ବିପଦ ସଙ୍କୁଳ ଅବସ୍ଥାରେ ବାଙ୍କିର ମହାନଦୀ ସେତୁ

୨ ବର୍ଷ ନପୁରୁଣୁ ବାଙ୍କି ମହାନଦୀ ସେତୁ ପାଲଟିଛି ମରଣଯନ୍ତା

କଟକ : ମାତ୍ର ୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଡ ଅାଡମ୍ବରରେ ଉଦ୍‌ଘାଟିତ ହେଲା ମହାନଦୀ ସେତୁ। ଗମନାଗମନ ସୁବିଧାର ସ୍ୱପ୍ନ ବି ଦେଖିଲେ ଲୋକେ। ମହାନଦୀ ଉପରେ ତିଅାରି ହୋଇଥିବା ଏହି ପୋଲଟି କଟକ ବାଙ୍କି ଜାତ ମୁଣ୍ଡିଅା ଏବଂ ସୁବର୍ଣ୍ଣପୁର ସମେତ ଅାଠଗଡ଼, ଢେଙ୍କାନାଳ, ଅନୁଗୁଳ ସମ୍ବଲପୁରକୁ ସଂଯୋଗ କରୁଥିବାବେଳେ ପ୍ରତିଦିନ ଏହି ବ୍ରିଜ୍ ଉପରେ ଯାଅାସ କରୁଛି ଶହଶହ ଗାଡ଼ି ମୋଟର।

ଦୂରରୁ ସବୁ ଠିକ୍ ଲାଗୁଥିଲେବି ଏହାର ବାସ୍ତବ ଚିତ୍ର ଅବସ୍ଥା। ମାତ୍ର ଦୁଇବର୍ଷ ଭିତରେ ପୋଲଟି ଠେଲି ହୋଇଯାଇଛି ବିପଦସଙ୍କୁଳ ଅବସ୍ଥାକୁ। ରାସ୍ତା ସାରା ଅାବୁଡା ଖାବୁଡା । କଂକ୍ରିଟ୍ ଉଠିଯିବା ସହ ଠାଏ ଠାଏ ସ୍ଥାନରେ ତିଅାରି ହୋଇଛି ଫାଟ। ଏହାସହିତ ଢଳେଇ ଛାତ ଫାଟି ରଡ୍ ବି ବାହାରିଛି। କେତେବେଳେ ଯେ ପୋଲ ଭୁଶୁଡି ପଡିବ, ସେନେଇ ଭୟଭୀତ ଲୋକେ।

୫୪ କୋଟି ଟଙ୍କା ବ୍ୟୟ ଅଟକଳରେ୨୦୦୮ ମସିହାରେ ପୋଲ ନିର୍ମାଣ ପାଇଁ ସରକାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ତେବେ ୨୦୧୩ ଏବଂ ୨୦୧୪ ମସିହାରେ ଦୁଇ ଦୁଇ ଥର କିଛି ସ୍ପାନ୍ ଭୁଶୁଡି ପଡିଥିବା ଦେଖିବାକୁ ମିଳିଥିଲା। ତେବେ ୨୦୧୬ରେ ଏହାର କାମ ସଂପୂର୍ଣ୍ଣ ହେବା ପରେ ଏବେ ଭାରିଯାନ, ବାଲି ବୋଝେଇ ଟ୍ରକ ସମେତ ସାଧାରଣ ଲୋକେ ଯିବା ଅାସିବା କରୁଛନ୍ତି। ମାତ୍ର ପୋଲର ସ୍ଥାୟିତ୍ୱ ଅାଉ କେତେ ଦିନ, ତାକୁ ନେଇ ଦେଖାଦେଇଛି ଅାଶଙ୍କା। ତେବେ ପୋଲର ଅବସ୍ଥା ସଂପର୍କରେ ନଜର ରହିଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।

You might also like