ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ-ରସୁଣର ବରଣମାଳା

ବାରଣାସୀ : ଆକାଶ ଛୁଆଁ ଦରକୁ ନେଇ ସୁନା ଠୁ ବି ବଳି ପଡ଼ିଛି ପିଆଜ । ରୋଷେଇ ଘର ଓ ହୋଟେଲରୁ ଉଭାନ ହୋଇଯାଇଛି ପିଆଜ । ଆଉ ଏହି ସମୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ଏକ ବାହାଘରରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଛନ୍ତି ପିଆଜ-ରସୁଣର ବରଣମାଳା । ଯାହାକୁ ନେଇ ଚର୍ଚ୍ଚା ।

ସୂଚନା ମୁତାବକ , ଏକ ବାହାଘରରେ ମହଙ୍ଗା ପିଆଜକୁ ନେଇ ଲୋକଙ୍କୁ ଏକ ଭିନ୍ନ ବାର୍ତ୍ତା ଦେବା ପାଇଁ ବର-କନ୍ୟା ଏମିତି ଏକ ଉପାୟ ଚିନ୍ତା କଲେ । ଆଉ ପରସ୍ପରକୁ ପିଆଜ-ରସୁଣରେ ତିଆରି ମାଳା ପିନ୍ଧାଇଲେ ।  ସେଠାକୁ ଆସିଥିବା ଅତିଥିମାନେ ମଧ୍ୟ ପିଆଜ ଗିଫ୍ଟ ଦେଇଥିଲେ ।

ପିଆଜର ଦାମ ବଢ଼ିବାକୁ ନେଇ କେବଳ ଯେ ସାଧାରଣ ଲୋକ ତାନୁହେଁ ବଡ଼ ବଡ଼ ହୋଟେଲ –ରେଷ୍ଟୁରାଣ୍ଟମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେମାନେ ନିଜର ଗ୍ରାହକଙ୍କୁ ସୂଚନା ଦେଇ ପୋଷ୍ଟର ଲଗାଇ କହିଛନ୍ତି, ‘ଦୟାକରି ପିଆଜ ମାଗି ଆମକୁ ଲଜ୍ଜିକ କରନ୍ତୁ ନାହିଁ’ । ହୋଟେଲ୍‌ ମାଲିକ ଲୋକଙ୍କୁ କହିଛନ୍ତି କି ପିଆଜ ମହଙ୍ଗା ହୋଇଯିବାରୁ ଏହାର ବ୍ୟବହରା ଟିକେ କମ୍‌ କରିଦେଇଛୁ ।

ଆହୁରି ପଢ଼ନ୍ତୁ

ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

୫ଶ୍ରେଣୀ ଛାତ୍ରଙ୍କ ମହତ ଉଦ୍ୟମ ; ପେଟ୍ରୋଲ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

You might also like