ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଅନେକ ସମୟରେ ଅଫିସ୍ କିମ୍ବା କୌଣସି ଦରକାରୀ କାମ କରୁଥିଲେ କିମ୍ବା ଅନ୍ୟମାନଙ୍କ ଗହଣରେ ଥିଲେ ଫୋନ୍‌ କଲ୍‌ ରିସିଭ୍‌ କରିପାରିନ୍ତି ନାହିଁ। କିନ୍ତୁ ସେହି ସମୟରେ ସମ୍ପର୍କୀୟ ବ୍ୟକ୍ତିମାନେ ବାରମ୍ବାର ଫୋନ୍‌ କରିଥାନ୍ତି। ଆପଣ ଚାହିଁଲେ ବି ସେମାନଙ୍କ ଫୋନ୍‌ କଲ୍‌କୁ କାଟିପାରନ୍ତି ନାହିଁ।  ଅଫିସ୍‌ରେ ଫୋନ୍‌ ଉଠାଇବା ମଧ୍ୟ ଅନେକ ସମୟରେ ସମ୍ଭବ ହୋଇନଥାଏ। ଏହି ସମୟରେ ଆପଣ ନିଶ୍ଚେ ଭାବୁଥିବେ ଯେ ଏଭଳି ଗୋଟେ ସୁବିଧା ଥାଆନ୍ତା କି, ଯେମିତି ସିମ୍‌ କାର୍ଡ କିମ୍ବା ଇଣ୍ଟର୍‌ନେଟ୍‌ ଚାଲୁ ରୁହନ୍ତା, କିନ୍ତୁ କାହାର କଲ୍‌ ଆସନ୍ତା ନାହିଁ। ତେବେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ। ଆପଣ ଚାହିଁଲେ ଏକ ସିକ୍ରେଟ୍‌ କୋଡ୍‌ ଡାଏଲ୍‌ କରି ଏଥିରୁ ମୁକ୍ତି ପାଇପାରିବେ। ଆପଣଙ୍କର ଇଣ୍ଟର୍‌ନେଟ୍‌ ଓ ସିମ୍ ଚାଲୁ ରହିବ କିନ୍ତ କାହାର କଲ୍  ଆସିବ ନାହିଁ।

Related image

ସିକ୍ରେଟ୍ କୋଡ୍‌ ଟ୍ରିକ୍‌

ଏହି ଟ୍ରିକ୍‌ USSD (Unstructured Supplementary Service Data) ସହିତ ଜଡ଼ିତ। ଏଥିପାଇଁ ଆପଣଙ୍କୁ ସ୍ପେଶାଲ୍‌ କ୍ୟାରେକ୍ଟର୍‌ ଯେମିତିକି ଷ୍ଟାର୍‌(*) କିମ୍ବା ହ୍ୟାସ୍‌ ଟ୍ୟାଗ୍ (#) ସହିତ ଯୋଡ଼ି ଏକ ନମ୍ବର ଡାଏଲ କରିବାକୁ ପଡ଼ିବ।

ତେବେ ଏଥିପାଇଁ ଆପଣଙ୍କୁ ଏମିତି ଗୋଟେ ମୋବାଇଲ୍‌ ନମ୍ବର୍‌ ବାଛିବାକୁ ପଡ଼ିବ ଯାହା ନେଟ୍‌ୱାର୍କ ଏରିଆରେ ନଥିବ କିମ୍ବା ସ୍ୱିଚ୍‌ ଅଫ୍‌ ଥିବ। ଏହାପରେ ଆପଣଙ୍କୁ  **21* ସହିତ ସେହି ନେଟ୍‌ୱାର୍କ ନଥିବା କିମ୍ବା ସ୍ୱଚ୍‌ଅଫ୍‌ ଥିବା Mobile Number ଡାଏଲ୍‌ କରିବାପରେ ହାସ୍‌ # ଡାଏଲ୍‌ କରନ୍ତୁ। ଏହାପରେ ଏହି ନେଟ୍‌ୱାର୍କ ନଥିବା ନମ୍ବରକୁ ଆପଣଙ୍କ ସମସ୍ତ କଲ୍ ଡାଇଭର୍ଟ ହୋଇଯିବ।

ଉଦାହରଣ- **21*MobileNumber#

Image result for girl use phone in office

ପୁଣି ଏଥିରୁ ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ମୋବାଇଲ୍‌ରେ  ##002# ଡାଏଲ୍‌ କଲେ କଲ୍‌ ଡାଇଭର୍ଟ ସିସ୍‌ଟମ୍‌ କେନ୍‌ସଲ୍‌ ହୋଇଯିବ। ପୂର୍ବଭଳି ଆପଣଙ୍କୁ କଲ୍ ଆସିବ।

 

 

ଆହୁରି ପଢ଼ନ୍ତୁ

ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

You might also like