ନିର୍ମାଣର ମାସେ ନପୁରୁଣୁ ଭୁଷୁଡ଼ିଲା କେନାଲ୍‌

ରାୟଗଡ଼ା: ନିର୍ମାଣକୁ ମାସେ ପୁରିନଥିବାବେଳେ କେନାଲ ଭୁଷୁଡି ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଚାଷ ଜମିକୁ ପାଣି ଯିବା ପରିବର୍ତ୍ତେ ଏଣେ ତେଣେ ବୋହିଯାଉଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ମାଳିସିରିପୁର ଗାଁ ନିକଟରେ। ଏଠାରେ ପ୍ରାୟ ୧୦ ଫୁଟ୍ ଓସାରରେ ଭୁଷୁଡି ପଡିଛି କେନାଲ।  ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ୩ଟି ପଞ୍ଚାୟତର ୪ ଶହ ଏକରରୁ ଅଧିକ ଚାଷ ଜମିକୁ ଜଳସେଚନ ପାଇଁ ରହିଛି ଏହି କେନାଲ। ହେଲେ କେନାଲ ଭୁଷୁଡି ପଡିଥିବାରୁ ଜମିକୁ କିଭଳି ପାଣି ମଡାଇବେ ସେହି ଚିନ୍ତାରେ ଚାଷୀ।

ସେପଟେ ମୁନିଗୁଡା କ୍ଷୁଦ୍ର ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ଏସଡିଓ ନିମ୍ନମାନର କାମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ କେନାଲ ଭୁଷୁଡିଛି, ଖୁବ୍‌ ଶୀଘ୍ର ମରାମତି ହେବ ବୋଲି ସେ କହିଛନ୍ତି।

ତୁରନ୍ତ ମରାମତି ନହେଲେ ଆଗକୁ ଚାଷ କାମ ପ୍ରଭାବିତ ହେବା ନେଇ ଆଶଙ୍କା ଦେଖାଦେଇଛି।

You might also like