କରୋନା ରୋଗୀ ଥରେ ସୁସ୍ଥ ହେବା ପରେ ପୁଣିଥରେ କରୋନା ସଂକ୍ରମଣ ହେବ କି ?

ନୂଆଦିଲ୍ଲୀ: କୋଭିଡ୍-୧୯ ଭାଇରସ୍‌ ପାଇଁ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି। କରୋନାରୁ ଭଲ ହୋଇଥିବା ବ୍ୟକ୍ତି ପୁଣିଥରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି କି ?

ଏହାର ଉତ୍ତର ଖୋଜିବା ପାଇଁ ଏକ ସର୍ଭେ ହୋଇଥିଲା। ଏହି ସର୍ଭେ ରିପୋର୍ଟରେ କଣ ନିଷ୍କର୍ସ ବାହାରିଲା ଆସନ୍ତୁ ଜାଣିବା।

କରୋନା ଭାଇସର୍‌ ସମ୍ପର୍କରେ ଅନେକ ସମୟରେ ଗୋଟିଏ ତର୍କ ଶୁଣାଯାଏ। ତାହା ହେଲା କୋଭିଡ୍-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଖରେ ନୋଭେଲ୍ କରୋନା ଭାଇରସ୍‌ ଓ SARS-CoV-2 ଭାଇରସ୍‌ ମୁକାବିଲା କରିବା ପାଇଁ ଯଥେଷ୍ଟ ରୋଗପ୍ରତିରୋଧ ଶକ୍ତି ଥାଏ। ତେଣୁ ଅନ୍ତତଃପକ୍ଷେ କିଛି ମାସ ପାଇଁ ଏହି ବ୍ୟକ୍ତିଙ୍କୁ କରୋନା ଭାଇରସ୍ ହେବନି।  କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ।

Rhesus Macaque Monkeys In Kathmandu Nepal - Monkey Facts and ...

ବିଜ୍ଞାନ ଅନୁସାରେ, କୌଣସି ଏକ ଭାଇରସ୍‌ର ଆକାର ଓ ଆକୃତି ମଣିଷର ରୋଗ ପ୍ରତିରୋଧକ ଶକ୍ତିର ସ୍ଥିରତା ଓ କାର୍ଯ୍ୟକାରୀତାକୁ ନିର୍ଣ୍ଣୟ କରେ। ରୋଗପ୍ରତିରୋଧକ ଶକ୍ତିରୁ ବାହାରୁଥିବା ଆଣ୍ଟିବଡିକୁ ଭାଇରସ୍‌ ଜାମ୍ କରିଦେବା ସହିତ ଏହାକୁ ନିଷ୍କ୍ରିୟ କରିଥାଏ। କରୋନା ଭାଇରସ୍ ଘଟଣାରେ ମଧ୍ୟ ଠିକ୍ ସେହିଭଳି ଘଟୁଛି।

ସାଧାରଣତଃ ବ୍ୟାପକ ସଂକ୍ରମଣ ସମୟରେ ଭାଇରସକୁ ମୁକାବିଲା କରିବା କଷ୍ଟକର ବ୍ୟାପାର ହୋଇଥାଏ। କାରଣ ସେମାନେ ବାରମ୍ବାର ତାଙ୍କର ଶାରିରୀକ ଗଠନ ଓ ଆନୁବଂଶିକ ପରିବର୍ତ୍ତନ କରିଥାନ୍ତି। ଏହା ଖୁବ୍‌ଶୀଘ୍ର ହେଉଥିବାରୁ ଭାଇରସ୍‌ର ଚିକିତ୍ସା କରିବା କଷ୍ଟକର ବ୍ୟାପାର ହୋଇଥାଏ।

Low social status leaves scars in the immune system - UChicago ...

ତେଣୁ ବ୍ୟାକ୍ଟେରିଆ ବିରୋଧରେ ଔଷଧ ବନାଇବା ସହଜ ହୋଇଥାଏ। କିନ୍ତୁ ଭାଇରସ୍ ବିରୋଧରେ ଔଷଧ ତିଆରି କରିବା କେବଳ ମନବୁଝିଲା ଭଳି କଥା ହେବ।

ଯଦିଓ ରାବିସ୍‌ ଭଳି କେତେକ ଭାଇରସ୍‌ ସ୍ଥିର ଯୋଗୁ ତାଙ୍କ ବିରୋଧରେ ଔଷଧ ତିଆରି କରିହେଉଛି। ତେବେ ଭାଇରସ୍‌ ବିରୋଧରେ ଲଢ଼ିବା ପାଇଁ ଔଷଧ ଦ୍ୱାରା ଶରୀର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି  କରାଯାଏ। କିନ୍ତୁ ଏହା କେବଳ ଗୋଟିଏ  ନିର୍ଦ୍ଦିଷ୍ଟ ଭାଇରସ୍ ପାଇଁ ଉଦିଷ୍ଟ ଥାଏ। ତେବେ ଯଦି ସେହି ସମାନ ଭାଇରସ୍‌ରେ ବାରମ୍ବାର ଆନୁବଂଶିକ ପରିବର୍ତ୍ତିତ କରୁଥାଏ ତେବେ ଏହି ଔଷଧ କୌଣସି କାର୍ଯ୍ୟକରେ ନାହିଁ। ନୋଭେଲ୍‌ କରୋନା ଭାଇରସ୍‌ ମଧ୍ୟ ଏହିପରି ବାରମ୍ବାର ବିଭିନ୍ନ ସ୍ଥରରେ ପରିବର୍ତ୍ତନଶୀଳ ହେଉଥିବାର ଦେଖାଯାଉଛି।

1,000+ Free Coronavirus (COVID-19) Images - Pixabay

ଏହାର ଅର୍ଥ ହେଲା ଯଦିଓ ଜଣେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଠାରେ କେବଳ ଗୋଟିଏ ପ୍ରକାର SARS-CoV-2 ଭାଇରସ୍‌କୁ ମୁକାବିଲା କରିବା କରିବା ଭଳି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତେବେ ପରିବର୍ତ୍ତନଶୀଳ ଭାଇରସ୍‌ କବଳରୁ ସେ ବର୍ତ୍ତି ପାରିବ ନାହିଁ।

ସେଥିପାଇଁ ଡେଙ୍ଗୁ, ସାଧାରଣ ଥଣ୍ଡା ଏବଂ ଚିକେନ ପକ୍ସ  ଭଳି ଭାଇରସ୍‌ ଗୋଟିଏ ସିଜିନ୍‌ରେ ମଧ୍ୟ ବ୍ୟକ୍ତିଙ୍କୁ ଦୁଇଥର ସଂକ୍ରମିତ କରିଥାଏ। କାରଣ ଏହା ପରିବର୍ତ୍ତନ ହୋଇ ପୁଣିଥରେ ଆଟାକ୍‌ କରିଥାନ୍ତି।

ବାଦୁଡ଼ି ଠାରେ ଶହ ଶହ କରୋନା ଭାଇରସ୍ ରହିଥାଏ। ସମୟ ସମୟରେ ଏହାଦ୍ୱାର ମଣିଷ ସଂକ୍ରମିତ ହୋଇଥାଏ।

ସର୍ଭେରୁ ଗବେଷକମାନେ ଏହା ଖୋଜିପାଇଛନ୍ତି ଯେ ଗୋଟିଏ ପ୍ରକାର କରୋନା ଭାଇରସ୍ ପାଇଁ ତିଆରି ହୋଇଥିବା ଔଷଧ କିମ୍ବା ଟିକା ଅନ୍ୟ କୌଣସି କରୋନା ଭାଇରସ୍ ପାଇଁ କାମ କରିପାରେନା। ୟୁଏସ୍‌ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ହେଲ୍ଥ ୱେବ୍‌ ସାଇଟ୍‌ରେ ଥିବା ଏକ ଗବେଷଣା ପତ୍ରରେ  ହ୍ୟୁମାନ କରୋନା ଭାଇରସ୍‌ କ୍ଷେତ୍ରରେ ପୁନଃସଂକ୍ରମଣ ହେବା ଏକ ସାଧାରଣ କଥା ବୋଲି ସ୍ପଷ୍ଟ ଲେଖାଯାଇଛି।

ସେହିଭଳି ଜର୍ନାଲ୍‌ ଅପ୍ ଆମେରିକାନ୍‌ ମେଡିକାଲ୍‌ ଆସୋସିଏସନ୍‌(ଜାମା)ରେ ପ୍ରକାଶିତ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା କେତେକ ରୋଗୀ ଅନ୍ୟ ନୋଭେଲ୍‌ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ଦେଖାଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ, ଚାଇନାରେ ଫେବ୍ରୁଆରି ମାସରେ  କେତେକ ରୋଗି ପୁନଃ ସଂକ୍ରମଣ ହୋଇଥିବା ଦେଖାଯାଇଥିଲା। ସେହିଭଳି ଠିକ୍‌ ସେହିପରି କୋଭିଡ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଆଉଥରେ ସଂକ୍ରମିତ ହୋଇଥିବାର ଖବର ଜାପାନ୍‌ରୁ ବି ଖବର ଶୁଣିବାକୁ ମିଳିଛି।

ତେବେ ଚାଇନାରେ ମାଙ୍କଡ଼ ଉପରେ ହୋଇଥିବା ଗବେଷଣା ମଣିଷ ପାଇଁ ଏକ ଆଶା ନେଇ ଆସିଛି। ଗୋଟିଏ ପରିବେଶରେ ରହୁଥିବା ୪ଟି ନୋଭେଲ୍ କରୋନା ଭାଇରସ୍‌ ସଂକ୍ରମିତ ରେହସୁସ୍‌ ମକାକ୍ୟୁସ(ଏକ ପ୍ରକାର ମାଙ୍କଡ଼) ଉପରେ ବୈଜ୍ଞାନିକମାନେ ଗବେଷଣା କରିଥିଲେ। ଗୋଟିଏ ସପ୍ତାହ ପରେ ସଂକ୍ରମଣର ସ୍ତର ଜାଣିବା ପାଇଁ ୪ ମାଙ୍କଡ଼ମାଙ୍କ ମଧ୍ୟରୁ ଗୋଟିଏକୁ ମାରି ଦିଆଯାଇଥିଲା। ମୃତ ମାଙ୍କଡ଼ ଠାରେ ମଧ୍ୟମ ଧରଣ ନିମ୍ୟୁନିଆ ସଂକ୍ରିତ ହୋଇଥିବାର ଜଣାପଡ଼ିଥିଲା।

ବାକି ଥିବା ୩ ମାଙ୍କଡ଼କୁ ସୁସ୍ଥ ହେବା ପାଇଁ ଛାଡ଼ି ଦିଆଯାଇଥିଲା। ସେମାନଙ୍କ ଶରୀରରେ ଥିବା ହାଇ ଲେଭଲ ଆଣ୍ଟିବଡି ପାଇଁ ସେମାନେ ଖୁବ୍‌ଶୀଘ୍ର ଭଲ ହୋଇଯିବା ଆଶାରେ ସେମାନଙ୍କ ପର୍ଯ୍ୟବେକ୍ଷଣ କରାଯାଉଥିଲା। ଧୀରେ ଧୀରେ ସେମାନେ ସୁସ୍ଥ ମଧ୍ୟ ହେଲେ। ସେମାନଙ୍କ ଠାରେ ଭାଇରସ୍‌ର କୌଣସି ଲକ୍ଷଣ ଦେଖାଗଲା ନାହିଁ। କିନ୍ତୁ ପରେ ସେମାନେ ପୁଣିଥରେ ନୋଭେଲ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଏହି ସମୟରେ ସେମାନଙ୍କ ଶରୀର ଭିତରେ ମାତ୍ର କିଛି ସମୟ ପାଇଁ ତାପମାତ୍ର ବୃଦ୍ଧି ହୋଇଥିଲା। କିନ୍ତୁ ତାଙ୍କଠାରେ କୌଣସି ଅନ୍ୟ ଲକ୍ଷଣ ଦେଖା ଗଲା ନାହିଁ। ଏହାର ଅର୍ଥ ହେଲା ଲକ୍ଷଣ ଦେଖାଯାଉ ନଥିଲେ ବି ଜଣେ ସୁସ୍ଥ ହୋଇଥିବା ରୋଗୀକୁ ପୁନଃ ସଂକ୍ରମଣ ହେବା ସମ୍ଭବ।

ତେବେ ଖୁସି ଖବର ହେଲା ସଂକ୍ରମଣ ଲେଭଲ ଜାଣିବା ପାଇଁ ଯେଉଁ ମାଙ୍କଡ଼କୁ ମାରି ଦିଆଯାଇଥିଲା। ସେହି ମାଙ୍କଡ଼ର ଟିସୁରେ କିନ୍ତୁ ଆଉ କରୋନା ଭୂତାଣୁ ନଥିଲା। ଏହାପରେ ଜୀବୀତ ରହି ସଂଘର୍ଷ କରୁଥିବା ମାଙ୍କଡ଼ମାନଙ୍କଠାରେ କୋଭିଡ-୧୯ ସମ୍ପର୍କିତ ଅଧିକ ତଥ୍ୟ ମିଳିପାରି ନଥିଲା।

ତେବେ କେତେ ସର୍ଭେରୁ ଗବେଷମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି। ଥରେ ସଂକ୍ରମତି ହେବା ପରେ ପୁଣି ଥରେ ସଂକ୍ରମଣ ହେବାର ଆଶଙ୍କା କମ୍‌ ଥାଏ ବୋଲି ଗବେଷକମାନେ ମତ ଦିଅନ୍ତି। କିନ୍ତୁ ଏପ୍ରିଲ୍‌ ୧୧ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିବା ୯୧ ଜଣ ପୁଣି ଥରେ ନୋଭେଲ୍‌ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିଲେ। ଦକ୍ଷିଣ କୋରିଆର ଗୁରୋ ହସ୍ପିଟାଲର ପ୍ରଫେସର ବୃ-ଜୃ ଏହି ସୂଚନା ଦେଇଥିଲେ। ସେହିପରି ଅନ୍ୟ ଜଣେ ଡାକ୍ତର କହିଛନ୍ତି, ଏହି ଆକ୍ରାନ୍ତମାନେ ପ୍ରଥମେ ଚିକିତ୍ସା ହେବାବେଳେ ଏହି ଭାଇରସଟି ନିଷ୍କ୍ରିୟ ହୋଇଯାଇଥିବ। ଏବେ ପୁଣିଥରେ ସକ୍ରିୟ ହୋଇଛି।

ତେବେ ଏହି ଗବେଷଣାରୁ ଏତିକି ସ୍ପଷ୍ଟ ଯେ ଥରେ ଥରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପୁନଃ ସଂକ୍ରମିତ ହେବା ଚାନ୍ସ କମ୍‌ ଥାଏ କିନ୍ତୁ ସଂକ୍ରମିତ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି। ଯାହାର ଉଦାହରଣ ଦକ୍ଷିଣ କୋରିଆର ଏହି ୯୯ ବ୍ୟକ୍ତି।

You might also like