• translate
Minati Mishra

ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦେତ୍ରୀ ମା’ ସରସ୍ୱତୀଙ୍କ ଆରାଧନାର ଦିବସ।  ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ହିନ୍ଦୁ ଧର୍ମରେ ଏକ ସ୍ୱତନ୍ତ୍ର ମହତ୍ୱ ରଖେ। ଏହି ସ୍ୱତନ୍ତ୍ର ଦିନରେ ବିଦ୍ୟା ଦେବୀ ମା’ ସରସ୍ୱତୀ ପୂଜା, ଆରାଧନା କରାଯାଇଥାଏ। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପୂଜା କରାଯାଇଥାଏ। କାହିଁକି ମା’ ସରସ୍ୱତୀଙ୍କ ପୂଜା କରାଯାଏ ? କିଏ ଏହି ପୂଜା ପ୍ରଥମେ କରିଥିଲେ ଓ କାହିଁକି କରିଥିଲେ ଏହାକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ।

ଏହି ପୂଜା ପଛରେ ଏକ ପୌରାଣିକ କାହାଣୀ ରହିଛି। ମା’ ସରସ୍ୱତୀଙ୍କ ପୂଜା ପ୍ରଥମେ ଶ୍ରୀକୃଷ୍ଣ ଏବଂ ବ୍ରହ୍ମା କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ମା’ ସରସ୍ୱତୀ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଦେଖିଥିଲେ ସେତେବେଳେ ସେ ବିମୁଗ୍ଧ ହୋଇ ଯାଇଥିଲେ। ସେ ଶ୍ରୀକୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ ଇଚ୍ଛା କରିଥିଲେ। ଭଗବାନ କୃଷ୍ଣ ଏହା ଜାଣିପାରି ଥିଲେ। ଶ୍ରୀକୃଷ୍ଣ ଏକଥା ମଧ୍ୟ ସରସ୍ୱତୀଙ୍କୁ କହିଥିଲେ ଯେ ସେ ରାଧାଙ୍କ ପ୍ରତି ସମର୍ପିତ। ତେବେ ସରସ୍ୱତୀଙ୍କୁ ପ୍ରସନ୍ନ କରିବା ଲାଗି ଶ୍ରୀକୃଷ୍ଣ ତାଙ୍କୁ ବରଦାନ ଦେଇ କହିଥିଲେ, ବିଦ୍ୟା ଲାଭ କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତି ମାଘମାସ ଶୁକ୍ଳ ପଞ୍ଚମୀ ଦିନ ଆପଣଙ୍କୁ ପୂଜା କରିବ।

ଏହି ବରଦାନ ଦେବା ପରେ ଶ୍ରୀକୃଷ୍ଣ ପ୍ରଥମେ ନିଜେ ମା’ ସରସ୍ୱତୀଙ୍କ ପୂଜା କରିଥିଲେ। ସୃଷ୍ଟି ନିର୍ମାଣର ମୂଳ ପ୍ରକୃତିର ୫ ରୂପ ମଧ୍ୟରୁ ଜଣେ ହେଉଛନ୍ତି ମା’ ସରସ୍ୱତୀ। ସେ ବାଣୀ, ବୁଦ୍ଧି, ବିଦ୍ୟା ଏବଂ ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । ସୃଷ୍ଟିକର୍ତ୍ତା ବ୍ରହ୍ମା ଯେତେବେଳେ ପୃଥିବୀକୁ ନିରବ ଏବଂ ନୀରସ ଥିବା ଦେଖିଲେ ସେତେବେଳେ ସେନିଜ କମଣ୍ଡଳରୁ କାଢି ଛିଞ୍ଚି ଦେଲେ। ସେଥିରେ ସାରା ପୃଥିବୀରେ ସବୁଜିମା ଭରିଗଲା ଏଥି ସହିତ ମା’ ସରସ୍ୱତୀ ଆବିର୍ଭାବ ହୋଇଥିଲେ। ବ୍ରହ୍ମା ତାଙ୍କୁ ବୀଣା ଏବଂ ପୁସ୍ତକ ପ୍ରଦାନ କରି ସାରା ସୃଷ୍ଟିକୁ ଆଲୋକିତ କରିବା ପାଇଁ କହିଥିଲେ।

ବ୍ରହ୍ମା ତାଙ୍କୁ ବାଣୀ ଦେବୀ ସରସ୍ୱତୀ ନାମରେ ଡାକିଥିଲେ। ସେ ମା’ ସରସ୍ୱତୀଙ୍କୁ  ନିଜର ବୀଣା ସାହାଯ୍ୟର ସମସ୍ତ ପ୍ରାଣୀଙ୍କୁ ବାଣୀ ପ୍ରଦାନ କରିବାକୁ କହିଥିଲେ। ମା’ ସରସ୍ୱତୀ ନିଜର ବୀଣାର ମଧୁର ସ୍ୱରରେ ସଂସାରର ଜୀବଙ୍କୁ ବାଣୀ ପ୍ରଦାନ କରିଥିଲେ।

ମା’ ସରସ୍ୱତୀଙ୍କ ବୀଣାରୁ ଝଙ୍କୃତ ସଂଗୀତ ପ୍ରକୃତି ସଂଗୀତରେ ଯେମତି ବିହଙ୍ଗମ ନୃତ୍ୟ କରିବାକୁ ଲାଗିଲେ। ଦେବୀଙ୍କ ଜ୍ଞାନର ଆଲୋକ ପୁରା ଦୁନିଆକୁ ଆଲୋକିତ କରି ଦେଇଥିଲା। ଦେବତାଙ୍କ ମଧ୍ୟରେ ଯେମିତି ସ୍ଥାନ ଶ୍ରୀକୃଷ୍ଣଙ୍କର, ଋତୁମାନଙ୍କ ମଧ୍ୟରେ ବସନ୍ତର ସେହିପରି ସ୍ଥାନ ରହିଛି। ଏହି କଥା ନିଜେ ଶ୍ରୀକୃଷ୍ଣ ସ୍ୱୀକାର କରିଛନ୍ତି।

Other Stories