ଲକ୍‌ଡାଉନ୍‌ ଯୋଗୁ ବାପଘରୁ ଆସି ପାରିଲେନି ସ୍ତ୍ରୀ, ଏପଟେ ସ୍ୱାମୀ କଲେ ଏମିତି କାଣ୍ଡ

ବିହାର: ବିହାରରେ ଲକ୍‌ଡାଉନ୍‌ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାଟନାଠାରୁ ୬୦ କିମି ଦୂରରେ ଥିବା ଦୁଲ୍ଲହନ୍‌ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ପ୍ରଥମ ପତ୍ନୀଥିବାବେଳେ ସେ ନିଜର ଗାର୍ଲଫ୍ରେଣ୍ଡକୁ ୨ୟ ବିବାହ କରିଛନ୍ତି। ଲକ୍‌ଡାଉନ୍‌ର ସୁଯୋଗ ନେଇ ବ୍ୟକ୍ତି ଜଣଙ୍କ ଏପରି  କାଣ୍ଡ କରିଥିଲେ।

ଖବର ଅନୁଯାୟୀ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଜାରି କରିଥିଲେ। ଗୁଡ଼ିଆ ଦେବୀ ନାମ୍ନୀ ଜଣେ ମହିଳା ଲକ୍‌ଡାଉନ୍‌ ହେବା ପୂର୍ବରୁ ସେ ତାଙ୍କ ବାପଘରକୁ ଯାଇଥିଲେ। ଗୁଡ଼ିଆଙ୍କ ଗାଁ ଅରବଲ ଅଞ୍ଚଳରେ। କିନ୍ତୁ ସେହି ସମୟରେ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଫଳରେ ସେ ଆଉ ଶାଶୁଘରକୁ ଫେରିପାରି ନଥିଲେ।

ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀ ଧୀରଜ କୁମାର ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି। ଧୀରଜ ଏବଂ ଗୁଡ଼ିଆଙ୍କର ମଧ୍ୟ ୧୦ ବର୍ଷର ଏକ ପୁଅ ‌ଅଛି। ଘଟଣାକୁ ନେଇ ଗୁଡ଼ିଆ ଦୁଲ୍ଲହନ୍‌ ବଜାର ପୋଲିସ ଷ୍ଟେସନରେ ଧୀରଜଙ୍କ ନାଁରେ ମାମଲା ରୁଜୁ କରିଥିଲେ।

ଏହି ଘଟଣା ବିଷୟରେ ପୋଲିସ ଯେତେବେଳେ ଧୀରଜଙ୍କୁ ପଚାରିଥିଲେ, ସେ କହିଥିଲେ ଯେ, ଲକ୍‌ଡାଉନ୍ କାରଣରୁ ଗୁଡ଼ିଆ ତାଙ୍କ ବାପାଘରେ ଫସି ଯାଇଥିଲେ। ଗାଡି ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା। କୌଣସି ସୁବିଧା ନଥିଲା ସେଠାରୁ ତାଙ୍କୁ ଆଣିବା ପାଇଁ। ମୁଁ ମଧ୍ୟ ଏନେଇ ଚିନ୍ତାରେ ଥିଲି।

ଏହି କାରଣରୁ ପ୍ରେମିକାଙ୍କୁ ବିବାହ କରିଥିଲେ ବୋଲି ଧୀରଜ କୁମାର କହିଛନ୍ତି। ପତ୍ନୀ ଏଫଆଇଆର ଦାଖଲ କରିବା ପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧୀରଜ କୁମାରଙ୍କୁ ଗିରଫ କରି ଜେଲକୁ ପଠାଇଥିଲା।

ଗୁଡ଼ିୟା କହିଛନ୍ତି, “ଲକଡାଉନର ସୁଯୋଗ ନେଇ ମୋ ସ୍ୱାମୀ ଦ୍ୱିତୀୟ ବିବାହ କରିଛନ୍ତି। ଏହି ବିବାହ ମୋର ଇଚ୍ଛା ବିରୁଦ୍ଧରେ କରାଯାଇଛି।  ମୁଁ ମୋ ବାପାମାଆଙ୍କ ଘରେ ଲକ୍‌ଡାଉନ୍‌ କାରଣରୁ ଫସି ରହିଥିଲି ଓ ସେଠୁ ଆସିବାର ସୁବିଧା ମଧ୍ୟ ନଥିଲା। ସେଥିପାଇଁ ମୋର ସ୍ୱାମୀ ଦ୍ୱିତୀୟ ବିବାହ କରିଥିଲେ। ”

ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ, ପ୍ରେମିକାଙ୍କ ସହ ପୂର୍ବରୁ ସମ୍ପର୍କ ରଖିଥିଲେ। ଏହି କାରଣରୁ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁତ ଝଗଡ଼ା ମଧ୍ୟ ହୋଇଥାଏ।

 

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like