ଭାରତରେ ତିଆରି ହେବ iPhone-11 ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଆପଲ ଭାରତରେ  iPhone 11 ମଡେଲ୍‌ର ମ୍ୟାନୁଫେକ୍ଚରିଂ  ଆରମ୍ଭ କରିଦେଇଛି। ଚେନ୍ନାଇ ସ୍ଥିତ Foxconn ପ୍ଲାଣ୍ଟରେ ଏହି ମଡେଲ୍ ତିଆରି ଚାଲିଛି। କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ତେବେ ଭାରତରେ iPhone 11 ତିଆରି ହେଲେ ଏଥିରେ ଖର୍ଚ୍ଚ କମ୍ ହେବ। ତା ସହିତ ସରକାରଙ୍କୁ କମ୍ପାନୀ ଦେଉଥିବା ୨୨ ପ୍ରତିଶତ ଆମଦାନୀ ଶୁଳ୍କକୁ ସଞ୍ଚୟ ହୋଇପାରିବ। ଫଳରେ ଆଗାମୀ ସମୟରେ ଭାରତୀୟ ବଜାରରେ iPhone 11 ମୂଲ୍ୟ କମ୍‌ ରହିବ ବୋଲି କୁହାଯାଉଛି।

ଏହା ପୁର୍ବରୁ କମ୍ପାନୀ iPhone XR ମଡେଲ୍‌କୁ ଭାରତରେ ଆସମ୍ବଲ(ବିଭିନ୍ନ ପାର୍ଟକୁ ଯୋଡ଼ିବା) କାମ କରିଥିଲା। ଏହାର ୯ ମାସ ପରେ ଏବେ ଅପଲ iPhone 11 ମଡେଲ୍‌କୁ ଭାରତରେ ମ୍ୟାନୁଫେକ୍ଚରିଂ କରିବା ଆରମ୍ଭ କରିଦେଇଛି।

ଭାରତରେ Foxconn, Wistron ଓ Pegatron ଭଳି କମ୍ପାନୀ ଆପଲ୍‌ ମୋବାଇଲ୍ କମ୍ପାନୀର ସପ୍ଲାୟର୍ସ ଭାବେ କାର୍ଯ୍ୟ କରୁଛନ୍ତି। ଏହି କମ୍ପାନୀଗୁଡ଼ିକ iphone ମଡେଲ୍‌କୁ ସପ୍ଲାଏ କରିଥାନ୍ତି। ଏବେ ଫୋନ୍‌ ତିଆରି କରିବା ପାଇଁ କମ୍ପାନୀଗୁଡ଼ିକ ଭାରତରେ ପୁଞ୍ଜି ନିବେଶ ମଧ୍ୟ କରିବାକୁ ଇଚ୍ଛା ରଖିଛନ୍ତି।

କମ୍ପାନୀଗୁଡ଼ିକ ମଧ୍ୟରୁ Foxconn ଭାରତରେ ଏକ ମିଲିୟନ ଡଲାର ନିବେଶ କରିବା ନେଇ ଘୋଷଣା କରିଛି। ଏହାପରେ Pegatron ମଧ୍ୟ ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି।

 

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like