ଟ୍ରେନ୍‌ ତଳେ ଶୋଇ ଦୁର୍ଘଟଣାରୁ ବର୍ତ୍ତିଗଲେ

ବିପଜ୍ଜନକ ଭାବେ ଟ୍ରେନ୍‌ ଲାଇନ ପାର ହେଉଥିବାବେଳେ ଦୁର୍ଘଟଣାରୁ ଅାଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି। ଏହିପରି ଏକ ଘଟଣା ଘଟିଛି ଅାନ୍ଧ୍ରପ୍ରଦେଶ ଅନନ୍ତପୁର ରେଲେଓ୍ୱ ଷ୍ଟେସନରେ। ଘଟଣାଟି ଥିଲା ଏମିତି । ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ବ୍ୟକ୍ତି ଜଣକ ଫୁଟଓଭର ବ୍ରିଜ୍‌ର ବ୍ୟବହାର ନକରି ରେଳ ଧାରଣା ଉପରେ ଚାଲିଯିବାକୁ ଚେଷ୍ଟା କରିଥିଲେ। ଠିକ୍ ଏହି  ସମୟରେ ଟ୍ରେନ୍‌ ଅାସୁଥିବାରୁ ବ୍ୟକ୍ତି ଜଣକ ଉପାୟଶୂନ୍ୟ ହୋଇ ରେଳ ଧାରଣା ଉପରେ ଶୋଇ ପଡିଥିଲେ।

ଆଉ ତାପରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମାଲବାହୀ ଗାଡ଼ିଟି ପାର ହେବାପରେ ସୁରକ୍ଷିତ ଭାବେ ବ୍ୟକ୍ତି ଜଣକ ସେଠାରୁ ଉଠିଥିଲେ। ସେହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ମୋବାଇଲରେ ଏହି ଭିଡିଓ ସୁଟ୍ କରିଥିଲେ। ଭିଡିଓଟି ସୋଶାଲ ମିଡିଅାରେ ଭାଇରାଲ ହେବାପରେ ଘଟଣା ସାମନାକୁ ଅାସିଛି।

You might also like