ବଜାରକୁ ଆସିପାରେ ଆପଲ୍‌ର ଫୋଲ୍ଡେବଲ୍‌ ଫୋନ୍‌

ନିଜର ସ୍ୱତନ୍ତ୍ର ମଡେଲ୍‌ ଏବଂ ଫିଚର୍‌ ପାଇଁ ଆଦୃତ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଆପଲ୍‌ ଏବେ ସ୍ମାର୍ଟଫୋନ୍‌ ଜଗତରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି। ଆପଲ୍‌ ପ୍ରଥମ କରି ବିଶ୍ୱରେ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିବାକୁ ଯାଉଛି। ଏ ନେଇ କମ୍ପାନୀ କାମ ଆରମ୍ଭ କରିବା ସହ ୨୦୨୨ ସେପ୍ଟେମ୍ବର ମାସରେ ଏହାକୁ ବଜାର ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି।

ଆପଲ୍‌ କମ୍ପାନୀ ଏହି ସ୍ମାର୍ଟଫୋନ୍‌ ପ୍ରସ୍ତୁତିରେ ଲାଗୁଥିବା ଯନ୍ତ୍ରପାତି ବା ଉପକରଣ ପାଇଁ ଏହାର ଯୋଗାଣକାରୀ ସଂସ୍ଥା ତାଇୱାନର ହନ୍‌ ହାଇ ଏବଂ ନିପନ୍‌ ନିପନ୍‌ ସହ ଯୋଗାଯୋଗ କରିଛି।

ଏକ ରିପୋର୍ଟ ଅନୁସାରେ ଏହା ଫୋଲ୍ଡେବଲ୍‌ ଫୋନ୍‌ରେ ଆପଲ୍‌ ଓଏଲ୍‌ଇଡି ବା ମାଇକ୍ରୋଏଲ୍‌ଇଡି ସ୍କ୍ରିନ୍‌ର ଟେକ୍ନୋଲୋଜି ବ୍ୟବହାର ହେବା ସହିତ ଏହାର ଡିସ୍‌ପ୍ଲେ ପ୍ୟାନେଲ୍‌ରେ ସାମ୍‌ସଙ୍ଗର ଉତ୍ପାଦ ବ୍ୟବହାର କରାଯିବ ବୋଲି କୁହାଯାଇଛି। ତେବେ କମ୍ପାନୀ ସେମାନଙ୍କର ପ୍ରଥମ ଫୋଲଡେବଲ୍ ଫୋନର ସ୍କ୍ରିନ୍ ଏବଂ ବିୟରିଂ ପରୀକ୍ଷା କରୁଥିବା ଜଣାପଡ଼ିଛି।

ତାଇୱାନ ମିଡିଆ ଏଜେନ୍ସି Money.udn.com ର ସୂଚନା ମୁତାବକ ଆପଲ୍‌ ପ୍ରଥମ କରି ବିଶ୍ୱରେ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଚଳାଇଛି। ଯାହାକି କମ୍ପାନୀ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଏହାର ବଜାର ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନୀ ଫୋନର ସ୍କ୍ରିନ୍ ଏବଂ ବିୟରିଂ ପରୀକ୍ଷା କରୁଛି। ସାମ୍‌ସଙ୍ଗ ଏହାର ଡିସ୍‌ପ୍ଲେ ଯୋଗାଣ କରିବ ଏବଂ ବିୟରିଂ ଅନ୍ୟ କିଛି କମ୍ପାନୀ ଯୋଗାଣ କରିବେ ବୋଲି କୁହାଯାଉଛି।

ରିପୋର୍ଟ ଅନୁସାରେ ନିୟୁ ନିକ୍କୋ ଯୋଗାଣ କାରୀ ହୋଇଥିବାବେଳେ ହନ୍‌ ହାଇ ଏହି ସ୍ମାର୍ଟଫୋନ୍‌ର ଯନ୍ତ୍ରପାତି ଏକତ୍ରୀକରଣ କରି ପ୍ରଡକ୍ଟ ତିଆରି କରିବ।

ନିପନ୍‌ ନିପନ୍‌ ଏହି ଫୋଲ୍ଡେବଲ୍‌ ଆଇଫୋନ୍‌ର ବିୟରିଂ ଉତ୍ପାଦନ କରିବ। ଏଥି ସହିତ ତାଇୱାନିଜ୍‌ କମ୍ପାନୀ ମାନେ ଏହି ଫୋଲ୍ଡେବଲ୍‌ ହିଙ୍ଗ ପାଇଁ କରିଥିବା ଗବେଷଣା ଏବଂ ବିକାଶକୁ ଆପଲ୍‌ ମଧ୍ୟ ଅନୁସରଣ କରିବ।

You might also like