ସମାନତା ଓ ଜ୍ଞାନର ଅନ୍ୟ ନାମ ଆମ୍ବେଦକର

ମୁମ୍ୱାଇ: ଆଜି ହେଉଛି ଭାରତୀୟ ସମ୍ବିଧାନର ଲେଖକ ଡକ୍ଟର ଭୀମ୍‌ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ପ୍ରତିବର୍ଷ ଏପ୍ରିଲ୧୪ ତାରିଖକୁ ଆମ୍ବେଦକର ଜନ୍ମ ଜୟନ୍ତୀ ଭାବେ ପାଳନ କରାଯାଏ। ବାବା ସାହେବ ନାମରେ ଜଣାଶୁଣା ଭାରତ ରତ୍ନ ଆମ୍ୱେଦକର ତାଙ୍କ ଜୀବନସାରା ସମାନତା ପାଇଁ ସଂଘର୍ଷ କରିଥିଲେ। ଏହି କାରଣରୁ ଭାରତରେ ଭୀମ୍‌ ଜୟନ୍ତୀଙ୍କୁ ‘ସମାନତା ଦିବସ’ ଏବଂ ‘ଜ୍ଞାନ ଦିବସ’ ଭାବରେ ପାଳନ କରାଯାଏ।

ଡକ୍ଟର ଭୀମ୍‌ରାଓ ଆମ୍ବେଦକର ୧୪ଏପ୍ରିଲ ୧୮୯୧ ରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କ ପରିବାର ମରାଠୀ ଥିଲେ। ସେ ମହାରାଷ୍ଟ୍ରରର ରତ୍ନାଗିରି ଜିଲ୍ଲାର ଆମ୍ବଡୱେ ଗାଁରେ ରହୁଥିଲେ। ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜୀ ସକପାଲ ଏବଂ ମା’ଙ୍କ ନାଁ ଭୀମାବାଇ। ଆମ୍ବେଦକର ମହାର ଜାତିର ଥିଲେ। ଏହି ଜାତିର ଲୋକମାନେ ସମାଜରେ ପଛୁଆ ବର୍ଗରେ ବିବେଚିତ ହୋଇଥିଲେ ଏବଂ ସେମାନଙ୍କୁ ଭେଦଭାବ କରାଯାଉଥିଲା।

ଆମ୍ବେଦକର ପିଲାଦିନରୁ ବୁଦ୍ଧିମାନ ଥିଲେ କିନ୍ତୁ ଜାତିଗତ କାରଣ ହେତୁ ସେ ପ୍ରାଥମିକ ଶିକ୍ଷା ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଦ୍ୟାଳୟରେ ତାଙ୍କର ନାମ ନିଜର ଗାଁ ନାମ ଅନୁସାରେ ଆମ୍ୱେଦର ରଖାଯାଇଥିଲା। ବିଦ୍ୟାଳୟରେ ଜଣେ ଶିକ୍ଷକ ଭୀମ୍‌ରାଓଙ୍କୁ ବହୁତ ଭଲ ପାଉଥିଲେ ,ସେହି ଶିକ୍ଷକ ଜଣଙ୍କ ହିଁ ତାଙ୍କ ନାଁ ଆମ୍ୱେଦକର ରଖିଥିଲେ।

ଭୀମ୍‌ରାଓ ଆମ୍ବେଦକର ମୁମ୍ବାଇର ଏକ ସରକାରୀ ବିଦ୍ୟାଳୟର ପ୍ରଥମ ପଛୁଆ ବର୍ଗର ଛାତ୍ର ଥିଲେ। ୧୯୧୩ ମସିହାରେ ଭୀମ୍‌ରାଓ ଆମେରିକାର କଲମ୍ବିଆ ୟୁନିଭରସିଟିରେ ଅଧ୍ୟୟନ କରିବାକୁ ମନୋନୀତ ହୋଇଥିଲେ, ଯେଉଁଠାରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ଆମ୍ବେଦକର ଲଣ୍ଡନରୁ ଅର୍ଥନୀତିରେ ଡକ୍ଟରେଟ୍ କରିବାକୁ ଚାହୁଁଥିଲେ, କିନ୍ତୁ ଛାତ୍ରବୃତ୍ତି ସମାପ୍ତ ହେତୁ ତାଙ୍କୁ ଅଧାରୁ ପାଠପଢ଼ା ଛାଡି ଭାରତକୁ ଫେରିବାକୁ ପଡିଥିଲା। ଏହା ପରେ ସେ ମୁମ୍ବାଇର ସିଡନେମ କଲେଜରେ ପ୍ରଫେସର ଭାବରେ ନିଯୁକ୍ତ ହୋଇଥିଲେ। ୧୯୨୩ମସିହାରେ, ସେ ‘The Problem of the Rupee’ ନାମକ ଏକ ଗବେଷଣା ସମାପ୍ତ କରିଥିଲେ। ଲଣ୍ଡନ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟର ଅଫ୍ ସାଇନ୍ସ ଆଖ୍ୟା ଦିଆଯାଇଥିଲା। ୧୯୨୭ ମସିହାରେ କଲମ୍ବିଆ ବିଶ୍ୱବିଦ୍ୟାଳୟ ତାଙ୍କୁ ପିଏଚଡି ମଧ୍ୟ ହାସଲ କରିଥିଲେ।

ଡକ୍ଟର ଭୀମ୍‌ରାଓ ଆମ୍ବେଦକର ସମାଜରେ ଅବହେଳିତ ଲୋକଙ୍କ ସହ ସମାନତା ଆଣିବା ପାଇଁ ତାଙ୍କ ଜୀବନସାରା ସଂଘର୍ଷ କରିଥିଲେ। ସେ ଦଳିତ ସମ୍ପ୍ରଦାୟ ପାଇଁ ଏକ ପୃଥକ ରାଜନୈତିକ ପରିଚୟ ପ୍ରଚାର କରିଥିଲେ ଯେଉଁଥିରେ ଉଭୟ କଂଗ୍ରେସ ଏବଂ ବ୍ରିଟିଶଙ୍କର କୌଣସି ହସ୍ତକ୍ଷେପ ନଥିଲା। ୧୯୩୨ମସିହାରେ, ବ୍ରିଟିଶ ସରକାର ଆମ୍ବେଦକରଙ୍କ ପୃଥକ ଚୟନକର୍ତ୍ତାଙ୍କ ପ୍ରସ୍ତାବକୁ ଅନୁମୋଦନ କରିଥିଲେ, କିନ୍ତୁ ଏହାର ପ୍ରତିବାଦରେ ମହାତ୍ମା ଗାନ୍ଧୀ ଆମରଣ ଅନସନ ଆରମ୍ଭ କରିଥିଲେ। ଏହା ପରେ ଆମ୍ବେଦକର ତାଙ୍କ ଦାବି ପ୍ରତ୍ୟାହାର କରିନେଲେ। ଏହାର ପ୍ରତିବଦଳରେ, ଦଳିତ ସମ୍ପ୍ରଦାୟକୁ ଆସନରେ ସଂରକ୍ଷଣ ଏବଂ ମନ୍ଦିରରେ ପ୍ରବେଶ କରିବାର ଅଧିକାର ସହିତ ପଛୁଆ ବର୍ଗର ଲୋକମାନଙ୍କୁ ସମାନତା ପାଇଁ ଅନୁମତି ଦିଆଯାଇଥିଲା।

ଆମ୍ବେଦକର ୧୯୩୬ ରେ ସ୍ୱତନ୍ତ୍ର ଶ୍ରମିକ ପାର୍ଟି ପ୍ରତିଷ୍ଠା କରିଥିଲେ। ୧୯୩୭କେନ୍ଦ୍ରୀୟ ବିଧାନସଭା ନିର୍ବାଚନରେ ଏହି ଦଳ ୧୫ଟି ଆସନ ଜିତିଥିଲା। ମହାତ୍ମା ଗାନ୍ଧୀ ଦଲିତ ସମ୍ପ୍ରଦାୟକୁ ହରିଜନ ବୋଲି କହୁଥିଲେ, କିନ୍ତୁ ଆମ୍ବେଦକର ଏହାକୁ ତୀବ୍ର ସମାଲୋଚନା କରିଥିଲେ। ୧୯୪୧ ରୁ ୧୯୪୫ ମସିହା ମଧ୍ୟରେ ଆମ୍ୱେଦକର ବିବାଦୀୟ ବହିଗୁଡିକୁ ଲେଖିଥିଲ , ‘Thoughts on Pakistan’ and ‘What Congress and Gandhi Have Done to the Untouchables’ ।

ଡକ୍ଟର ଭୀମ୍‌ରାଓ ଆମ୍ୱେଦକର ଜଣେ ପ୍ରଖ୍ୟାତ ବିଦ୍ୱାନ ଥିଲେ। ଗାନ୍ଧୀଙ୍କ ବିବାଦୀୟ ମତ ଓ ସମାଲୋଚନା ସତ୍ତ୍ୱେ ମଧ୍ୟ ସ୍ୱାଧୀନ ଭାରତରେ ପ୍ରଥମ ଆଇନ ପ୍ରଣୟନ କରିଥିଲେ। କେବଳ ଏତିକି ନୁହେଁ,୨୯ ଅଗଷ୍ଟ ୧୯୪୭ରଆ ଆମ୍ୱେଦରଙ୍କୁ ଭାରତର ସମ୍ୱିଧାନ ଡ୍ରାଫ୍ଟ କମିଟିର ଚେୟାରମ୍ୟାନ୍‌ ଭାବରେ ନିଯୁକ୍ତି କରାଯାଇଥିଲା।  ୧୯୫୨ ମସିହାରେ ବାବାସାହେବ ଆମ୍ୱେଦକର ଲୋକସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିଲେ। ମାର୍ଚ୍ଚ ୧୯୫୨ରେ ସେ ରାଜ୍ୟସଭାରେ ନିଯୁକ୍ତି ହୋଇଥିଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ଗୃହର ସଦସ୍ୟ ରହିଥିଲେ।

ଡକ୍ଟର ଭୀମ୍‌ରାଓ ଆମ୍ବେଦକର ୧୪ ଅକ୍ଟୋବର ୧୯୫୬ ରେ ନାଗପୁରରେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ସମାରୋହରେ ସେ ଶ୍ରୀଲଙ୍କାର ମହାନ ବୌଦ୍ଧ ଭିକ୍ଷୁ ମହାତ୍ମା ଚନ୍ଦ୍ରମଣିଙ୍କଠାରୁ ପାରମ୍ପାରିକ ନୀତିରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ୧୯୫୬ ମସିହାରେ ଆମ୍ବେଦକର ବୌଦ୍ଧ ଧର୍ମ ଉପରେ ତାଙ୍କର ଶେଷ ପୁସ୍ତକ ‘The Buddha and His Dhamma’. ଲେଖିଥିଲେ। ତାଙ୍କ ମୃତ୍ୟୁ ପରେ ୧୯୫୭ମସିହାରେ ଏହି ପୁସ୍ତକ ପ୍ରକାଶିତ ହୋଇଥିଲା।

ଡକ୍ଟର ଆମ୍ବେଦକରଙ୍କର ଡାଇବେଟିସ୍‌ ରୋଗରେ ପୀଡିତ ଥିଲେ। ତାଙ୍କର ଶେଷ ପୁସ୍ତକ ‘The Buddha and His Dhamma’ସମାପ୍ତ ହେବାର ତିନି ଦିନ ପରେ ସେ ୬ ଡିସେମ୍ବର ୧୯୫୬ ରେ ଦିଲ୍ଲୀରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ମୁମ୍ବାଇରେ ବୌଦ୍ଧ ରୀତିନୀତିରେ ସମ୍ପନ୍ନ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ସମୟରେ ପ୍ରାୟ ୧୦ଲକ୍ଷ ସମର୍ଥକ ତାଙ୍କୁ ସାକ୍ଷୀ ମାନି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।

 

You might also like