ବରକୁ ଲୁଟିଲା ମିଛେଇ କନିଆ, ବିବାହ ପାଇଁ ୬ ଲକ୍ଷର ସପିଂ. . . .

ପରେ ଫେରାର ମାଲିଲା ’ସୋନା’,’ବାବୁ’, ’ପୁଚୁ’

ଲକ୍ଷ୍ନୌ : ବରକୁ ଲୁଟିଲା କନ୍ୟା । ବିବାହ ପୂର୍ବରୁ ବର ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରିଲା କନ୍ୟା । ୬ ଲକ୍ଷ ଟଙ୍କାର ସପିଂ କରି ଯୁବତୀ ଜଣକ ଫେରାର ହୋଇଥିବା ଅଭିଯୋଗ ହୋଇଛି । ୟୁପିର ଲକ୍ଷ୍ନୌ ସହରରେ ଘଟିଛି ଏଫରି ଅଭାବନୀୟ ଘଟଣା । ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ମନୋଜ ଅଗ୍ରୱାଲ ନାମକ ଯୁବକଙ୍କ ଠାରୁ ଟଙ୍କା ନେଇ ଭାବିପତ୍ନୀ ଫେରାର୍ ହୋଇଯାଇଛନ୍ତି ।

ବିବାହ ପାଇଁ ଜୀବନସାଥୀ ଡଟ କମରେ ନିଜର ପ୍ରୋଫାଇଲ ତିଆରି କରିଥିଲେ ଲକ୍ଷ୍ନୌର ମନୋଜ ଅଗ୍ରୱାଲ । ପରେ ଏହି ୱେବସାଇଟ୍ ମାଧ୍ୟମରେ ପ୍ରିୟଙ୍କାଙ୍କ ସହ ପରିଚୟ ହୁଏ । ୧୫ ଅଗଷ୍ଟରେ ପ୍ରିୟଙ୍କା ନାମକ ଜଣେ ଯୁବତୀଙ୍କ ଠାରୁ ରିକ୍ୱେଷ୍ଟ ମିଳିବାରୁ କଥା ଆଗକୁ ବଢ଼ିଥିଲା । ନମ୍ବର ଦିଆନିଆ ପରେ ଦେଖାସାକ୍ଷାତ ଆଉ ତା’ପରେ କଥା ବିବାହ ଯାଏ ପହଞ୍ଚେ । ନିଜେ ବିହାର ନିବାସୀ ହୋଇଥିବା କଥା କହିଥିଲେ ପ୍ରିୟଙ୍କା । ବାପାମା‘ଙ୍କ ମୃତ୍ୟୁ ପରେ ମାଉସୀଙ୍କ ସହ ଦିଲ୍ଲୀରେ ରହି ପାଠପଢ଼ୁଛନ୍ତି ବୋଲି ବିଶ୍ୱାଇ ଜନ୍ମାଇଥିଲେ । ୟୁପିଏସି ପରୀକ୍ଷା  ପାଇଁ ପ୍ରସ୍ତୁତି କରୁଛି ଖୁବଶୀଘ୍ର ଚୟନ ହୋଇଯିବ ବୋଲି ସେ ବାରମ୍ବାର କହୁଥିଲେ ।

ତେବେ ଧୀରେ ଧୀରେ ପାଠ ପଢ଼ିବାର ବାହାନା କରି ମନୋଜଙ୍କ ଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ । କେବେ ୧୦ ହଜାର , କେବେ ୨୦ ହଜାର ତ ଆଉ କେବେ ୫୦ ହଜାର । ବିବାହ କରିବେ ବୋଲି ଭାବିପତ୍ନୀଙ୍କୁ ଟଙ୍କା ଗଣିଚାଲିଲେ ମନୋଜ । ଘର ତିଆରି ପାଇଁ ରଖିଥିବା ଜମାପୁଞ୍ଜି ୬ ଲକ୍ଷ ଟଙ୍କା ଭାବି ପତ୍ନୀକୁ ଦେଇଦେଲେ । ବିଗତ ୬ ମାସ ଧରି ଉଭୟେ ହ୍ୱାଟସଆପରେ ଚାର୍ଟ କରିବା ସହ ଦେଖାସାକ୍ଷାତ ମଧ୍ୟ ଆରମ୍ଭ କରିଥିଲେ ।

ମିଛେଇ କନିଆର ମିଛେଇ ମାଉସୀ ସହ ମନୋଜ ଅଗ୍ରୱାଲଙ୍କ ପରିବାର ଲୋକ କଥା ହୋଇ ଉଭୟଙ୍କର ବିବାହ ତିଥି ସ୍ଥିର କଲେ । ୧୬ ତାରିଖରେ ବିବାହ ଦିନ ସ୍ଥିର ହୋଇଥିଲା । ବିବାହ ଠିକ ହୋଇଗଲା ପରେ ଯୁବକ ଜଣକ ଖୁସି ହୋଇଯିବା ସହ ବିବାହ ପ୍ରସ୍ତୁତିରେ ଲାଗିଗଲେ । ସପିଂ ପାଇଁ ଫେରାର ଯୁବତୀ ଜଣକ ଲକ୍ଷ୍ନୌରେ ପହଞ୍ଚିଥିଲେ, ଆଉ ଏଥିପାଇଁ ଫ୍ଲାଇଟରେ ହୋଇଥିବା ସମସ୍ତ ଖର୍ଚ୍ଚ ମଧ୍ୟ ମନୋଜ ବହନ କରିଥିଲେ । କେବଳ ଏତିକି ନୁହେଁ ବିବାହ ପାଇଁ ପାଖାପାଖି ୨ ଲକ୍ଷ ଟଙ୍କାର ସପିଂ କରାଇଥିଲେ ।

ତେବେ ସପିଂ ପରେ ହାଇଦ୍ରାବାଦ ଯିବାର ବାହାନା କରି ଚୁନା ଲଗାଇ କହି ଫେରାର ହୋଇଗଲା ମିଛେଇ ଝିଅ । ଯୁବତୀ ଜଣକ ଗାୟବ ହେବା ପରେ ତାଙ୍କ ମାଉସୀଙ୍କର ମଧ୍ୟ କୌଣସି ଖୋଜଖବର ନଥିଲା । ପ୍ରିୟଙ୍କା ଦେଇଥିବା ଆଧାରକାର୍ଡ଼ ପାନକାର୍ଡ଼, ଭୋଟର କାଡ଼ ଯାଂଚ ପରେ ତାହା ମଧ୍ୟ  ନକଲି ବାହାରିଲା ।

ତେବେ ଏସବୁ ପରେ ପ୍ରିୟଙ୍କାଙ୍କୁ ଖୋଜିବା ପାଇଁ ସେ ଦେଇଥିବା ଘର ଠିକଣାରେ ପହଞ୍ଚିଥିଲେ ମନୋଜ ।  ତେବେ ସେଠାରେ ପ୍ରିୟଙ୍କା ନାମକ କୌଣସି ଯୁବତୀ ରହୁନଥିବା ଜାଣିବା ପରେ ଠକି ଯାଇଥିବା କଥା ଜାଣପାରିଲେ । ଶେଷରେ ହତରଗଞ୍ଜ ଥାନାରେ ଯୁବକ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ମାମଲାର ଯାଂଚ କରୁଛି ପୋଲିସ୍ ।

You might also like