୨୦୨୧ ପାଇଁ ଏମିତି ଭବଷ୍ୟବାଣୀ କଲେ ଅନ୍ଧ ବାବା

ନୂତନ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । କରୋନା ଭୂତାଣୁର ଭୟ ଭିତରେ ପାଖାପାଖି ୯ ମାସ ବିତାଇବା ପରେ ନବବର୍ଷକୁ ଜାକଜମକରେ ସ୍ୱାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ୱବାସୀ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ବେ।ଲି   ଅନେକ ଆଶା ଥିଲା । ହେଲେ ନବବର୍ଷ ୨୦୨୧କୁ ନେଇ ବୁଲଗେରିଆର ବାବା ଭାଙ୍ଗାଙ୍କ ଭିବଷ୍ୟତବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବର୍ଷ ମଧ୍ୟ ବିଶ୍ୱ ଅନକ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେବ ବେ।ଲି ସେ ଭବିଷ୍ୟବାଣୀରେ ସ୍ପଷ୍ଟ କରିଛନ୍ତି ।  ବାବା ଭାଙ୍ଗା ଅନେକ ଐତିହାସିକ ଘଟଣାର ଭବିଷ୍ୟତବାଣୀ ପୂର୍ବରୁ କରି ସାରିଛନ୍ତି, ଯାହା ସତ ବେ।ଲି ମଧ୍ୟ ସାବ୍ୟସ୍ତ ହରାଇଛି ।

୧୯୧୧ର ଜନ୍ମିତ ବାବା ଭାଙ୍ଗା ମାତ୍ର ୧୨ ବର୍ଷ ବୟସରୁ ଦୃଷ୍ଟି ଶକ୍ତି ହରାଇଥିଲେ । ଏବେ ଜୀବତ ନାହାନ୍ତି ବାବା ଭାଙ୍ଗା  । ହେଲେ ଆଗାମୀ ଅନେକ ବର୍ଷ ପାଇଁ ସେ ଭବିଷ୍ୟତବାଣୀ କରିଯାଇଛନ୍ତି । ୧୯୯୬ରେ ଅନ୍ଧ ବାବା ଭାଙ୍ଗାଙ୍କର ନିଧନ ହେ।ଇଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ସାଭିଏ୍ ୟୁନିୟନର ବିଭାଜନ, ୯/୧୧ ଆକ୍ରମଣ (୨୦୦୧), ପ୍ରିନ୍ସସେସ୍ ଡାଏନାଙ୍କ ମୃତ୍ୟୁ (୧୯୯୭), ଚେନ୍ନେ।ବିଲର ବିପର୍ଯ୍ୟୟ ଓ ଜାପାନର ସୁନାମୀ (୨୦୦୪) ପରି ଐତିହାସିକ ଭବିଷ୍ୟତବାଣୀ କରିଥିଲେ । ଶତ ପ୍ରତିଶତ ନହେଲେ ମଧ୍ୟ କୁହାଯାଏ ବାବ।ଙ୍କର ୮୫ ପ୍ରତିଶତ ଭବିଷ୍ୟତବାଣୀ ସତ ହେ।ଇଛି ।  ୫୦୭୯ରେ ଦୁନିଆର ଅନ୍ତ ହେ।ଇଯିବ ବେ।ଲି ସେ ଭବିଷ୍ୟବାଣୀ କରିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୨୧ ସମ୍ମନ୍ଧରେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଅନ୍ଧ ବାବା ଭାଙ୍ଗା । ୨୦୨୧ରେ ଋଷର ପାଖାପାଖି ଅଞ୍ଚଳରେ ଉଲକା ପିଣ୍ଡ ଖସିବାର ସେ ଭବିଷ୍ୟବାଣୀ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅସ୍ତବ୍ୟସ୍ତ ହେ।ଇଯିବେ ବିଶ୍ବବାସୀ ।  କେବଳ ଏତିକି ନୁହେଁ ୟୁରେ।ପରେ ରାସାୟନିକ ଆକ୍ରମଣର ମଧ୍ୟ ଚେତାବନୀ ଦିଆଯାଇଛି । ବାବା ଭାଙ୍ଗାଙ୍କ ଦାବି ଅନୁସାରେ ଏହି ସମୟରେ ୟୁରେ।ପୀୟ ମହାଦ୍ୱୀପର ଅସ୍ତିତ୍ୱ ଶେଷ ହେ।ଇଯିବାର ଆଶଙ୍କା ରହିଛି । ପୁର। ବିଶ୍ୱରେ ଧ୍ବଂସର ତାଣ୍ଡବଲୀଳା ଦେଖିବାକୁ ମିଳିବ । ଲେ।କେ ଧର୍ମ ଓ ଆସ୍ଥା ଆଧାରରେ ଭାଗ ଭାଗ ହେ।ଇଯିବେ ।

୨୦୨୧ରେ ମହାକାଶରେ ଜୀବଜଗତର ସନ୍ଧାନ କରାଯିବ । ଅଚାନକ ସ୍ପଷ୍ଟ ହେ।ଇଯିବ ପୃଥିବୀ ଉପରେ ଜୀବନ ଧାରଣ କିପରି ଆରମ୍ଭ ହେ।ଇଥିଲା । ଆଗାମୀ ୨୦୦ ବର୍ଷରେ ଲେ।କ ନିଜର ଆଧ୍ୟାତ୍ମିକ ଭାଇଭଉଣୀଙ୍କ ସହ ଅନ୍ୟ ଦୁନିଆରେ ସମ୍ପର୍କ କରିବା ପାଇଁ ଚେଷ୍ଟା କରିବେ ।

ଆଉ ଏକ ବଡ଼କଥା ହେଲା ସୂର୍ଯ୍ୟ ରଶ୍ମିର ବ୍ୟବହାର କରି ୨୦୨୧ରେ ଆକାଶ ମାର୍ଗରେ ଟ୍ରେନ୍ ଉଡ଼ିବ । ପେଟ୍ରେ।ଲର ଉତ୍ପାଦନ ଏକପ୍ରକାର ବନ୍ଦ ହେ।ଇଯିବ । ଆଉ ଏବେଠାରୁ ସୂର୍ଯ୍ୟଶକ୍ତିକୁ ନେଇ ଲେ।କ ସଚେତନ ହେ।ଇଯିବେ । ଯାହା ନିହାତି ଅସମ୍ଭବ ମନେ ହେଉଛି । ଏଇଠି ବାବାଙ୍କ ଭବିଷ୍ୟବାଣୀ ଭବିଷ୍ୟତ ପାଇଁ ଯୁକ୍ତିଯୁକ୍ତ ଲାଗୁନି ।

ଆଉ ଏକ ବିଶେଷ କଥା ହେଲା, ଚଳିତ ବର୍ଷ ଦୁନିଆ ଉପରେ ପ୍ରଭାବ ବିସ୍ତାର କରିବ ଚୀନ୍ । ତିନି ଶକ୍ତିଶାଳୀ ଦେଶ ଏକଜୁଟ ହେବେ ଏବଂ ନିଜର ଦବଦବା ଜାହିର କରିବେ । ତେବେ ଚଳିତ ବର୍ଷ ବିଶ୍ୱର ଜଣେ ଶକ୍ତିଶାଳୀ ନେତାଙ୍କୁ ହତ୍ୟା କରାଯିବ ବେ।ଲି ଅନ୍ଧବାବା ଭବିଷ୍ୟବାଣୀ କରିଛନ୍ତି । କେବଳ ଏତିକି ନୁହଁ ସାରା ଅନେକ ବଡ଼ ବଡ଼ ନେତା ବିଭିନ୍ନ ଭୟଙ୍କର ରେ।ଗରେ ପୀଡ଼ିତ ହେବେ ।

୨୧ ମ ଶତାଦ୍ଦୀର ଆରମ୍ଭରେ କ୍ୟାନସର ପରି ରେ।ଗରୁ ମଣିଷ ସମାଜକୁ ମୁକ୍ତି ମିଳିବ । ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ , ଖୁବଶୀଘ୍ର କ୍ୟାନସର ପରି ଭୟଙ୍କର ରେ।ଗରୁ ମଣିଷ ସମାଜ ତ୍ରାହି ପାଇବ । ଯାହା ନିହାତି ଏକ ଭଲ ଖବର ।

ତେବେ ଉପେରାକ୍ତ ଭବିଷ୍ୟବାଣୀ ଗୁଡ଼ିକର କେତେ ସତ୍ୟତା ରହିଛି ତାହା ସମୟ କହିବ । ତେଣୁ ଏଭଳି ଭବିଷ୍ୟବାଣୀ ଉପରେ ଅନ୍ଧ ଭାବରେ ବଶ୍ୱାନ ନକରି ଆଗାମୀ ସମୟ ଉପରେ ନଜର ରଖିବା ଆବଶ୍ୟକ ।

 

You might also like