ଝିଅର ରେଜଲ୍ଚ ଦେଖି ବାପା ଅଖିଳେଶ କହିଲେ…
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବଡ଼ ଝିଅଙ୍କର ପରୀକ୍ଷା ରେଜଲ୍ଟ ବାହାରିଛି। ଝିଅର ରେଜଲ୍ଟ ଦେଖି ବାପା ଅଖିଳେଶ ବେଶ୍ ଖୁସ୍। କାଉଁସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍(ସିଆଇଏସ୍ସିଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮% ମାର୍କ ରଖିଛନ୍ତି ଅଖିଳେଶଙ୍କ ବଡ଼ ଝିଅ ଅଦିତି। ଯାହାକୁ ଖୁସୀରେ ଟ୍ୱିଟର୍ ଶେୟାର କରିବା ସହିତ ଝିଅକୁ ଶୁଭକାମନା ଜଣାଇଛନ୍ତି ଅଖିଳେଶ। ଏଥିସହିତ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଝିଅ ଅଦିତୀ ମଧ୍ୟ ବାପାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପତ୍ନୀ ଡିମ୍ପଲ ଯାଦବ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ଅଖିଳେଶଙ୍କର ସଂସାର। ସାନ ଝିଅ ଟୀନା ଓ ପୁଅ ଅର୍ଜୁନ ଯାଦବ ଯାଆଁଳା ଭାଇଭଉଣୀ। ବଡ଼ ଝିଅ ଅଦିତୀ ସିଆଇଏସ୍ସିଇର ଦ୍ୱାଦଶ ପରୀକ୍ଷାରେ ୯୮% ମାର୍କ ରଖିଛନ୍ତି। ଅଦିତି ଭଲ ପାଠ ପଢ଼ିବା ସହିତ ବ୍ୟାଡମିଣ୍ଟନ୍ରେ ରୁଚି ରଖନ୍ତି। ଏଥିସହିତ ସୋସିଆଲ୍ ମିଡିଆରେ ମଧ୍ୟ ସେ ଖୁବ୍ ଆକ୍ଟିଭ୍।