ଉଡ଼ି ଉଡ଼ି ଆସିଲେ ବର-କନ୍ୟା, ଲୋକେ ଦେଖି ଆଶ୍ଚର୍ଯ୍ୟ
ସୋଶାଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସମୟ ସମୟରେ ବିବାହର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ବରଯାତ୍ରୀମାନଙ୍କ ନୃତ୍ୟ ହେଉ ବା ବରଣ ମାଳା ପିନ୍ଧାଇବାର ଭିଡିଓ ହେଉ । ଏହାକୁ ନେଇ ଚର୍ଚ୍ଚା ହୁଏ । ଅନେକ ନିଜ ନିଜର ବିବାହକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବାକୁ ନୂଆ ନୂଆ ପ୍ରୟାସ କରିଥାନ୍ତି ।
ଏବେ ଏମିତି ଏକ ବିବାହର ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ବର-କନ୍ୟା ଭିନ୍ନ ଢଙ୍ଗରେ ବିବାହ ରିସେପ୍ସନକୁ ପ୍ରବେଶ କରିଛନ୍ତି । ଯାହାକୁ ଦେଖି ଅତିଥିମାନେ ମଧ୍ୟ ବିସ୍ମିତ ହୋଇଯାଇଛନ୍ତି। କାରଣ ବର-କନ୍ୟା ଉଭୟ ଉଡ଼ି ଉଡ଼ି ବିବାହ ସ୍ଥାନରେ ପହଞ୍ଚିଥିଲେ।
It’s a bird, it’s a plane, it’s the groom and bride.
Indian weddings are getting out of hand. pic.twitter.com/AEWlxw54xD
— Pakchikpak Raja Babu (@HaramiParindey) 13 July 2018
ବର-କନ୍ୟା ରିସେପ୍ସନ୍କୁ ଉଡ଼ି ଆସୁଥିବାର ଦେଖି ସେଠାର ଉପସ୍ଥିତ ଅତିଥି ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନବଦମ୍ପତି ‘ପୁଷ୍ପକ ବିମାନ’ ଭଳି ଏକ ଯାନରେ ଆସିଥିଲେ। ଆଉ ଏହା ଖୁବ୍ ବିପଦପୂର୍ଣ୍ଣ ମଧ୍ୟ ଥିଲା । କାରଣ ଯଦି କିଛି ଏପଟସେପଟ ହୋଇଥାନ୍ତା, ତ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଫୁଲରେ ସଜ୍ଜିତ ଏକ କ୍ରେନ୍ରେ ବର-କନ୍ୟା ପ୍ରବେଶ କରୁଛନ୍ତି। ଉପରେ ଏକ ଚିଲ ତିଆରି କରାଯାଇଛି । ଯାହା ତାଙ୍କୁ ଧରି ଉଡ଼ୁଥିବା ଭଳି ଜଣାପଡୁଛି। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ କିଛି ସମୟ ପାଇଁ ମନୋରଂଜନର ଖୋରାକ୍ ଯୋଗାଇଥିଲା।