ଦିନେ ଏମିତି ହୋଇଥିଲା: ବୋମାରେ ଉଡ଼ାଇ ଦେବାକୁ ଧମକ ଦେଉଥିଲା, ବାଜପେୟୀଙ୍କୁ ଦେଖି ପାଦ ଛୁଇଁଲା

ଅଟଳ ବିହାରୀ ବାଜ‌ପେୟୀ; ଭାରତୀୟ ରାଜନୀତି ଆକାଶରେ ଧ୍ରୁବତାରା

ଆଜି ବଡ଼ ଦିନ। କରୋନା କଟକଣା ଭିତରେ ସାରା ବିଶ୍ୱ ପାଳୁଛି ପ୍ରଭୁ ଜିଶୁଙ୍କ ଜନ୍ମୋତ୍ସବ। ଆଉ ଆଜି ଭଳି ଏକ ପବିତ୍ର ଦନରେ ଜନ୍ମ ହୋଇଥିଲେ ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀ। ବାଜପେୟୀଙ୍କ ଜନ୍ମଦିନକୁ ଭାରତରେ ସୁଶାସନ ଦିବସ ଭାବରେ ବି ପାଳନ କରାଯାଉଛି। ଦିନେ ଭାରତୀୟ ରାଜନୀତି ଆକାଶରେ ଧ୍ରୁବତାରା ଭଳି ଉଜ୍ଜ୍ୱଳ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜି ଆମ ଗହଣରେ ନାହାନ୍ତି। ହେଲେ ରାଜନୀତି କ୍ଷେତ୍ରରେ ତାଙ୍କର ଅବଦାନ ଓ ବିକାଶ ପରିକଳ୍ପନାର ଜ୍ୱତି ଏବେ ବି ଦିକ୍‌ ଦିକ୍ ହୋଇ ଜଳୁଛି।These 5 poems of poet Atal Bihari Vajpayee always readed occur. | इन कविताओं ने वाजपेयी को बनाया अटल, ऐसी थी राजनीति के युगपुरुष की कहानी... - दैनिक भास्कर हिंदी

ଭାରତୀୟ ରାଜନୀତି କ୍ଷେତ୍ରରେ ଅଟଳ ଏମିତି ଜଣେ ବ୍ୟକ୍ତି ଥିଲେ ଯେ ତାଙ୍କ ଉପରେ ବିପକ୍ଷ ଦଳ ବି ଭରସା କରିପାରୁଥିଲା ଓ ଭଲପାଉଥିଲା। ସେ କ୍ଷମତାରେ ଥାନ୍ତୁ କିମ୍ବା ନଥାନ୍ତୁ ସବୁବେଳେ ଦେଶରେ ହିତ ପାଇଁ କାର୍ଯ୍ୟ କରିଥିଲେ।  ଏଥିପାଇଁ ସେ ବିରୋଧୀ ଦଳଙ୍କର ବି ପ୍ରିୟ ହୋଇ ରହୁଥିଲେ।

ଦିନେ କୃଷକଙ୍କ ହକ୍‌ ପାଇଁ ଜେଲ୍ ଯାଇଥିଲେ ବାଜପେୟୀ

ତେବେ ଅଟଳ ଯେ କେବଳ ଜଣେ ଭଲ ରାଜ ନେତା ଥିଲେ ତାହା ନୁହେଁ, ସେ ଜଣେ ପ୍ରଖ୍ୟାତ କବି ମଧ୍ୟ ଥିଲେ। ତାଙ୍କର ଅନେକ ଲୋକପ୍ରିୟ କବିତା ରହିଛି। ତାଙ୍କର ଅନେକ କବିତା ଆଜି ବି ଯୁବପିଢ଼ିଙ୍କୁ ସତ୍ୟ ଓ ସଂଘର୍ଷର ପଥ ଦେଖାଏ। ଜୀବନ ଯୁଦ୍ଧ ଜିତିବାକୁ ସାହସ ଯୋଗାଏ। ଏମିତିରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଅନେକ କାହାଣୀ ରୋଚକ କାହାଣୀ ରହିଛି। ସେଥିମଧ୍ୟରୁ ଆସନ୍ତୁ ଆଜି କିଛି ଜାଣିବା

ପୂର୍ବତନ ବାଚସ୍ପତିଙ୍କୁ ସୋମନାଥଙ୍କୁ ଏମିତି ମନାଇଥିଲେ

୨୦୦୬ ଅଗଷ୍ଟ ମାସର କଥା। ସେତେବେଳର ଲୋକସଭା ବାଚସ୍ପତି  ସୋମନାଥ ଚାଟାର୍ଜୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଖୁବ୍ ରାଗିଯାଇଥିଲେ। କାରଣ ସେତେବେଳେ ଅଟଳଙ୍କ ଦଳ ବିଜେପି, ବାଚସ୍ପତିଙ୍କ ଉପରେ ପକ୍ଷପାତ ଅଭିଯୋଗ ଲଗାଇଥିଲା।  ଏଥିପାଇଁ ସୋମନାଥଙ୍କ ବିରୋଧରେ ଆସିଥିବା ଏକ ଚିଠିରେ ବହୁ ବିଜେପି ନେତାଙ୍କ ସମେତ ଅଟଳ ବିହାରୀ ବାଜେପେୟୀ ମଧ୍ୟ ଦସ୍ତଖତ କରିଥିଲେ। ବାସ୍‌ ଏହି କଥା ସୋମନାଥଙ୍କୁ ଦୁଃଖ ଦେଇଥିଲା। ସେ ଫୋନ୍‌ କରି ବାଜପେୟୀଙ୍କୁ କହିଥିଲେ, ଯଦି ସଦନରେ ସେ ପକ୍ଷପାତ କରୁଥିବା କେହି ଅନୁଭବ କରୁଥା’ନ୍ତି, ତା’ହେଲେ ସେ ସଙ୍ଗେ ସଙ୍ଗେ ବାଚସ୍ପତି ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି।

ତେବେ ସୋମନାଥଙ୍କ ଅସନ୍ତୋଷ ଜାଣିବା ପରେ ବାଜ୍‌ପେୟୀ ଏକ ସୁନ୍ଦର ଉତ୍ତର ଦେଇଥିଲେ। ବାଜପେୟୀ କହିଥିଲେ, “ ମୁଁ ବିଜେପିର ସଦସ୍ୟ ହୋଇଥିରୁ ସେଥିରେ ଦସ୍ତଖତ କରିଛି। ଯଦି ଦସ୍ତଖତ ନକରିଥାନ୍ତି, ତେବେ ତାହା ଦଳ ଅନୁଶାସନର ବିପରୀତ ହୋଇଥାନ୍ତା। କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ କହିବି ଯେ, ଆପଣ କେବେ ଭେଦଭାବ କରନ୍ତି ନାହିଁ।”

ସୋମନାଥ ପୁଣି ପଚାରିଥିଲେ, “ଦସ୍ତଖତ କରିନଥିଲେ କ’ଣ ଅନୁଶାସନ ଭାଙ୍ଗିଯାଇଥା’ନ୍ତା? ବଡ଼ ମଜାକିଆ ଢଙ୍ଗରେ ଉତ୍ତର ଦେଇ ବାଜପେୟୀ କହିଥିଲେ, “ ଯଦି ତୁମେ ଏମିତି ଭାବୁଛ, ତେବେ ଠିକ୍। ସତ କଥା ହେଲା ଯେ, ମୁଁ ଜଣେ ଭାଜପା ନେତା। ହେଲେ ଆପଣ ମୋତେ ଜଣେ ବାମପନ୍ଥୀ ବୋଲି ଭାବନ୍ତୁ, ଆଉ ମୋତେ ଭୋଜିକୁ ଡାକ୍ତନ୍ତୁ। ଦେଖିବେ ତା’ ପରେ ଆପଣ ନିଜେ ଭାଜପା ପାଇଁ  ବଡ଼ ଆସେଟ୍‌ ପାଲଟିଯିବ।”  ବାଜପେୟୀଙ୍କ କଥାରେ ହସିଥିଲେ ସୋମନାଥ ଓ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା।Atal Bihari Vajpayee and Lalji Tandon friendship remained away from politics

ଲୋକଙ୍କ ଜୀବନ ବଞ୍ଚାଇବାକୁ ଖାଇବା ଥାଳିରୁ ଉଠି ଯାଇଥିଲେ

ଏହି ଘଟଣା ୧୯୯୨ ମସିହାର। ରାମ ଜନ୍ମଭୂମିକୁ ନେଇ ସାରା ଦେଶରେ ଆନ୍ଦୋଳନ ସେତେବେଳେ ଚରମସୀମାରେ ଥିଲା।  ବାଜପେୟୀ ଥିଲେ ଉତ୍ତରପ୍ରଦେଶ ଲକ୍ଷ୍ନୌରସାଂସଦ। ବାଜପେୟୀ ସେଦିନ ଲକ୍ଷ୍ନୌ ସ୍ଥିତ ବାସ ଭବନରେ ମଧ୍ୟାହ୍ନ ଭୋଜନ କରୁଥା’ନ୍ତି। ଏହି ସମୟରେ ଭୟଭୀତ ହୋଇ ବାଜପେୟୀଙ୍କ ପାଖରେ ପହଞ୍ଚିଲେ ତତ୍କାଳୀନ ଲକ୍ଷ୍ନୌ ଜିଲ୍ଲାପାଳ ଓ ରାଜ୍ୟପାଳ ମୋତିଲାଲ୍ ଭୋରାଙ୍କ ଉପଦେଷ୍ଟା। ବାଜପେୟୀଙ୍କୁ  ଦେଖା କରିବାକୁ ଲାଲାଜୀ ଟଣ୍ଡନଙ୍କୁ ସେମାନେ ଅନୁରୋଧ କରିଥିଲେ।

ହେଲେ ଲାଲାଜୀ ଟଣ୍ଡନ ରୋକ୍‌ଠୋକ୍ କହିଦେଲେ, ବାଜପେୟୀ ଭୋଜନ କରିସାରିଲେ ସାକ୍ଷାତ କରିବେ। ହେଲେ ଟଣ୍ଡନଙ୍କ ବାରଣ ସତ୍ତ୍ୱେ ଅତି ଜରୁରୀ କାମ ଅଛି କହି ସେମାନେ ତୁରନ୍ତ କବାଟ ଖୋଲି ଭିତରକୁ ପଶିଗଲେ। ହଠାତ୍‌ ବାସଭବନରେ ସେମାନଙ୍କୁ ଦେଖି ବାଜପେୟୀ ହସ ହସ ମୁହଁରେ କହିଥିଲେ “ଡିଏମ୍‌ ସାହେବ୍, ମୋ ପାଖକୁ କେମିତି ଆସିବା ହେଲା? କିଛି ବିଶେଷ କାମ ଅଛି କି ?”

ଏହାପରେ ତର ତର ହୋଇ ଜିଲ୍ଲାପାଳ କହିଲେ, ଏୟାରପୋର୍ଟରେ ଜଣେ ଯୁବକ ବିମାନ ଅପହରଣ କରି ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି। କିନ୍ତୁ ଯୁବକର ଗୋଟିଏ ଜିଦ୍ ସେ ଆପଣଙ୍କୁ ଭେଟିବ। ଯାତ୍ରୀଙ୍କ ଜୀବନ ବଦଳରେ ସେ ଆପଣଙ୍କୁ ଭେଟିବାକୁ ଚାହୁଁଛି। ଆପଣ ସେଠାକୁ ଗଲେ ସେ ଯାତ୍ରୀଙ୍କୁ ଛାଡ଼ି ଦେବ ବୋଲି କହୁଥିବା ବାଜପେୟୀଙ୍କୁ କହିଲେ ଜିଲ୍ଲାପାଳ।। ଏହି ମୁହୂର୍ତ୍ତରେ ଯଦି ଆପଣ ଆମ ସହ ଚାଲନ୍ତି, ତା’ହେଲେ ହୁଏତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯା’ନ୍ତା। ବୋଲି ଜିଲ୍ଲାପାଳ ବାଜ୍‌ପେୟୀଙ୍କୁ ଅନୁରୋଧ କଲେ। ”Last Time Manmohan Singh Got Angry, Vajpayee Met Him With an Advice

ଘଟଣା ଶୁଣିବା ପରେ ଅଧାରୁ ଖାଇବା ଛାଡ଼ି ତୁରନ୍ତ ସେମାନଙ୍କ ସାଙ୍ଗରେ ବାହାରି ପଡ଼ିଲେ ବାଜପେୟୀ। ହେଲେ ଜୀବନକୁ ବିପଦ ଦର୍ଶାଇ ଲାଲଜୀଙ୍କ ସମେତ ଦଳର ସମସ୍ତ କର୍ମକର୍ତ୍ତା ବାଜପେୟୀଙ୍କୁ  ବାରାମ୍ବାର ବାରଣ କଲେ। ସେହି ଉଦ୍‌ଭ୍ରାନ୍ତ ଯୁବକ ପାଖକୁ ନଯିବାକୁ କହିଲେ। କିନ୍ତୁ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଜିଦ୍‌ରେ ଅଟଳ ଥିବା ଅଟଳ କାହା କଥା ଶୁଣିନଥିଲେ। ଏୟାରପୋର୍ଟ ଯାଇ ବିମାନ ବନ୍ଧକ ରଖିଥିବା ଯୁବକଙ୍କୁ ଦେଖା କଲେ। ଅଟଳ ଏୟାରପୋର୍ଟରେ ପହଞ୍ଚିବା ପରେ ହଠାତ୍‌ ଯୁବକ ଜଣକ ତାଙ୍କ ପାଦ ଛୁଇଁ ପ୍ରଣାମ କଲା। ଆଉ ଏହି ମଉକାରେ ଉଦ୍‌ଭ୍ରାନ୍ତ ଯୁବକକୁ କାବୁ କରି ନେଇଥିଲା ପୋଲିସ୍।

ଏହାପରେ ଯୁବକ ଜଣକୁ ଏସବୁର କାରଣ ପଚରାଯିବାରୁ ସେ କହିଥିଲେ ‘ମୋ ପାଖରେ କୌଣସି ବୋମା ନାହିଁ। ରାମ ଜନ୍ମଭୂମି ନେଇ ଦେଶରେ ଦେଖା ଦେଇଥିବା ଅଶାନ୍ତି ବିଷୟରେ ବାଜପେୟୀଙ୍କୁ ଜଣାଇବା ପାଇଁ ମୁଁ ଏପରି କରିଛି।’

୨୦୧୮ ମସିହାରେ ବାଜପେୟୀଙ୍କ ପରଲୋକ ପରେ ବିଜେପିର ଅନ୍ୟ ଜଣେ ଟାଣୁଆ ନେତା ଲାଲଜୀ ଟଣ୍ଡନ ଏହି ଘଟଣା ସମ୍ପର୍କରେ ସାରା ଦୁନିଆକୁ ସୂଚନା ଦେଇଥିଲେ। ଲାଲାଜୀ ଟଣ୍ଡନ ବିହାର ଓ ମଧ୍ୟ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସରେ ତାଙ୍କର ପରଲୋକ ହୋଇଥିଲା।Rajiv Gandhi is the reason I am alive said Vajpayee - Oneindia News

ବୈଦେଶିକ ମନ୍ତ୍ରୀ ହୋଇ ବି ଶୋଇଥିଲେ ଖଟିଆରେ

ବାଜପେୟୀଙ୍କ ଜୀବନର ଏହି ସତ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ରାଜସ୍ଥାନ ଭରତପୁରର ପୂର୍ବତନ ସାଂସଦ ପଣ୍ଡିତ ରାମକିଶନ୍‌। ବାଜପେୟୀ  ବୈଦେଶିକ ମନ୍ତ୍ରୀ ଥିବା ବେଳେ ରାଜସ୍ଥାନର ଭିଲୱାଡ଼ାରେ ଉପନିର୍ବାଚନ ହୋଇଥିଲା। ଏହି ସମୟରେ ବାଜପେୟୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଭିଲୱାଡ଼ା ଯାଇଥିଲେ ରାମକିଶନ।

ବିଭିନ୍ନ ସ୍ଥାନରେ ପ୍ରଚାର ସାରି ଶେଷରେ ଭିଲୱାଡ଼ା ସର୍କିଟ ହାଉସରେ ପହଞ୍ଚିଥିଲେ ସେମାନେ। ବାଜ୍‌ପେୟୀ ବୈଦେଶିକ ମନ୍ତ୍ରୀ ଥିବାରୁ ସର୍କିଟ ହାଉସ୍‌ରେ ତାଙ୍କ ପାଇଁ ରୁମ୍‌ ବୁକ୍‌ ହୋଇଥିଲା। କିନ୍ତୁ ରାମକିଶନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିଲା। ତାଙ୍କ ପାଇଁ ସର୍କିଟ ହାଉସର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ଖଟିଆ ପଡ଼ିଥିଲା। ଏକଥାକୁ ସହଜରେ ହଜମ କରିପାରିଲେନି ଅଟଳ। ଶେଷରେ ନିଜ ପ୍ରକୋଷ୍ଠରୁ ବାହାରି ବଗିଚାରେ ପଡ଼ିଥିବା ଖଟିଆରେ ରାମକିଶନଙ୍କ ସହ ଏକାଠି ଶୋଇଥିଲେ।

ଜନନାୟକ ବାଜ୍‌ପେୟୀ କ୍ଷମତାର ଶିଖରରେ ପହଞ୍ଚିଥିଲେ ବି ତାଙ୍କ ଜୀବନଶୈଳୀ ଅତି ସରଳ ଓ ନିରାଡ଼ମ୍ବର ଥିଲା। ବିଳାସମୟ ଓ ସୌଖୀନ ଜୀବନ ଶୈଳୀଠାରୁ ଦୂରରେ ଥିଲେ ଏହି ପିଲିଟିକ୍ସ ବାଦ୍‌ଶାହ। କାରଣ ତାଙ୍କ ଭିତରେ ଲୁଚି ରହିଥିଲା ଏକ ଦରୀଦ କବିପଣ।The uncompromising patriot': Shakti Sinha on working closely with Atal Bihari Vajpayee - india news - Hindustan Times

ଏହି କେତେଟି କାହାଣୀ ନୁହେଁ, ଭାରତ ରତ୍ନ ଅଟଳ ବିହାରୀ ବାଜ୍‌ପେୟୀଙ୍କର ଏମିତି ଅନେକ କାହଣୀ ରହିଛି। ଯାହା ଆପଣଙ୍କ ନିଶ୍ଚୟ ପ୍ରେରଣା ଦେବ। ଜଣେ ରାଜନେତା ହିସାବରେ ତାଙ୍କ ବ୍ୟକ୍ତିତ୍ୱକୁ ପରଖିଲେ ଆଜିର ରାଜନୀତି ଓ ନେତା କେତେ ଯେ ଭିନ୍ନ ତାହା ଆପଣ ଜାଣିପାରିବେ।

ଅଟଳି ବିହାରୀ ବାଜପେୟୀଙ୍କର ଏହି କାହାଣୀ ବି ପଢ଼ନ୍ତୁ-

ଯେତେବେଳେ ଇନ୍ଦିରା ଭୟଭୀତ ଅବସ୍ଥାରେ ଥିଲେ, ଅଟଳଜୀ ତାଙ୍କ ଘରେ ପହଞ୍ଚି କହିଥିଲେ….

former pm atal bihari vajpayee poem | जनता पार्टी टूटी तो लिखा- गीत नहीं गाता हूं; भाजपा बनी तो लिखा- गीत नया गाता हूं - Dainik Bhaskar

You might also like