କଞ୍ଚା ମାଛ ଓ ପନିପରିବା ଏମିତିକି ନିଆଁ ଖାଇଯାଉଥିବା ‘ସର୍ବଗିଳା ମଣିଷ’ ରଞ୍ଜନ କୁମାର

କଟକ: କଞ୍ଚା ମାଛ ଓ କଞ୍ଚା ପନିପରିବା କିଛି ମାନୁ ନାହାନ୍ତି। ସବୁ ଖାଇଯାଉଛନ୍ତି ସର୍ବଗିଳା ରଞ୍ଜନ। ଏମିତିକି ପଚ୍ଚା ମାଛ ବି କଞ୍ଚ ଖାଇଛନ୍ତି ରଞ୍ଜନ। ଖାଲି ମାଛ ପନିପରିବା ନୁହେଁ ନିଆଁ ବି ଖାଇଯାଉଛନ୍ତି ସେ।

କଟକ ସହରରେ ସର୍ବଗିଳାର ମାନ୍ୟତା ପାଇଛନ୍ତି ରଞ୍ଜନ କୁମାର ସାହୁ। ଘର କେନ୍ଦ୍ରାପଡ଼ା ଜିଲ୍ଲା ଓରଗଳା ଗାଁରେ। ପେଟ ପାଟଣା ପାଇଁ ପରିବାର ସହ ରୁହନ୍ତି ରାଜାବଗିଚା ଅଞ୍ଚଳରେ।

ପରିବାର ସଦସ୍ୟ ଆଉ ସାଙ୍ଗସାଥୀଙ୍କ କହିବା କଥା ହେଲା, କିଛି ବର୍ଷ ପୂର୍ବରୁ ରଞ୍ଜନ କଞ୍ଚା ଖାଇବା ଆରମ୍ଭ କରିଥିଲେ। ଆଉ ଏବେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଛି। ଏଭଳି ଅଦ୍ଭୁତ ଅଭ୍ୟାସ ସାଙ୍ଗକୁ କିଛି କଳା କୌଶଳ ବି ଜାଣିଥିବାରୁ ଏହାକୁ ମନୋରଞ୍ଜନ ଧର୍ମୀ ପେସାରେ ପରିଣତ କରିଛନ୍ତି ରଞ୍ଜନ।

ବ୍ୟଙ୍ଗ କବି, କଣ୍ଠଶିଳ୍ପୀ ଏବଂ ଏକକ ଅଭିନେତା ଏକାଧିକ କଳାରେ ପାରଙ୍ଗମ ରଞ୍ଜନ ତେବେ ଭିନ୍ନ ଓ ନୂଆ କିଛି କରିବାର ନିଶା ତାଙ୍କୁ ଆଣି ଦେଇଛି ନିଆରା ପରିଚୟ। ସବୁବେଳେ କିଛି ନୂଆ କରିଦେଖାଇବାକୁ ଚାହଁଥିବା ରଞ୍ଜନ ଶେଷରେ ସବୁ ଜିନିଷ କଞ୍ଚା ଖାଇବାର ଏକ ଅଦ୍ଭୁତ ନୂଆ କାମ କରୁଛନ୍ତି।

You might also like