ଆତ୍ମହତ୍ୟା କରିବା ପୂର୍ବରୁ ମସ୍ତିଷ୍କରେ ଆସିଥାଏ ଏମିତି ପରିବର୍ତ୍ତନ..

ନିକଟରେ ଗାଜିଆବାଦରେ ଘଟିଯାଇଥିବା ଦୁଃଖଦ ଘଟଣା ସ୍ତବ୍ଧ କରି ଦେଇଛି ସାରା ଦେଶକୁ। ୨ ସନ୍ତାନଙ୍କୁ ହତ୍ୟା କଲା ପରେ ପରିବାରର ୩ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏମିତି ଘଟଣା ଅବଶ୍ୟ ନୂଆ ନୁହେଁ। କାରଣ ଅନେକ ସମୟରେ ଦେଖାଯାଏ, ଅନେକ ଶିକ୍ଷିତ ବ୍ୟକ୍ତି ମାନସିକ ଚାପ ସହି ନ ପାରି ଆତ୍ମହତ୍ୟାର ବାଟ ବାଛି ନେଇଥାନ୍ତି। ତେବେ ଏମିତି କାହିଁକି ହୁଏ ? ଜଣେ ଲୋକ ଆତ୍ମହତ୍ୟା କଲାବେଳେ ସେ କ’ଣ ଭାବୁଥାଏ ? ତା’ର ମାନସିକ ସ୍ଥିତି କେମିତି ଥାଏ ? ଏହାର ଉତ୍ତର ଖୋଜିବାକୁ ଯାଇ ଆମେରିକାରେ ଏକ ସର୍ଭେ କରାଯାଇଥିଲା।ପ୍ରଥମ ନେଟୱାର୍କର କାମ

 

 

 

 

 

 

 

 

 

 

ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ (WHO) ପକ୍ଷରୁ ଖୁବ୍‌ ନିକଟରେ ଜାରି ଏକ ତଥ୍ୟରୁ ଜଣାଯାଇଛି, ପ୍ରତିବର୍ଷ ପୃଥିବୀରେ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ୍‌ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ମୃତ୍ୟୁକୁ ଆପଣାଉଛନ୍ତି। ୧୫ରୁ ୧୯ ବର୍ଷର ଯୁବଶ୍ରେଣୀ ବେଶୀ ଏହି ରାସ୍ତାରେ ଯାଉଛନ୍ତି।

ଏ ନେଇ ଆମେରିକା ପକ୍ଷରୁ ମଣିଷ ମସ୍ତିଷ୍କର ସେହି ଭାଗ ଉପରେ ଗବେଷଣା କରାଯାଇଥିଲ, ଯାହା ଆତ୍ମହତ୍ୟା କରିବାର ଇଚ୍ଛାକୁ ବେଶି ବଢାଇ ଦେଇଥାଏ । ଏହି ଗବେଷଣାର ବିଶେଷ ବିବରଣୀ ‘ମୋଲେକୁଲର ସାଇକାଇଟ୍ରି’ ଜର୍ନାଲରେ ପ୍ରକାଶ ପାଇଥିଲା।

ଏଥିରେ କୁହାଯାଇଛି, ଯୁବବର୍ଗଙ୍କ ମୃତ୍ୟୁର ୨ୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। ବିଭିନ୍ନ ରୋଗ, ଦୁର୍ଘଟଣା, ହତ୍ୟାରେ ଯେତିକି ଯୁବବର୍ଗଙ୍କ ମୃତ୍ୟୁ ଘଟିଥାଏ, ତାଠାରୁ ବହୁତ ଅଧିକ ସଂଖ୍ୟାକ ମୃତ୍ୟୁ ହୋଇଥାଏ ଆତ୍ମହତ୍ୟା ଯୋଗୁ। ରିପୋର୍ଟରେ କୁହାଯାଇଛି, ତିନିଜଣ ଯୁବବର୍ଗଙ୍କ ମନରେ ଯଦି ଆତ୍ମହତ୍ୟା ଭାବନା ଆସେ ତେବେ ସେମାନଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟାର ପ୍ରୟାସ କରେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଡା.ଏନି ଲୌରା ବେନ ହରେମଲନ ଯିଏ ଏହି ସର୍ଭେର ଆରମ୍ଭ କରିଥିଲେ, ତାଙ୍କର କହିବା ଅନୁଯାୟୀ, ଆମ ଦୁନିଆରୁ ୧ ତୃତୀୟାଂଶ ଯୁବବର୍ଗ ୩୦ ବର୍ଷରେ ପାଦ ଦେବା ପୂର୍ବରୁ ମୃତ୍ୟୁକୁ ଆଲଙ୍ଗିନ କରି ନେଉଛନ୍ତି । ହେଲେ ଏହାର ସମ୍ବେଦନଶୀଳ କାରଣ ପ୍ରତି କାହାରି ନଜର ନାହିଁ।

ପ୍ରାୟ ୨୦ ବର୍ଷ ଧରି ଚାଲିଥିବା ଏହି ସର୍ଭେରେ ୧୨ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ଏହି ସମସ୍ତ ଲୋକଙ୍କ ମନରେ ଆତ୍ମହତ୍ୟା କରିବାର ଇଚ୍ଛା ଆସିଥିଲା ଏବଂ ଆତ୍ମହତ୍ୟା ପାଇଁ ଏମାନେ ପ୍ରୟାସ ମଧ୍ୟ କରିଥିଲେ। ଏମାନଙ୍କ ମନସ୍ତତ୍ୱକୁ ନେଇ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା, ଆମ ମସ୍ତିଷ୍କରେ ଦୁଇଟି ବ୍ରେନ୍‌ ନେଟ୍‌ୱାର୍କ ରହିଛି ଯାହା ଏପରି ବିଚାର ପାଇଁ ଦାୟୀ। ଏହି ଦୁଇଟି ନେଟୱାର୍କ ମଣିଷକୁ ଆତ୍ମହତ୍ୟା କରିବାକୁ ଏକପ୍ରକାର ଉସ୍‌କାଇଥାଏ। ବ୍ରେନ୍‌ର ନେଟୱାର୍କର ଷ୍ଟ୍ରକ୍‌ଚର, କାମ କରିବାର ଶୈଳୀ ତଥା ମୋଲେକୁଲର ଅଲ୍‌ଟରନେଶନ ଅର୍ଥାତ୍‌ ଆଣବିକ ପରିବର୍ତ୍ତନ ଉପରେ ଗଭୀର ଅଧ୍ୟୟନ କରାଯାଇଥିଲା।

ତେବେ ଏହି କାମରେ ବ୍ରେନ୍‌ର ଯେଉଁ ଦୁଇଟି ଅଂଶ ସଂପୃକ୍ତ ଥାଏ, ସେଥିରୁ ଗୋଟଏ ହେଲା ମସ୍ତିଷ୍କର ସାମ୍ନା ଭାଗ । ଏହି ଭାଗ ବ୍ରେନ୍‌ର ଅନ୍ୟ ଭାଗ ସହ ଇମୋଶନାଲ କନେକ୍‌ସନ କରାଇଥାଏ। ଏହି ନେଟ୍‌ୱାର୍କରେ ପରିବର୍ତ୍ତନ ଆସିଲେ, ମସ୍ତିଷ୍କରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏହାଛଡ଼ା ନିଜର ଭାବାବେଗକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଥାଏ।

ସେହପରି ମସ୍ତିଷ୍କର ପଛପଟ ଭାଗ ଆତ୍ମହତ୍ୟା କରିବାର ଇଚ୍ଛାକୁ ବଢାଉଥିବା ଆଉ ଏକ ନେଟ୍‌ୱାର୍କ ଅଟେ। ଦେଖାଯାଇଛି, ଏହି ନେଟୱାର୍କ ଦ୍ୱାରା ଭାବାବେଗର ପରିବର୍ତ୍ତନରୁ ସୁଇସାଇଡ୍‌ କରିବା ପର୍ଯ୍ୟନ୍ତ କାମ ନିୟନ୍ତ୍ରିତ ହୋଇଥାଏ। ଅର୍ଥାତ ଏହା ବିକଳ୍ପ ସମାଧାନ ଦେଇଥାଏ, ବିଚାରକୁ ମୂଳ ରୂପ ଦେଇଥାଏ। ଏପରିକି ଆତ୍ମହତ୍ୟା ଉଦ୍ୟମ କରିବାରେ ଏହାର ମୁଖ୍ୟ ଭୂମିକା ଥାଏ।

ତେବେ ଏହା ଉପରେ ଅଧ୍ୟୟନ କରୁଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏ ଦିଗରେ ଆହୁରି ଅନେକ ଗବେଷଣା କରିବାର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

You might also like