କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯଦିଓ କରୋନାର ମୁକାବିଲା ପାଇଁ ଔଷଧ ଏବଂ ଭାକ୍ସିନ ବାହାର କରିବା ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି ତଥାପି ଏ ଦିଗରେ ସମ୍ପୂର୍ଣ୍ଣ ସଫଳତା ମିଳିନାହିଁ।ଇତିମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  କରୋନା ମୁକ୍ତ ବ୍ୟକ୍ତିକୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି, ଏହି ଭାଇରସ ରୋଗୀଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଉଛି।  ଏହାର ପ୍ରଭାବରେ ମଣିଷର ମସ୍ତିଷ୍କ ୧୦ ବର୍ଷ ବୟସ୍କ ହୋଇଯାଉଛି। ଅର୍ଥାତ୍‌ ମସ୍କିଷ୍କର କାର୍ଯ୍ୟଦକ୍ଷତା ସେହି ଅନୁସାରେ କମି ଯାଉଛି।

ଲଣ୍ଡନ ଇମ୍ପରିଆଲ କଲେଜର ଜଣେ ଡାକ୍ତର ଏଡମ୍‌ ଇମ୍ପଶାୟରଙ୍କ ନେତୃତ୍ୱରେ ୮୪ ହଜାରରୁ ଅଧିକ ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନରୁ ଜାଣିବାକୁ ମିଳିଥିଲା, କେତେକ ଗମ୍ଭୀର ମାମଲାରେ କରୋନା ଭାଇରସ ସଂକ୍ରମଣ ରୋଗୀଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଉଛି। ଏହା ଦ୍ୱାରା ମସ୍ତିଷ୍କର ବୁଝିବା ଶକ୍ତି ଏବଂ କାର୍ଯ୍ୟ କରିବାର ପ୍ରକ୍ରିୟା ପ୍ରଭାବିତ ହେଉଛି।

ଇମ୍ପଶାୟରଙ୍କ ଟିମ୍‌ ୮୪, ୨୮୫ ଜଣ ଲୋକଙ୍କୁ ନେଇ ଏହି ସମୀକ୍ଷା କରିଥିଲେ। କରୋନା ଭାଇରସ ଦ୍ୱାରା ଗୁରୁତର ପ୍ରଭାବିତ ବ୍ୟକ୍ତି ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ପାଖରେ ଏପରି ଲକ୍ଷଣ ଦେଖା ଯାଉଛି। ତେବେ ଏହା ଉପରେ ବୈଜ୍ଞାନିକମାନେ ଅଧିକ ଗବେଷଣା ଜାରି ରଖିଛନ୍ତି।

You might also like