BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍ଲିମିଟେଡ୍ କଲିଂ ସୁବିଧା
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଜବରଦସ୍ତ ନୂଆ ପ୍ଲାନ୍ ଆଣିଛି। ପ୍ରତିଦିନ ୨ଜିବି ଡାଟା ସହିତ ଅନ୍ଲିମିଟେଡ୍ କଲିଂ ଓ PRBTର ସୁବିଧା ବି ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ନୂଆ ପ୍ଲାନ୍ଗୁଡ଼ିକ ବିଷୟରେ।
ବିଏସ୍ଏନ୍ଏଲ୍ର ୩୬୫ ଟଙ୍କାର ପ୍ଲାନ୍
୩୬୫ ଟଙ୍କାର ରିଚାର୍ଜ କଲେ ପ୍ରତିଦିନ ୨ ଜିବି ଜାଟା ସହିତ ୟୁଜର୍ସ ସବୁ ନେଟ୍ୱର୍କକୁ ଅନ୍ଲିମିଟେଡ୍ ଫ୍ରି କଲିଂ ସୁବିଧା ପାଇପାରିବେ। ତେବେ ପ୍ଲାନ୍ ଉପରେ ୨୫୦ ଟଙ୍କାର ଫେୟର୍(FUP) ପଲିସି ଲାଗୁ ହେବ। ଅର୍ଥାତ୍ ୨୫୦ ମିନିଟର ଡେଲି ଲିମିଟ୍ ସରିବା ପରେ ରିଚାର୍ଜ ଭାଗରୁ ହିଁ ୟୁଜରଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।
୬୯୯ ପ୍ଲାନ୍
ଏହି ପ୍ରିପେଡ୍ ପ୍ଲାନ୍ରେ ଉପଭୋକ୍ତା ପ୍ରତିଦିନ ୫୦୦ ଏମ୍ବିର ଡାଟା ସହିତ ସବୁ ନେଟ୍ୱାର୍କକୁ ଅନ୍ଲିମିଟେଡ୍ ଫ୍ରି କଲିଂର ସୁବିଧା ପାଇପାରିବେ। ଏହା ବ୍ୟତୀତ, କମ୍ପାନୀ ୬୦ ଦିନ ପାଇଁ କଲର୍ ଟ୍ୟୁନ୍ ସବକ୍ରିପସନ୍ ସୁବିଧା ଦେବ। ୬୦ ଦିନର ବୈଦ୍ଧତା ଥିବା ଏହି ପ୍ଲାନ୍ରେ ପ୍ରମୋସନଲ୍ ଅଫର୍ ଲାଗୁ ହେବା ପରେ ଏହାର ବୈଦ୍ଧତା ୧୮୦ ଦିନ ହୋଇଯିବ। କମ୍ପାନୀ ୱେବ୍ସାଇଟ୍ରୁ ଏହି ରିଚାର୍ଜ କରାଯାଇପାରିବ।
ବିଏସ୍ଏନ୍ଏଲ୍ର କମ୍ବୋ ୧୮ ପ୍ଲାନ୍
ବିଏସ୍ଏନ୍ଏଲ୍ର ୧୮ ଟଙ୍କିଆ ପ୍ଲାନ୍ରେ ପ୍ରତିଦିନ ୧.୮ ଟଙ୍କାର ଡାଟା ମିଳିବ। ଏଥିସହିତ ସାରା ଭାରତରେ ବିଏସ୍ଏନ୍ଏଲ୍ ଟୁ ବିଏସ୍ଏନ୍ଏଲ୍ ୨୫୦ ମିନିଟ୍ ପର୍ଯ୍ୟନ୍ତ ଫ୍ରି କଲିଂ ସୁବିଧା ଦିଆଯିବ। ପ୍ଲାନ୍ର ବୈଦ୍ଧତା ମାତ୍ର ଦୁଇ ଦିନ ପାଇଁ ରହିବ।
୧୦୮ ପ୍ଲାନ
ଏଥିରେ ପ୍ରତିଦିନ ୧ ଜିବି ଡାଟା ସହିତ ୫୦୦ ଏସ୍ଏମ୍ଏସ୍ର ସୁବିଧା ମିଳିବ। ସମସ୍ତ ନେଟ୍ୱର୍କକୁ ୨୫୦ ମିନିଟ୍ର କଲିଂ ସୁବିଧା ମିଳିବ। ଏହି ପ୍ୟାକ୍ର ବୈଦ୍ଧତା ୨୮ ଦିନ ପର୍ଯ୍ୟନ୍ତ ରହିବ। ଏହି ପ୍ୟାକ୍ଗୁଡ଼ିକରେ ପର୍ସନାଲାଇଜ୍ ରିଙ୍ଗ ବ୍ୟାଙ୍କ ଟୋନ୍(PRBT) ମିଳିବ।
ତେବେ ବିଏସ୍ଏନ୍ଲର ଏହିସବୁ ପ୍ଲାନ୍ ବର୍ତ୍ତମାନ ପାଇଁ କେବଳ କରେଳ ରାଜ୍ୟ ପାଇଁ ଉପଲବ୍ଧ ରହିଛି। ତେବେ ଖୁବ୍ଶୀଘ୍ର ବିଏସ୍ଏନ୍ଏଲ୍ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରିବ ବୋଲି ଆଶା ରଖାଯାଉଛି।