ତଳେ ପଡ଼ିଗଲା ଅମିତ୍ ଶାହଙ୍କ ତ୍ରିରଙ୍ଗା: ଭାଇରାଲ୍ ହେଲା ଭିଡିଓ
ନୂଆଦିଲ୍ଲୀ : ଆଜି ସାରା ଭାରତରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେହିପରି ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ସଭାପତି ଅମିତ ଶାହା ପତାକା ଉତ୍ତୋଳନ କରିଛନ୍ତି।
ହେଲେ ଅମିତ ଶାହା ଆଜି ପତାକା ଉତ୍ତୋଳନ କରିବା ସମୟରେ ଅଡ଼ୁଆରେ ପଡ଼ିଯାଇଥିଲେ। କାରଣ ସେ ଯେତେବେଳେ ପତାକା ଉତ୍ତୋଳନ ପାଇଁ ରଶିକୁ ଟାଣିଥିଲେ ସେହି ସମୟରେ ପତାକା ଉଡ଼ିବା ବଦଳରେ ତଳେପଡ଼ିଯାଇଥିଲା। ଏହା ପରେ ଏହି ଭୁଲ୍ଟିକୁ ସଂଶୋଧନ କରିନେଇଥିଲେ। ହେଲେ ଏହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
जो देश का झंडा नहीं संभाल सकते, वो देश क्या संभालेंगे?
50 साल से ज्यादा देश के तिरंगे का तिरस्कार करने वालों ने अगर ये नहीं किया होता तो शायद आज तिरंगे का ऐसा अपमान न होता।
दूसरों को देशभक्ति का सर्टिफिकेट देने वालों को राष्ट्रगान का तौर-तरीका तक पता नहीं। pic.twitter.com/FmiEI5B7D7
— Congress (@INCIndia) 15 August 2018
ଅମିତ୍ ଶାହାଙ୍କୁ ଟ୍ରୋଲ୍ କରିବାର ସୁଯୋଗକୁ କଂଗ୍ରେସ ମଧ୍ୟ ହାତଛଡ଼ା କରିନାହିଁ। ଏହି ଭିଡିଓଟିକି କଂଗ୍ରେସ ତାର ଟ୍ୱିଟର ପେଜରେ ପୋଷ୍ଟ କରିବା ସହିତ ଅମିତ ଶାହାଙ୍କୁ କଟାକ୍ଷ କରିଛି। ଏଥିରେ ଲେଖାଯାଇଛି ଯିଏ ଦେଶର ପତାକାକୁ ସମ୍ଭାଳି ପାରୁନି ସେ ଦେଶକୁ କେମିତି ସମ୍ଭାଳିବ।