ଓଡ଼ିଶାକୁ ବଲିଉଡ୍‌ରୁ ଆସିବ ସହାୟତା ରାଶି

ମୁମ୍ବାଇ: ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼େଇଛନ୍ତି ବଲିଉଡ ସେଲିବ୍ରିଟି । ବାତ୍ୟା ପ୍ରପିଡ଼ୀତଙ୍କ ପାଇଁ ଅର୍ଥ ରାଶୀ ଯୋଗାଡ଼ କରିବାକୁ ଫ୍ୟାନକୁ ନିବେଦନ କରିଛନ୍ତି ଅଭିଷେକ ବଚ୍ଚନ। ଜୁନିୟର ବଚ୍ଚନ ନିଜ ଟୁଇଟର୍‌ ପେଜରେ ଏନେଇ ଉଲ୍ଲେଖ କରିଛନ୍ତି। ଫୋନି ବାତ୍ୟା ପ୍ରଭାବରେ ଓଡ଼ିଶାରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି ।

ତେଣୁ ଯଥାସମ୍ଭବ ଚେଷ୍ଟା କରିବାକୁ ଅଭିଷେକ ନିବେଦନ କରିଛନ୍ତି।  ସେହିପରି ବଲିଉଡ ଡିଭା ମାଧୁରୀ ଦିକ୍ଷୀତ ମଧ୍ୟ ଟୁଇଟ୍‌ କରି ବାତ୍ୟା ବିପନ୍ନ ପରିବାରଙ୍କ ସାହାସର ସହ ସୁରକ୍ଷିତ ରହିବାକୁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ରାଜକୁମାର ରାଓ ମଧ୍ୟ ନିଜ ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରିଛନ୍ତି। ଓଡ଼ିଶାକୁ ପୂର୍ନଗଠନ କରିବାକୁ ସେ ପ୍ରଂଶସକଙ୍କୁ  ନିବେଦନ କରିଛନ୍ତି । ଏହାଛଡ଼ା ବୋମନ୍ ଈରାନି, ତାପସୀ ପାନୁ, ଭୂମି ପେଡନାକର, ସିର୍ଦ୍ଦାଥ ମଲହୋତ୍ରା, ବରୁଣ ଧୱନ ବି ବାତ୍ୟା ବିପନ୍ନଙ୍କ ପରିବାର ପାଇଁ ସହାୟତା ଯୋଗାଡ଼ କରିବାକୁ ଲାଗି ପଡ଼ିଛନ୍ତି।

You might also like