ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ବ୍ରାସିଲିଆ(ବ୍ରାଜିଲ): ଲୁଟ୍‌ କରିବା ପାଇଁ ଲୁଟେରାମାନେ କେତେବେଳେ ବନ୍ଧୁକ ମୁନରେ ଧମକ ଦେଇଥାନ୍ତି ତ, ଆଉ କେତେବେଳେ ଛୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରିଥାନ୍ତି। ହେଲେ ଏ କ’ଣ ! ଏହି ଲୁଟେରା ଜଣକ ଲୁଟ୍‌ କରିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଉଛି। ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ,  ଲୁଟ୍‌ ବେଳେ ଜଣେ ଲୁଟେରାଙ୍କ ଏମିତି ଏକ ବ୍ୟବହାର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଟିକେ ଆଚମ୍ବିତ ହୋଇଯିବେ। ବ୍ରାଜିଲ୍‌ରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି, କିଛି ଲୁଟେରା ଲୁଟ୍‌ କରିବା ପାଇଁ ଏକ ଦୋକାନକୁ ଆସିଛନ୍ତି। ଜଣେ ଲୁଟେରା ଦୋକାନୀଙ୍କୁ ଧମକ ଦେଇ  ଲୁଟ୍‌ କରିବାରେ ବ୍ୟସ୍ତ ଥିବାବେଳେ ଅନ୍ୟ ଏକ ଲୁଟେରା ସେଠାରେ ଉପସ୍ଥିତ ଥିବା ଜଣେ ବୃଦ୍ଧାଙ୍କ ମଥାକୁ ହଠାତ୍‌ ଆସି ଚୁମ୍ବନ ଦେଇ ଦେଉଛନ୍ତି। ଏପରିକି ସେ ତାଙ୍କଠୁ କିଛି ଲୁଟ୍‌ କରି ନାହାନ୍ତି କି ତାଙ୍କର କୌଣସି କ୍ଷତି ମଧ୍ୟ କରି ନାହାନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ସଶସ୍ତ୍ର ଯୁବକ ବ୍ରାଜିଲ୍‌ର ଅମାରେଣ୍ଟେ ସ୍ଥିତ ଏକ ଫାର୍ମାସୀ ଦୋକାନ ଭିତରକୁ ପଶିଥିଲେ ଓ ଲୁଟ୍‌ ପାଇଁ ଦୋକାନୀକୁ ଭୟଭୀତ କରିଥିଲେ। ଏହି ସମୟରେ ସେଠାରେ ଜଣେ ବୃଦ୍ଧା ଉପସ୍ଥିତ ଥିଲେ। ସେ ଭୟଭୀତ ହେବାଭଳି ଲାଗୁଥିଲେ।  ଜଣେ ଲୁଟେରା ଦୋକାନୀଙ୍କୁ ଧମକ ଦେଇ  ଲୁଟ୍‌ କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ମୁଣ୍ଡରେ ହେଲ୍‌ମେଟ୍‌ ପିନ୍ଧିଥିବା ଅନ୍ୟ ଜଣେ ଯୁବକ ସେଠାରେ ଉପସ୍ଥିତ ଥିବା ବୃଦ୍ଧାଙ୍କ କାନ୍ଧରେ ହାତ ବାଡ଼େଇ ଦେଇଥିଲେ।  କିଛି ସମୟ ପରେ ବୃଦ୍ଧାଙ୍କ ନିକଟକୁ ଆସି ହଠାତ୍‌ ତାଙ୍କ ମୁଣ୍ଡରେ ଚୁମ୍ବନ ଦେଇଥିଲେ। ଯେତେବେଳେ ମହିଳା ଜଣକ ଭୟରେ ରଖିଥିବା ସବୁ ଟଙ୍କା ତାଙ୍କୁ  ଦେଇଥିଲେ, ଲୁଟେରା ଜଣକ ତାହା ନେଇ ନ ଥିଲେ।

 

 

 

ଆହୁରି ପଢ଼ନ୍ତୁ

ଆକାଶରୁ ଏକ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ

ଅଜଗର ମୁହଁରୁ ଏମିତି ବର୍ତ୍ତିଗଲା ହରିଣ

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

କରୋନା ଭୟରେ ବୃଦ୍ଧା ମା’ଙ୍କୁ ଘରେ ପୂରାଇ ଦେଲାନି ପୁଅ

‘ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା’

୩ ମାସ ବିତିଲା, ତଥାପି ଡାକ୍ତରଖାନା ସମ୍ମୁଖରେ ମାଲିକଙ୍କୁ ଜଗିଛି କୁକୁର

ଜିଓ ଫାଇବର୍‌ର ଏହି ପ୍ଲାନ୍‌ରେ ମିଳୁଛି ଡବଲ୍‌ ଡାଟା

ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

ନବଜାତକର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଲେ ବାପା, କେହି ଶୁଣିଲେନି

୬ ଫୁଟ ନୁହେଁ, ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ କରୋନା ଭାଇରସ୍‌

ମୃତ୍ୟୁର ଉପତ୍ୟକା-ଯେଉଁଠି ତାପମାତ୍ରା ୫୬.୭ ଡିଗ୍ରୀ

ଅଧିକ ଲୁଣ ଖାଉଛନ୍ତି କି ? ରହିଛି ଏସବୁ ବିପଦ

You might also like