• translate
Minati Mishra
  • ନକ୍ସଲ-ସୁରକ୍ଷାକର୍ମୀ ସଂଘର୍ଷ ବେଳେ ପୂଜାଙ୍କ ସାଇକେଲରେ ବାଜିଲା ଗୁଳି
  • କେମିତି ସ୍କୁଲ ଯିବେ ପୂଜା ମାଡ଼କାମୀ?
  • କିଏ ସଜାଡିବ ପୂଜାଙ୍କ ସାଇକେଲ ?

ମାଲକାନଗିରି (ଜିତେନ୍ଦ୍ର ବେଉରା ): ଦଶମ ଶ୍ରେଣୀର ଝିଅ ପୂଜା। ଘର ତାଙ୍କର ଜଙ୍ଗଲ ଭିତରେ। ନକ୍ସଲ-ପୋଲିସ୍ ସଂଘର୍ଷ ବେଳେ ଅଳ୍ପକେ ସେ ରକ୍ଷା ପାଇଯାଇଛନ୍ତି। ଗୁଳିଟି ବାଜିଥିଲା ତାଙ୍କ ସାଇକେଲରେ। ଗୁଳି ଟାୟାର ଭିତରେ ପଶି ଚିରିଦେଇଛି। ଏବେ ସେ ୧୨ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ। ତେବେ ତାଙ୍କ ସାଇକେଲରେ ଟାୟାର ପକେଇବ କିଏ?

 ଛତିଶଗଡ଼ ବିଜାପୁର ଅଂଚଳର ଦଶମ ଶ୍ରେଣୀର ଝିଅ ମାଡ଼କାମୀ ପୂଜା। ପ୍ରତିଦିନ ସାଇକଲେରେ ଯାଆନ୍ତି ସ୍କୁଲ। ଘରଠାରୁ ସ୍କୁଲ  ୧୨ କିମି ଦୂର।। ସ୍କୁଲ ଯିବାକୁ ତା ପାଇଁ ଆଉ କିଛି ଉପାୟ ନାହିଁ। ହେଲେ ଏବେ ତାର ସେହି ବାହନଟି ଅକାମୀ ହୋଇପଡ଼ିଛି। ନିକଟରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ହୋଇଥିଲା ଏଇଠି, ଏଇ ଅଂଚଳରେ। ମାଡ଼କାମୀ ପୂଜାଙ୍କ ଘର ପାଖାପାଖି। ମାଓବାଦୀ-ସୁରକ୍ଷାକର୍ମୀ ଗୁଳିକାଣ୍ଡ ପରେ ଆମ ମାଲକାନଗିରି ପ୍ରତିନିଧି ସେଠାକୁ ଯାଇ ଗ୍ରାଉଣ୍ଡ ଜିରୋ ରିପୋର୍ଟ ସଂଗ୍ରହ କରିଥିଲେ।

ବିଜାପୁରରେ ହୋଇଥିବା ମାଓବାଦୀ-ସୁରକ୍ଷାକର୍ମୀ ଗୁଳିକାଣ୍ଡର ପ୍ରମାଣ ପୂଜାଙ୍କର ଏଇ ସାଇକେଲଟି । ଯାହା ଏବେ ଅକାମୀ ହୋଇଯାଇଛି । ତାଙ୍କ ସାଇକେଲ ଚକାରେ ବାଜିଛି ଗୁଳି। ଗୁଳି ପୁଣି ଏମିତି ବାଜିଛି ଯେ, ଟାୟାର ଚିରି ବାହାରି ଯାଇଛି ପବନ। ଭାଗ୍ୟଭଲ ପୂଜାଙ୍କ ପରିବାର ଲୋକେ ସୁରକ୍ଷିତ ଅଛନ୍ତି। ବଣ ଭିତରେ ଏମାନଙ୍କ ଘର। ଏଇ ଅଂଚଳରେ ଘରଟିଏ କରି ଏମାନେ ରହନ୍ତି। ସ୍କୁଲ ଏଠୁ ଗୁଡ଼ାଏ ଦୂର। ପୂଜା ଦୈନିକ ଏହି ସାଇକେଲରେ ଯାଆନ୍ତି ଆଉ ଆସନ୍ତି। ଏବେ ସାଇକେଲରେ ଗୁଳି ବାଜିବା ପରେ ସେ ଚାଲିଚାଲି ସ୍କୁଲ ଯିବାକୁ ଠିକ୍ କରନ୍ତି।

ଅନ୍ୟ ଦୃଷ୍ଟିରେ ଦେଖିଲେ, ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ଭିତରେ ଚାଲିଥିବା ସଶସ୍ତ୍ର ସଂଘର୍ଷରେ ପୂଜାଙ୍କ ପରି ନୀରିହ ଲୋକମାନେ ହିଁ ଶିକାର ହୁଅନ୍ତି। କେତେବେଳେ ପୋଲିସ୍ ଜିତେ ତ କେତେବେଳେ ନକ୍ସଲ ଜିତନ୍ତି। କିନ୍ତୁ ହାରନ୍ତି ସବୁବେଳେ ଏଇ ସାଧାରଣ ଆଦିବାସୀ ଲୋକମାନେ। ତଥାପି ଏମାନେ ଭିଟାମାଟିକୁ ଧରି ରହିଥାନ୍ତି ନିଜ ଘରେ। ଯେତେ ଗୁଳି ଫୁଟିଲେ ବି ଏମାନେ ଘର ଛାଡି ଯିବା କଥା ଚିନ୍ତା କରନ୍ତି ନାହିଁ।

https://www.youtube.com/watch?v=r7IYadGPErQ

ଯାହା ବି ହେଉ, ଏବେ ପୂଜା କରିବ କ’ଣ ? କେମିତି ଯିବ ସ୍କୁଲ ? ପୂଜାଙ୍କୁ ସାଇକେଲଟିଏ କିଏ ଆଣି ଦେବ।  କିଏ ତାଙ୍କ ସାଇକେଲରେ ପକେଇବ ଏକ ନୂଆ ଟାୟାର? ଏମିତି ଅନେକ ପ୍ରଶ୍ନ ଆଜି ପୂଜାର ମନରେ। ହେଲେ ଉତ୍ତର ନାହିଁ।

 ଛତିଶଗଡ଼ର ବିଜାପୁରରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ 

 

Other Stories