍ଡ ଫରମାଟ୍‌ ପ୍ରସ୍ତୁତ କରିଛି। ଏନେଇ UIDAI ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ମଧ୍ୟ ଦିଆଯାଇଛି।

ସୂଚନା ଅନୁସାରେ, ଏବେ ଆଧାର କାର୍ଡରେ କୌଣସି ବି ପରିବର୍ତ୍ତନ ଚାହୁଁଥିଲେ ଏବେ ଆପଣଙ୍କୁ UIDAI ପକ୍ଷରୁ ଜାରି ହୋଇଥିବା ଏହି ଷ୍ଟାଣ୍ଡାର୍ଡ ସାର୍ଟିଫିକେଟ୍‌ରେ ଆପଣ ସବିଶେଷ ତଥ୍ୟ ଦେଇ ଗ୍ରୁପ୍‌ ଏ ଓ ଗ୍ରୁପ୍‌ ବି ଗ୍ୟାଜେଟେଡ୍‌ ଅଫିସର/ଗାଁ ପଞ୍ଚାୟତ କିମ୍ବା ମୁଖିଆ/ଆପଣଙ୍କ ଅଞ୍ଚଳର ଏମ୍‌ପି/ଏମ୍‌ଏଲ୍‌ଏ/ଏମ୍‌ଏଲ୍‌ସି/ମ୍ୟୁନିସିପାଲ୍‌ କାଉନ୍‌ସିଲର୍/ତହସିଲଦାର/ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ ଇତ୍ୟାଦିଙ୍କ ନିକଟରୁ ସେମାନଙ୍କର ଦସ୍ତଖତ କରି ଏଥିରେ ପରିବର୍ତ୍ତନ କରିପାରିବେ।

ଆଧାର ଏନ୍‌ରୋଲ୍‌ମେଣ୍ଟ୍‌ ପାଇଁ କୌଣସି ଚାର୍ଜ ଲାଗିନଥାଏ। ଅର୍ଥାତ୍‌ ଆପଣ ଯଦି ପ୍ରଥମ ଥର ପାଇଁ ଆଧାର କାର୍ଡ କରୁଛନ୍ତି ଓ ଏଥିପାଇଁ ଏନ୍‌ରୋଲ୍‌ କରୁଛନ୍ତି। ତେବେ ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଲାଗିବ ନାହିଁ। ଏହା ପୂରାପୂରି ମାଗଣା।

ଏସବୁ ବ୍ୟତୀତ ଯଦି ଆଧାର କାର୍ଡ ସମ୍ପର୍କିତ ଆପଣଙ୍କର କୌଣସି ଅଭିଯୋଗ ବା ସମସ୍ୟା ଅଛି ତେବେ ଆପଣ ଟୋଲ୍‌ ଫ୍ରି ନମ୍ବର ୧୯୪୭ରେ କଲ୍‌ କରି ଅଭିଯୋଗ କରିପାରିବେ। ଏହାଛଡ଼ା ଆପଣ help@uidai.gov.in ରେ ମଧ୍ୟ ଇ-ମେଲ୍‌ କରିପାରିବେ।

You might also like