ଆମାଜୋନ୍‌ରେ ଅଟଳଜୀଙ୍କ ଅସ୍ଥି ମିଳୁଥିବା ନେଇ ମିଛ ଖବର ଭାଇରାଲ୍‌

ନୂଆଦିଲ୍ଲୀ: ଯଦି ଆପଣ ରେଗୁଲାର ସୋଶାଲ୍‌ ମିଡିଆ ବିଶେଷ କରି ହ୍ୱାଟ୍‌ସଆପ୍‌ ବ୍ୟବହାର କରୁଛନ୍ତି। ତା’ହେଲେ ଆପଣ ଜାଣିଥିବେ ଏଥିରେ ମିଥ୍ୟା ଖବର ଗୁଡ଼ିକ କେମିତି ବ୍ୟାପିଥାଏ। ଜଣେ ଲୋକ ଏଠାରେ କିଛି ଲେଖିବା ମାତ୍ରେ , ଲୋକମାନେ ଏହାର ସତ୍ୟତା ନପରଖି ସାଙ୍ଗେ ସାଙ୍ଗେ ସେୟାର କରିଥାନ୍ତି। ଏହା ସହିତ ହ୍ୱାଟ୍ସ୍‌ଆପ୍‌ରେ ଆସୁଥିବା କିଛି ତଥ୍ୟହୀନ କଥାକୁ ମଧ୍ୟ ଲୋକମାନେ ସହଜରେ ବିଶ୍ୱାସ କରିନେଇଥାନ୍ତି।

ନିକଟରେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ବହୁଜନ ସମାଜ ପାର୍ଟି ନେତା ଦେବାଶିଷ ଜାରାରୀୟା ଏକ ଟ୍ୱିଟ୍‌ କରିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ, ଆମାଜୋନ୍‌ରେ ପୂର୍ବ ପ୍ରଧାନମନ୍ତ୍ରୀଙ୍କର ଅସ୍ଥି ବିକ୍ରି ହେଉଛି।

ଏହା ସହିତ ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଯେଇଁ ଫଟୋଟି ଆମାଜୋନ୍‌ ୱେବସାଇଟ୍‌ର ସ୍କ୍ରିନ୍‌ଶଟ୍‌ ଭଳି ଲାଗୁଥିଲା। ଏଥିରେ ଲେଖାଯାଇଥିଲା ଏକ ତମ୍ୱା କଳସରେ ବାଜପେୟୀଙ୍କ ଅସ୍ଥି ସହିତ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଏକ ପୁସ୍ତକ ମିଳୁଛି। ଯାହାକି ୧୦% ଶସ୍ତାରେ ଦିଆଯାଉଛି।

ହେଲେ ପରବର୍ତ୍ତୀ ସମୟରେ ଆମାଜୋନ୍‌ରେ ଏହାକୁ ସର୍ଚ୍ଚ କଲା ପରେ ଜଣାପଡ଼ିଲା ଯେ ସେମିତି କୌଣସି ପ୍ରଡକ୍ଟ ଏଠାରେ ଉପଲବ୍ଧ ନାହିଁ। ହେଲେ ବାସ୍ତବରେ ଏହି ଘଟଣାଟି ମିଛ ବୋଲି ଜଣେ ଟ୍ୱିଟର ଆକାଉଣ୍ଟଧାରୀ ‘ୟୋ ୟୋ ମୋଦି’ ସ୍ପଷ୍ଟ କରିଥିଲେ। ଏଥିସହିତ ସେ ନିଜେ ଏହି ଫଟୋଟି ପ୍ରସ୍ତୁତ କରିଥିଲେ ବୋଲି ସ୍ୱୀକାର କରିଥିଲେ।

ଏହାସହ ଅବଶ୍ୟ ପଢ଼ନ୍ତୁ- ବାଜପେୟୀଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏହି ଫେକ୍‌ ଫଟୋ

 

You might also like