ଘାତକ ସର୍ପାଘାତ; ପ୍ରତି ମିନିଟ୍‌ରେ ଯାଉଛି ୪ ଜୀବନ, କେମିତି ରକ୍ଷା ପାଇବେ ଜାଣନ୍ତୁ

ଏବେ ଘାତକ ରୂପ ନେଲାଣି ସର୍ପାଘାତ। ସାପକାମୁଡ଼ାରେ ବିଶ୍ୱରେ ପ୍ରତି ୪ ମିନିଟ୍‌ରେ ଜଣକଙ୍କ ମୃତ୍ୟୁ ହେଉଥିବା ବେଳେ ଘଣ୍ଟାକୁ ୧୫ ଜଣକଙ୍କ ଜୀବନ ଯାଉଛି।

ଏବେ ଘାତକ ରୂପ ନେଲାଣି ସର୍ପାଘାତ। ସାପକାମୁଡ଼ାରେ ବିଶ୍ୱରେ ପ୍ରତି ୪ ମିନିଟ୍‌ରେ ଜଣକଙ୍କ ମୃତ୍ୟୁ ହେଉଥିବା ବେଳେ ଘଣ୍ଟାକୁ ୧୫ ଜଣକଙ୍କ ଜୀବନ ଯାଉଛି। ପ୍ରିତ ବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି।

Image result for snake bite

ଆଉ ଯଦି ଆମ ରାଜ୍ୟର ତଥ୍ୟ ଉପରେ ନଜର ପକାଇବା ତେବେ ବିଗତ ଦିନମାନଙ୍କରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ସାପକାମୁଡ଼ାରେ ୨ ହଜାର ୯୫୪ ଲୋକଙ୍କ ପ୍ରାଣ ହରାଇଛନ୍ତି। ସେଥିରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୭୧ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଚଳିତ ବର୍ଷ ମୃତ୍ୟୁ  ସଂଖ୍ୟା ବଢ଼ି ଏବେ ସୁଦ୍ଧା ୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

ଆଜି ଗୋଟିଏ ଦିନରେ ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସାପକାମୁଡ଼ାରେ ଅନୁଗୁଳ ବେନ୍ତପୁର ଗାଁର ୨ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ନୂଆପଲ୍ଲୀ ଗାଁରେ ଘରେ ମଧ୍ୟ ସାପ କାମୁଡ଼ିବାରୁ ୪ ବର୍ଷର ଶିଶୁପୁତ୍ର ସହ ମାଆର ମୃତ୍ୟୁ ହୋଇଛି। କେନ୍ଦୁଝର୍‌ରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଛି।

ସାପକାମୁଡ଼ାରେ ମୃତ୍ୟୁ ସଂଖ୍ୟା କାହିଁକି ବୃଦ୍ଧି ପାଉଛି ?

  • ମୁଖ୍ୟତଃ ସାପ କାମୁଡ଼ିବାର ୬ ଘଣ୍ଟା ମଧ୍ୟରେ ଡାକ୍ତରଖାନା ଯିବା କଥା, କିନ୍ତୁ ଲୋକେ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚୁ ନାହାନ୍ତି। ବିଳମ୍ବରେ ହସ୍ପିଟାଲ୍ ପହଞ୍ଚିବା ଯୋଗୁ ରୋଗୀର ଅବସ୍ଥା ବିଗିଡ଼ି ଯାଉଛି।
  • ଗ୍ରାମାଞ୍ଚଳରେ ଅଧିକ ସାପ କାମୁଡ଼ିବା ଘଟଣା ଘଟେ। ଯେଉଁଥିରେ ଲୋକେ ଆଦୌ ଚିକିତ୍ସାଳୟକୁ ଯାଆନ୍ତି ନାହିଁ। ଗୁଣି ଗାରେଡ଼ି ଉପରେ ଭରଷା କରୁଥିବାରୁ ଅକାଳରେ ଝଡ଼ିଯାଉଛି ଜୀବନ।
  • ସେହିପରି ନିକଟରେ ଉନ୍ନତମାନର ଚିକିତ୍ସାଳୟ ନଥିବା ସହିତ ଔଷଧର ଅଭାବ ଓ ଉପଯୁକ୍ତ ଚିକିତ୍ସା ନମିଳିବା ଯୋଗୁସାପ କାମୁଡ଼ିବାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

Related image

ସାପ କାମୁଡ଼ିଲେ କଣ କରିବେ?

  • ସାପ କାମୁଡ଼ିଲେ ରୋଗୀକୁ ଯଥାଶୀଘ୍ର ଡାକ୍ତରଖାନା ନେବା ଦରକାର।
  • ରୋଗୀକୁ ଡାକ୍ତରଖାନା ଆଣିବା ପୂର୍ବରୁ କ୍ଷତ ସ୍ଥାନକୁ ସାବୁନ୍‌ରେ ଭଲଭାବରେ ଧୋଇ ଦେବା ଉଚିତ୍।
  • ସାପ କାମୁଡ଼ିଥିବା ସ୍ଥାନ ଉପରକୁ ପଟିରେ ସାମାନ୍ୟ ଟାଇଟ୍‌ କରି ବାନ୍ଧି ଦେବା ଉଚିତ୍।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like