ନାଁ କୁ ପଶୁ, କିନ୍ତୁ ମୁହଁ ମଣିଷ ପରି ଦେଖିବାକୁ।

ଏ ପୃଥିବୀ ବଡ଼ ବିଚିତ୍ର। ପ୍ରକୃତିର ପରିବର୍ତ୍ତନ ହେଉ ଅବା ଦୈବ ଶକ୍ତି ହେଉ, ଏଠି ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ ଆଉ ଚକିତ କଲା ପରି କଥା ଶୁଣିବାକୁ ପଡେ। ଗାଈରୁ ଛେଳି ଜନ୍ମ ନେବା, କୁକୁଡ଼ା ଅଣ୍ଡା ବଦଳରେ ପକ୍ଷୀ ଛୁଆ ଜନ୍ମ କରିବା,  ଏମିତି ଚକିତ କରିଦେବା ପରି କଥା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। କିନ୍ତୁ ଏହାର ବିଜ୍ଞାନ ଭିତ୍ତି ସତ୍ୟତା ଏବେ ରହସ୍ୟ ଘେରରେ ରହିଛି। ତେବେ ସେମିତି ଏକ ଘଟଣା ପୁଣି ଥରେ ସାମନାକୁ ଆସିଛି। ଭାରତରେ ଏକ ମଣିଷ ରୂପୀ ଛେଳି ଜନ୍ମ ନେଇଛି। ଏହା ଶୁଣି ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା କିନ୍ତୁ ଏହା ସତ।

ଗୁଜୁରାଟ ସୋନଗଡ ତାଲୁକ ଅନ୍ତର୍ଗତ ତପି ନଦୀ କୂଳରେ ରହିଛି ସେଲିଟିପଡା ଗାଁ। ଏହି ଗାଁରେ ଅଧିକାଂଶ ଚାଷୀମାନେ ବସବାସ କରନ୍ତି। ସେହି ଗ୍ରାମର ଅଜୟଭାଇ ବାସବା ଛେଳି ପାଳନ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଗୋଟିଏ ଗର୍ଭବତୀ ଛେଳି ଜନ୍ମ କରିବା ପରେ ତାର ଛୁଆକୁ ଦେଖି ସେ ଚକିତ ହୋଇଯାଇଥିଲେ। ଆଶ୍ଚର୍ଯ୍ୟ ହେବେନି ବା କେମିତି। ଛେଳି ଠାରୁ ଜନ୍ମ ନେଇ ଛେଳିର ମୁହଁ ମଣିଷ ପରି ଦେଖା ଯାଉଥିବା। ଛେଳି ଜନ୍ମ କରିବା ପରେ ସେ କିଛି ଲୋକଙ୍କୁ ଡ଼ାକିଥିଲେ। ଛୁଆ ଛେଳିକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଛେଳି ଛୁଆଟିର ୪ଟି ଗୋଡ଼,ନାକ, କାନ ରହିଛି କିନ୍ତୁ ଲାଞ୍ଜ ନାହିଁ। ଶରୀର ଅନ୍ୟ ଅଙ୍ଗ ବିଶେଷ କରି ମୁଣ୍ଡ ମଣିଷ ପରି ଦେଖାଯାଉଛି। ଛେଳି ଛୁଆଟି ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ ବଞ୍ଚିରହିଥିଲା। ଗାଁ ଲୋକେ ଏହାକୁ ଦେଖି ଇଶ୍ୱରଙ୍କ ଦୈବ ଶକ୍ତି ବୋଲି କହି ପୂଜା କରିବାକୁ ଲାଗିଲେ।  ତେବେ ମଣିଷ ମୁହଁ ସଦୃଶ ଛେଳିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ପାଖରେ ଦୀପ, ଧୂପ ଓ ଫୁଲ ଦେଇ ପୂଜା କରିବାର ଦୃଶ୍ୟ ଭାଇରାଲ ଭିଡିଓରେ ରହିଛି।

You might also like