ରଙ୍ଗହୀନ ଜୀବନକୁ ରଙ୍ଗୀନ କରେ ସ୍ନେହାଙ୍କ ରଙ୍ଗତୁଳୀ

ଘରର କାନ୍ଥରେ ଟଙ୍କା ହୋଇଥିବା ମାନପତ୍ର, ପୁରସ୍କାର ଓ ମେଡାଲ କହୁଛି କୁନି ଝିଅର ସଫଳତାର କାହାଣୀ

ଭଦ୍ରକ(ପାର୍ଥସାରଥି ନାୟକ): ବୟସ ଠାରୁ ୧୦ ଗୁଣ ଅଧିକ ସାଉଣ୍ଟିଛନ୍ତି ପୁରସ୍କାର ଓ ମାନ ପତ୍ର । ଘରର କାନ୍ଥ ଓ ଘର ଭିତରରେ ଦୃଶ୍ୟ ହିଁ କହୁଛି ଝିଅର ସଫଳତାର କାହାଣୀ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଏହି କଳା ପ୍ରତି ସଂପୂର୍ଣ୍ଣ ସମର୍ପିତ ଥିବା ଛାତ୍ରୀ ଜଣଙ୍କ ଛୋଟ ବେଳ ହୁଁ  ନିଜ କଳାର ପ୍ରଦର୍ଶନ କରି ଚାଲିଛନ୍ତି । ଅଳ୍ପ ବୟସରୁ  ସାଉଁଣ୍ଟି ଚାଲିଛନ୍ତି  ମାନପତ୍ର, ପୁରସ୍କାର, ମେଡାଲ ଓ ଟ୍ରଫି । ଯାହାକୁ ଦେଖି ବାପା ଓ ମାଆ, ଶିକ୍ଷକ ସମସ୍ତେ ବେଶ ଖୁସି ଅଛନ୍ତି । ବୟସ ବଢିବା ସହିତ କଳାପ୍ରତି ଥିବା ତାଙ୍କର ସମର୍ପଣ ବାରି ହୋଇ ପଡିଥିଲା । ବୟସ ବଢିବା ସଙ୍ଗେ ସଙ୍ଗେ ଘରର କାନ୍ଥ ଓ ଅଲମିରା ପୁରସ୍କାର ମାନପତ୍ର ଦ୍ୱାରା  ପରିପୂର୍ଣ୍ଣ ହୋଇପଡ଼ିଛି।

ଭଦ୍ରକ ଏସ.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ନବମଶ୍ରେଣୀର ଛାତ୍ରୀ ସ୍ନେହା ଦାସ ।  ବାପା ଶରତ ଦାସ ଦିଲ୍ଲୀରେ ଚାକିରି କରୁଥିବା ସମୟରେ ସେଠାରେ ମାତ୍ର ଛଅ ବର୍ଷ ବୟସର ରଙ୍ଗୋଭର କାର୍ଯ୍ୟକ୍ରମରେ ପ୍ରତିଯୋଗୀ ସାଜି ପ୍ରଥମ ପୁରସ୍କାର ପାଇଥିଲେ । ପୂର୍ବରୁ ରଙ୍ଗ ସଂପର୍କରେ ଜାଣିନଥିବା ସ୍ନେହଙ୍କ କଳା ପ୍ରତି ଏତେ ଆକର୍ଷଣ ଦେଖି ସେଠାରେ ଥିବା ଶିକ୍ଷକ ମାନେ ସ୍ନେହାଙ୍କୁ ଚିତ୍ରକୁ ପ୍ରଶଂସା କରିବା ସହ ତାଙ୍କୁ ଏଥି ପ୍ରତି ସୁଯୋଗ ଦେବାକୁ ବାପା ଓ ମାଆଙ୍କୁ କହିଥିଲେ ।

ତାପରେ ବାପାଙ୍କ ଚାକିରିରେ ଓଡିଶାକୁ ପଳେଇ ଆସିଥିଲେ ଓଡିଶାର ଆସିବା ପରେ ଅନୁଗୁଳରେ ରହି ସେ ଚିତ୍ର ଆଙ୍କ ପ୍ରତି ଧ୍ୟାନ ଦେବା ସହ ଶିକ୍ଷକଙ୍କ ପରାମର୍ଶ ମଧ୍ୟ ନେଇଥିଲେ । ଧିରେ ତାଙ୍କର କଳାର ପ୍ରତିଭା ବଢିଲା ।  ୱାଟର କଲର, କାନଭାସ ପେଣ୍ଟିଂ, ବଲ ପେନ ପେଣ୍ଟିଂ, ପେନସିଲ ସାଡିଂ ପ୍ରତି ଧ୍ୟାନ ଦେଇ ସବୁଥିରେ ସଫଳ ହୋଇଥିଲେ ।  ଧିରେ ଧିରେ ବୟସ ବଢିଛି କଳାପ୍ରତି ତାଙ୍କର ଆକର୍ଷଣ ମଧ୍ୟ ବଢିଛି । ସେ ନିଜକୁ ଚିତ୍ର ଆଙ୍କିବା ନିମଗ୍ନ କରିଛନ୍ତି । ଇଣ୍ଡିଆନ ଆର୍ଟ ହେଉ କି ପାରମ୍ପରିକ ଚିତ୍ର କି ପୋଟ୍ରେଟ କିମ୍ବା ସଚେତନତାର ବାର୍ତ୍ତା ଦେଉଥିବା ଚିତ୍ର ହେଉ, ସବୁଥିରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ସେ ଯେ କୌଣସି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ସବୁଥିରେ ପ୍ରଥମ ପୁରସ୍କାର ପାଇଛନ୍ତି । ଘର ଏବେ ଭିନ୍ନି ଭିନ୍ନ ମାନପତ୍ର, ପୁରସ୍କାର, ସିଲଡ, କପ ଓ ମେଡାଲରେ ପରିପୂର୍ଣ୍ଣ । ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ, ଭୁବନେଶ୍ୱର ଲଳିତକଳା ଏକାଡେମୀ,  କଳା କଳ୍ପନା , ଆର୍ଟ ଆଣ୍ଡ ଆର୍ଟିଷ୍ଟ ଜାତୀୟସ୍ତର ପ୍ରତିଯୋଗିତା,  କୋରଶଳା ୱାଣ୍ଡର ଆର୍ଟ ଭିଲେଜ ଆଦି ବିଭିନ୍ନ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଓ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ବିଜେତାର ପୁରସ୍କାର ସାଉଣ୍ଟିଛନ୍ତି ।

କେବଳ ଚିତ୍ର ଆଙ୍କିବା ପ୍ରତି ନୁହେଁ ଓଡିଶା ନୃତ୍ୟ ପ୍ରତି ତାଙ୍କର ରହିଛି ସ୍ୱତନ୍ତ୍ର  ଆଗ୍ରହ । ସମୟ ପାଇଲେ ଘରେ ରହି ନୃତ୍ୟ ଅଭ୍ୟାସ ମଧ୍ୟ କରନ୍ତି । ବାପା, ମାଆ ଓ ଶିକ୍ଷକ କୁହନ୍ତି ଶାନ୍ତ ସ୍ୱଭାବର ସ୍ନେହା ବେଶୀ କଥା ହୁଅନ୍ତି ନାହିଁ ।  ତାଙ୍କର ରଙ୍ଗତୁଳୀ ତାଙ୍କର ଜୀବନ ପାଲଟିଛି । ରଙ୍ଗତୁଳୀ, ବଲ ଓ ପେନସିଲ ମାଧ୍ୟମରେ ନିଜର ଭାବନାକୁ ପ୍ରରିପ୍ରକାଶ କରନ୍ତି । ବିଭିନ୍ନ ସ୍ତରରେ ଚିତ୍ର ଆଙ୍କିବାରେ ମାହିର ସ୍ନେହ ମଧ୍ୟ ଜଣେ ଭଲ ଛାତ୍ରୀ, ସେ ପାଠରେ ଯେମିତ ପାରଙ୍ଗମ ଚିତ୍ର ଆଙ୍କିବା, ନୃତ୍ୟରେ ମଧ୍ୟ ସେମିତି ପାରଙ୍ଗମ ।

You might also like