୨୪ଟି ଆଙ୍ଗୁଠି ଥିବାରୁ ପିଲାଟିକୁ ବଳିଦେବାକୁ କହିଲା ତାନ୍ତ୍ରିକ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରାବାଙ୍କି ନାମକ ସ୍ଥାନରେ ଏକ ପିଲାର ଗୋଡ଼ ଓ ହାତ ଆଙ୍ଗଠିକୁ ମିଶାଇ ୨୪ଟି ଆଙ୍ଗୁଠି ରହିଛି। ୨୪ଟି ଆଙ୍ଗୁଠି ରହିଥିବାରୁ ଏବେ ତା ଉପରେ ବିପଦ ଦେଖାଦେଇଛି। ବିକାରଗ୍ରସ୍ତ ପିଲାକୁ ବଳି ଦେଲେ ସେମାନେ ଧନୀ ହୋଇଯିବେ ବୋଲି ଜଣେ ତାନ୍ତ୍ରିକ ପିଲାଟିର ପରିବାରକୁ ଉପଦେଶ ଦେଇଛନ୍ତି ।

ପିଲାଟିର ବାପା ମାଆ କହିଛନ୍ତି ଯେ ତାଙ୍କ ସମ୍ପର୍କୀୟ ପିଲାଟିକୁ ମାରିଦେବାକୁ ଚାହୁଁଛନ୍ତି। ତା’ ବାପା ମାଆ ତାକୁ ସ୍କୁଲ ପଠାଇବା ମଧ୍ୟ ବନ୍ଦ କରିଦେଇଛନ୍ତି।

ଏହାକୁ ନେଇ ପୁଅଟିର ବାପା ପୁଲିସ୍‌ ଠାରୁ ସାହାଯ୍ୟ ମାଗିଥିଲେ। ତାଙ୍କର ଆର୍ଥିକ ସମସ୍ୟା ଥିବାରୁ ବାରାବାଙ୍କିର ସର୍କଲ ପୁଲିସ୍‌ ଅଫିସର ଉମାଶଙ୍କର ସିଂ କହିଛନ୍ତି ସେ ପିଲାଟିର ପାଠ ପଢ଼ିବା ପାଇଁ ସାହାଯ୍ୟ କରିବେ ଓ  ଏହି ମାମଲାର ନିରପେକ୍ଷ ତଦନ୍ତ କରିବେ।

You might also like