ବଲବର ଦାମ ୯ ଲକ୍ଷ ଟଙ୍କା । ଏମିତି ଏ ବଲ୍ ରେ କ’ଣ ଅଛି ଯେ ଏହାର ଦାମ ଏତେ ଅଧିକ ରହିଛି

ବଲର ଦାମ ୯ ଲକ୍ଷ !

ବଲର ଦାମ ୯ ଲକ୍ଷ । ବିଶ୍ୱାସ ହେଉନଥିଲେ ବି ସତ । ସାଧାରଣ ଭାବରେ ଆପଣ ଭାବୁଥିବେ କି ବଜାରରେ ତ ୪୦ କିମ୍ବା ୫୦ ଟଙ୍କାରେ ଭଲ ବଲ ମିଳିଯାଉଛି । ଏ ବଲରେ ଏମିତି କଣ ଅଛି ଯେ, ଏହାର ଦାମ ଶହେ ନୁହେଁ କି ୨ ଶହ ନୁହେଁ ବରଂ ୯ ଲକ୍ଷ ଟଙ୍କା । ଆଜ୍ଞା ହଁ ଏ ବଲରେ ଏମିତି କିଛି ବିଶେଷତ୍ୱ ରହିଛି ତେଣୁ ଏହାର ଦାମ ଲକ୍ଷେ ଉପରେ ହିଁ ରହିଛି ।

ବଲବର ଦାମ ୯ ଲକ୍ଷ !

ବଲବ କିଣିଲେ ବୃଦ୍ଧି ପାଇବ ନିଜର ସମୃଦ୍ଧି

ଦିଲ୍ଲୀରେ ମିଳୁଛି ସୁନା ବଲବ

ବଲରେ ଏମିତି କିଛି ଆକର୍ଷଣୀୟ ସାମଗ୍ରୀ ରହିଛି ତେଣୁ ଏହାର ଦାମ ଏତେ ଅଧିକ ରହିଛି । ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରେ କିଛି ଯୁବକମାନେ ମିଶି ଜଣେ ବ୍ୟବସାୟୀଙ୍କୁ ଏହି ବଲ ବିକ୍ରି କରିଛନ୍ତି । ବାସ୍ତବରେ ଏହି ବଲରେ କିଛି ଚିତାକର୍ଷକ ସାମଗ୍ରୀ ଥିବା କଥା କହି ସ୍ଥାନୀୟ ବ୍ୟବସାୟୀଙ୍କୁ ବଲକୁ ବିକ୍ରି କରିଥିଲେ ।

ଏହି ସ୍ୱତନ୍ତ୍ର ବଲରେ ସୁନା ଭଲି ଦାମୀ ଧାତୁ ରହିଛି । କେବଳ ସୁନା ପରି ଧାତୁ ନୁହେଁ ବରଂ ଏହାକୁ ଘରେ ରଖିଲେ ସମୃଦ୍ଧି ବୃଦ୍ଧି ପାଇବ ବୋଲି ସମୃକ୍ତ ଯୁବକମାନେ ବ୍ୟବସାୟୀଙ୍କୁ କହିଥିଲେ । ତେବେ ଏହି କଥା ଶୁଣିବା ପରେ ବ୍ୟବସାୟୀ ଜଣକ ବଲ କିଣିଥିଲେ ।

ବ୍ୟବସାୟୀ ଫସିଲେ କେମିତି

ସାମାନ୍ୟ ବଲକୁ ୯ ଲକ୍ଷ ଟଙ୍କାରେ କାହିଁକି କିଣିଲେ ବ୍ୟବସାୟୀ ? ଏହାକୁ ନେଇ ଆପଣଙ୍କ ମନରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଙ୍କି ମାରୁଥିବ ।  ଅଭିଯୁକ୍ତମାନେ ସ୍ୱତନ୍ତ୍ର ଚୁମ୍ବକ ସାହାଯ୍ୟରେ ବଲକୁ ବିଭିନ୍ନ ଉପାୟରେ ଜାଳି ପୋଡି ବ୍ୟବୟାୟୀଙ୍କ ବିଶ୍ୱାସ ଜିତିଥିଲେ । ତେବେ ବିଶ୍ୱାସ ଜିତିବା ପରେ ବଲକୁ ୯ ଲକ୍ଷ ଟଙ୍କାରେ ବିକ୍ରି କରି ସେଠାରୁ ପଳାଇଥିଲେ ।

ତେବେ କରୋନା ମହାମାରୀ ପାଇଁ ବ୍ୟବସାୟୀ ଜଣକ ଅନେକ ‍କ୍ଷତି ସହିଥିଲେ । ତେଣୁ  ନିଜର ସମୃଦ୍ଧଇ ବଢିବା ଆଶାରେ ସେହି ବଲକୁ କିଣିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବ୍ୟବସାୟୀଙ୍କ ଜଣଙ୍କ ନୀତେଶ ମଲହୋତ୍ରା ଏବଂ ଅଭିଯୁକ୍ତମାନେ ଲକ୍ଷ୍ମୀପୁର ଅଂଚଳର ବୋଲି ପୋଲିସ ପକ୍ଷରୁ ମିଳିଛି ସୂଚନା ।

ସାବଧାନ ଥାଆନ୍ତୁ ! ନଚେତ୍ ଆପଣ ବି ଠକାମୀର ହେବେ ଶିକାର

ତେବେ ଘଟଣା ଜଣାପଡିବା ପରେ ମଲହୋତ୍ରା କହିଛନ୍ତି ଯେ, ସେମାନେ ଯେତେ ବେଳେ ମୋ ପାଖକୁ ଆସିଥିଲେ ସେହି ସମୟରେ ବେପାର ମାନ୍ଦା ଚାଲିଥିଲା । କୌଣସି ମତେ ବେପାର ବଢାଇବାକୁ ମୋର ଇଚ୍ଛାଥିଲା । ତେଣୁ ସେମାନଙ୍କ ଉପରେ ମୋର କୌଣସି ସନ୍ଦେହ ହୋଇନଥିଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଯେଉଁ ବଲକୁ ମଲହୋତ୍ରା କିଣିଥିଲେ ତାହା ବଜାରରେ ଉପଲବ୍ଧ ସାଧାରଣ ବଲ ପରି ।

ସେହି ବଲରେ କୌଣସି ସୁନା ନାହିଁ କିମ୍ବା କୌଣସି ସମୃଦ୍ଧି ତାହା ଆଣେ ନାହିଁ ବୋଲି ସୂଚନା ମିଳିଛି । ତେବେ ଟିକିଏ ଅସାବଧାନ ହେତୁ ଆପଣ ବି ଠକାମୀର ହୋଇପାରନ୍ତି ଶିକାର । ତେଣୁ ସତର୍କ ରୁହନ୍ତୁ ଓ ସାବଧାନ ରୁହନ୍ତୁ ।

You might also like