ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ  ପ୍ରାୟ ସମୟ ମାସ୍କ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ମାସ୍କ ଲଗାଇବାକୁ ଆଦୌ ଭଲ ଲାଗୁନାହିଁ। ଯାହାର ବିକଳ୍ପରେ ସେମାନେ ପ୍ଲାଷ୍ଟିକ୍‌ର ଫେସ୍‌ କଭର ବ୍ୟବହାର କରୁଛନ୍ତି।

ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିର ଜଣେ ଯୁବକ ଏବଂ ଯୁବତୀ ମୁହଁରେ  ପ୍ଲାଷ୍ଟିକ୍‌ ଫେସ୍‌ କଭର ଲଗାଇ ରାସ୍ତାରେ ବୁଲୁଥିବା ଦେଖାଦେଇଛି। ଏହି ଦୁଇ ଜଣଙ୍କୁ ଦେଖି ଲୋକମାନେ ଫଟୋ ଉଠାଉଥିବାର ମଧ୍ୟ ଦେଖିବାକୁ ମିଳିଛି।

ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ଏହି ଭିଡିଓକୁ  ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ ଶେଆର କରି ସେ କ୍ୟାପସନ୍‌ରେ ଏହା ମାସ୍କଠୁ ଅଧିକ  ଭଲ ବୋଲି ଲେଖିଛନ୍ତି।

ହର୍ଷଙ୍କର ଏହି ଭିଡ଼ିଓରେ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏହା ମାସ୍କଠୁ ବଞ୍ଚିବାର ଏକ ଭଲ ଉପାୟ ବୋଲି କମେଣ୍ଟରେ ଲେଖିଥିବା ବେଳେ କିଛି ଲୋକ ବହୁତ ଦିନ ପରେ ଲୋକମାନେ ମନ ଖୋଲି ହସୁଛନ୍ତି ଏବଂ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏସବୁ ଦେଖି ଖୁସି ଲାଗୁଛି ବୋଲି କହିଛନ୍ତି।

ତେବେ ଏହି ଭିଡିଓଟି ଆର୍ଜେଣ୍ଟିନାର। ଏହି ଫେସ୍‌ ମାସ୍କକୁ ପାବ୍‌ଲୋ ବୋଗ୍‌ଦାନ ତିଆରି କରିଛନ୍ତି। କୋଭିଡ୍‌ ସମୟରେ ପୁରା ମୁହଁ ଦେଖାଯିବାର ଲକ୍ଷ ରଖି ଏହି ମାସ୍କ ତିଆରି କରିଛନ୍ତି। ଏହି ମାସ୍କର ନାଁ ରହିଛି, ‘ବ୍ରେଥ୍‌ ୱେଲ୍‌ ଟ୍ୟୁବ୍‌’

 

You might also like