ସାବଧାନ, ହ୍ୟାକ୍ ହୋଇପାରେ ଆପଣଙ୍କ Whats App ତଥ୍ୟ !

ନୂଆଦିଲ୍ଲୀ: Whats App ବ୍ୟବହାର କରୁଛନ୍ତି ? ତାହାଲେ ସାବ୍‌ଧାନ ରୁହନ୍ତୁ। କାରଣ Whats Appରେ ଏକ ନୂଆ ଭାଇରସ୍‌ର ସନ୍ଧାନ ମିଳିଛି, ଯାହାକୁ ବ୍ୟବହାର କରି ହ୍ୟାକର୍ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକ୍‌ କରିଦେଇପାରେ। ଗୁଗୁଲ୍‌ର ପ୍ରୋଜେକ୍ଟ ଜିରୋ ଟିମ୍‌ ଏହି ବଗ୍‌ ବା ଭାଇରସ୍‌ର ସନ୍ଧାନ ପାଇଛନ୍ତି। ସେଥିପାଇଁ IOS ୟୁଜର୍ସଙ୍କୁ ସାବଧାନ୍‌ କରାଇ ଦିଆଯାଉଛି ଯେ, ସେମାନେ ଯେପରି ମେସେଜ୍‌ ପଠାଉଥିବା  ୱେବସାଇଟ୍‌କୁ କ୍ଲିକ୍‌ ନ କରନ୍ତି। କାରଣ ଏ ପ୍ରକାର ୱେବସାଇଟ୍‌ Whats App ୟୁଜର୍ସଙ୍କ ପାଇଁ ବିପଦ ଆଣିପାରେ।

ଯଦିଓ Whats Appକୁ ଏକ ସୁରକ୍ଷିତ ପ୍ଲାଟଫର୍ମ ବୋଲି ଫେସ୍‌ବୁକ୍ ପକ୍ଷରୁ କୁହାଯାଉଛି, ତେବେ ଗୁଗୁଲ୍‌ ଗବେଷକମାନେ ଏଥିରେ ଭାଇରସ୍‌ ଥିବା କଥା କହୁଛନ୍ତି। ଗୁଗୁଲ୍ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ନିର୍ଦ୍ଦିଷ୍ଟ କେତୋଟି ୱେବସାଇଟ୍‌ ଅଛି ଯେଉଁଥିରେ ଏପରି ଭାଇରସ୍ ଥିବା ଆଶଙ୍କା ରହିଛି।

ଅନ୍ୟପକ୍ଷେ ୟୁଜର୍ସଙ୍କ ତଥ୍ୟର ଗୋପନୀୟତା ରକ୍ଷା ପ୍ରତି ସବୁବେଳେ ସଚେତନ ଥିବା Whats App କହୁଛି। ତେଣୁ ଏଥିରେ କୌଣସି ପ୍ରକାର ଭାଇରସ ପ୍ରସଙ୍ଗ ଉଠାଇବା ସମ୍ପୂର୍ଣ୍ଣ ଭୁଲ୍‌ ହେବ ବୋଲି  କହିଛି Whats App।

ସେ ଆହୁରି ମଧ୍ୟ କହିଛି ଯେ ଲାଟେଷ୍ଟ ସିକ୍ୟୁରିଟି ଅପଡେଟ୍‌କୁ ଡାଉନଲୋଡ କରିବା ପାଇଁ  ଆମେ ସବୁବେଳେ ୟୁଜର୍ସମାନଙ୍କୁ ପରାମର୍ଶ ଦେଇ ଆସୁଛୁ ଆଉ ଏପରି କରିବା ଦ୍ୱାରା କୌଣସି ବଗ୍‌ ବା ଭାଇରସର ଆଶଙ୍କା ରହିବ ନାହିଁ।

ଯଦି ଭାଇରସ ଥାଏ କ’ଣ କରିବେ ?

ଏପରି କ୍ଷେତ୍ରରେ IOS ୟୁଜର୍ସମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ମାତ୍ର କେତୋଟି ପଦକ୍ଷେପ ନେଲେ ଏପରି ବିପଦରୁ ବର୍ତ୍ତି ପାରିବେ। ପ୍ରଥେମ ନିଜ ମୋବାଇଲ୍‌କୁ ଲାଟେଷ୍ଟ ସଫ୍ଟୱେୟାର ସହିତ ଅପ୍‌ଡେଟ୍ କରନ୍ତୁ।

IOS  ପ୍ଲେଷ୍ଟୋର୍‌ରେ  WhatsAppର ଲାଟେଷ୍ଟ ଅପ୍‌ଡେଟ୍‌ କରନ୍ତୁ। ଏଥି ସହିତ ଅପ୍‌ଡେଟ୍‌ ଆସିଲା କି ନାହିଁ ତାହା ମଝିରେ ମଝିରେ ଚେକ୍‌ କରନ୍ତୁ।

ଏଥିସହିତ ଯଦି କୌଣସି ଅଜଣା ସାଇଡ୍‌ରୁ ମେଲ୍‌ ଆସୁଛି, ତେବେ ସେଥିରେ ଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ନାହିଁ। ଏପରି କଲେ ହ୍ୟାକର୍‌ ଆପଣଙ୍କ ପାଖରେ ଖୁବ୍‌ ସହଜରେ ପହଞ୍ଚିବ। ଆପଣଙ୍କ ଡିଭାଇସ୍‌କୁ ହ୍ୟାକ୍‌ କରି ତଥ୍ୟ ଚୋରି କରିବ।

ପ୍ରକାଶ ଥାଉକି, ପୁରୁଣା ଭର୍ସନ୍‌ରେ ଚାଲୁଥିବା ମୋବାଇଲ୍‌ କିମ୍ବା ପିସିକୁ ହ୍ୟାକର୍‌ମାନେ ଅଧିକ ଟାର୍ଗେଟ୍‌ କରିଥାନ୍ତି। ବ୍ୟକ୍ତିଗତ ତଥ୍ୟ ଚୋରି କରି ଅସୁବିଧାରେ ପକାନ୍ତି। ତେଣୁ ମୋବାଇଲ୍‌ କିମ୍ବା ପିସିକୁ ସବୁବେଳେ ଅପ୍‌ଡେଟ୍‌ ରଖିଲେ ହ୍ୟାକର୍‌ ଆଟାକ୍‌ର ଆଶଙ୍କାକୁ କିଛି ମାତ୍ରାରେ ଦୂରେଇ ହେବ।

 

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like