ବିଚକ୍ଷଣ ଦକ୍ଷତା ଓ ଅଦମ୍ୟ ସାହସର ପରିଚୟ ଦେଲେ ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରିବାରେ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଦେଖାଇଥିବା ବୀରତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା। ମିଗ୍-୨୧ରେ ପାଟ୍ରୋଲିଂ କରୁଥିଲେ ମଧ୍ୟ ଅଭିନନ୍ଦନ ନିଜ ଅପୂର୍ବ ରଣ ଦକ୍ଷତା ପ୍ରଦର୍ଶନ କରିବା ସହ ପାକିସ୍ତାନର ଅତ୍ୟାଧୁନିକ F-16 ଲଢୁଆ ବିମାନକୁ ଖସାଇ ଦେବାରେ ସଫଳ ହୋଇଥିଲେ। ଫଳରେ ଭାରତୀୟ ସୀମାରେ ଆକ୍ରମଣ ଉଦ୍ୟମ କରୁଥିବା ଅନ୍ୟ ପାକିସ୍ତାନ ଜେଟ୍ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ।

F-16  ବନାମ ମିଗ୍-21 ବାଲାକୋଟ୍ ଆକ୍ରମଣରେ ବଦଲା ନେବାକୁ ଗତକାଲି ବ୍ୟର୍ଥ ଉଦ୍ୟମ କରିଥିଲା ପାକିସ୍ତାନ। ୨୦ରୁ ଅଧିକ ଅତ୍ୟାଧୁନିକ F-16 ଜେଟ୍ ସାହାଯ୍ୟରେ ଭାରତର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ ବାୟୁସେନା। ତେବେ ତୁରନ୍ତ ଭାରତ ପଟୁ ପ୍ରାୟ ୮ଟି ଜେଟ୍ ସେମାନଙ୍କୁ ମୁକାବିଲା କରିଥିଲେ। ସେହି ଅପରେନ୍‌ରେ ନିଜ ମିଗ୍ ଜେଟ୍‌ରେ ଶତ୍ରୁକୁ ଚ୍ୟାଲେଞ୍ଜ କରିଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ବିଚକ୍ଷଣ ଦକ୍ଷତା ଓ ଅଦମ୍ୟ ସାହସର ପରିଚୟ ଦେଇ ସେ ଏକ F-16କୁ ଖସାଇ ଦେବାରେ ସଫଳ ବି ହୋଇଥିଲେ। ଏହାପରେ ପାକିସ୍ତାନ ଜେଟ୍ ଛତ୍ରଭଙ୍ଗ ଦେଇଥିଲେ।

Image result for abhinandan pilot
photo-Best Hindi News

ଏହି ସମୟରେ ଅଭିନନ୍ଦନ ପାକିସ୍ତାନ ଏୟାର ଡିଫେନ୍ସ ନଜରକୁ ଆସିବା ସହ ଗ୍ରାଉଣ୍ଡ ଫାୟାରିଂର ସମ୍ମୁଖୀନ ହୋଇଥିଲେ। ଏଥିରେ ତାଙ୍କ ବିମାନ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ସେ ପାରାଚୁଟ୍ ସାହାଯ୍ୟରେ ପିଓକେରେ ଓହ୍ଲାଇଯିବା ପରେ ସ୍ଥାନୀୟ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଆହତ ହେବା ସତ୍ତ୍ୱେ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦର୍ଶନ କରି ଅଭିନନ୍ଦନ ସେମାନଙ୍କ ସହ ଲଢ଼େଇ କରିଥିବା ପାକିସ୍ତାନର ଡନ୍ ସମ୍ବାଦପତ୍ର ଖବର ଛାପିଛି। ପରେ ପାକିସ୍ତାନ ସେନା ଆସି ତାଙ୍କୁ ଉଦ୍ଧାର କରିଥିବା ଖବରରେ କୁହାଯାଉଛି।

କ୍ୟାପ୍ଟେନ୍‌ ନଚିକେତା photo indiatoday

ସେପଟେ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ପାକିସ୍ତାନ ସେନା ହାତରେ ଧରା ପଡ଼ିବା ଯୁଦ୍ଧବନ୍ଦୀ ପ୍ରସଙ୍ଗକୁ ପୁଣି ତାଜା କରିଛି। ୧୯୯୯ କାର୍ଗିଲ ଯୁଦ୍ଧ ବେଳେ ଭାରତୀୟ ବାୟୁସେନା ପାଇଲଟ କେ. ନଚିକେତା ପାକିସ୍ତାନ ସେନା ହାତରେ ଧରାପଡ଼ିଥିଲେ। ତେବେ ପ୍ରବଳ ଅନ୍ତର୍ଜାତୀୟ ଚାପ ଯୋଗୁ ୮ ଦିନ ପରେ ପାକିସ୍ତାନ ତାଙ୍କୁ ଛାଡ଼ି ଦେବାକୁ ବାଧ୍ୟ ହୋଇଥିଲା। ଅନ୍ୟପକ୍ଷରେ ୧୯୭୧ ଯୁଦ୍ଧ ବେଳେ ଭାରତର ପ୍ରଥମ ଯୁଦ୍ଧବନ୍ଦୀ ପାକିସ୍ତାନ ପାଇଲଟ ପରଭେଜ୍ କ୍ୟୁରେସିଙ୍କ ସଂପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି ସେତେବେଳର ସେନାଧିକାରୀ ଲେଫନାଣ୍ଟ ଜେନେରାଲ ଏ.ଏସ. ପନାଙ୍ଗ। ଭାରତୀୟ ସେନା ପରଭେଜଙ୍କ ଜୀବନ ରକ୍ଷା କରିଥିଲା ଓ ପରବର୍ତ୍ତି ସମୟରେ ସେ ପାକିସ୍ତାନ ବାୟୁସେନାର ମୁଖ୍ୟ ହୋଇଥିବା ପନାଙ୍ଗ ଲେଖିଛନ୍ତି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like